Hindi News >>Home >>Odisha National-International

World Population: ୮୦୦ କୋଟି ଅତିକ୍ରମ କରିଗଲା ବିଶ୍ୱ ଜନସଂଖ୍ୟା, ଆସନ୍ତା ବର୍ଷ ଦେଖିବାକୁ ମିଳିପାରେ ବଡ଼ ପରିବର୍ତ୍ତନ

World Population Report: ଜାତିସଂଘ ପକ୍ଷରୁ ପ୍ରକାଶିତ ବାର୍ଷିକ ବିଶ୍ୱ ଜନସଂଖ୍ୟା ଆଶା ରିପୋର୍ଟରେ କୁହାଯାଇଛି ଯେ ୧୯୫୦ ମସିହା ପର ଠାରୁ ବିଶ୍ୱ ଜନସଂଖ୍ୟା ମନ୍ଥର ଗତିରେ ବୃଦ୍ଧି ପାଉଛି। ଗତ ୨୦୨୦ ବର୍ଷରେ ଏହାର ପରିମାଣ ଏକ ପ୍ରତିଶତରୁ କମ୍ ହୋଇଛି। ରିପୋର୍ଟ ଅନୁଯାୟୀ ବିଶ୍ୱ ଜନସଂଖ୍ୟା ୭୦୦ କୋଟିରୁ ୮୦୦ କୋଟିରେ ପହଞ୍ଚିବା ୧୨ ବର୍ଷ ସମୟ ଲାଗିଥିଲା। ଯାହା ୨୦୩୭ ସୁଦ୍ଧା ୯୦୦ କୋଟିରେ ପହଞ୍ଚିବା ନେଇ ଆକଳନ କରାଯାଇଛି।

Advertisement
World Population: ୮୦୦ କୋଟି ଅତିକ୍ରମ କରିଗଲା ବିଶ୍ୱ ଜନସଂଖ୍ୟା, ଆସନ୍ତା ବର୍ଷ ଦେଖିବାକୁ ମିଳିପାରେ ବଡ଼ ପରିବର୍ତ୍ତନ
Stop
Subhramjit Ray|Updated: Nov 15, 2022, 08:50 PM IST

Global Population 2022: ୨୦୨୨ ନଭେମ୍ବର ୧୫ ତାରିଖରେ ୮୦୦ କୋଟି ଅତିକ୍ରମ କରାଯାଇଛି ବିଶ୍ୱ ଜନସଂଖ୍ୟା। ଏନେଇ ମିଳିତ ଜାତିସଂଘ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଉପରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଯାହା ଅନୁଯାୟୀ ଆଜି ବିଶ୍ୱର ଜନସଂଖ୍ୟା ୮ ବିଲିୟନରେ ପହଞ୍ଚିସାରିଛି। ଏହି ରିପୋର୍ଟ ଅନୁଯାୟୀ ଆସନ୍ତା ୨୦୩୦ ସୁଦ୍ଧା ବିଶ୍ୱ ଜନସଂଖ୍ୟା ୮୫୦ କୋଟି, ୨୦୫୦ ବର୍ଷରେ ୯୭୦ କୋଟି, ୨୧୦୦ ବର୍ଷରେ ୧୦୪୦ କୋଟିରେ ପହଞ୍ଚିବା ନେଇ ଆକଳନ କରାଯାଇଛି। 

ଏହା ସହିତ ହାରାହାରି ବୟସରେ ଏକ ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ତ୍ତମାନ ହାରାହାରି ବୟସ ୭୨.୮ ବର୍ଷ ହୋଇଥିବା ଜଣାପଡ଼ିଛି। ଯାହା ୧୯୯୦ ତୁଳନାରେ ୨୦୧୯ ପର୍ଯ୍ୟନ୍ତ ୯ ବର୍ଷ ବୃଦ୍ଧି ପାଇଥିବା ଜାତିସଂଘ ରିପୋର୍ଟ ଦର୍ଶାଇଛି। ଏହା ସହିତ ଆସନ୍ତା ୨୦୨୫୦ ସୁଦ୍ଧା ଜଣେ ମଣିଷର ହାରାହାରି ବୟସ ୭୭.୨ ବର୍ଷରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଏହି ରିପୋର୍ଟ ଜରିଆରେ କୁହାଯାଇଛି ଯେ ପୁରୁଷଙ୍କ ତୁଳନାରେ ମହିଳା ହାରାହାରି ଭାବେ ୫.୪ ବର୍ଷ ଅଧିକ ଜୀବିତ ରହୁଛନ୍ତି। ମହିଳାଙ୍କ ହାରାହାରି ବୟସ ୭୩.୪ ବର୍ଷ ଏବଂ ପୁରୁଷଙ୍କ ହାରାହାରି ବୟସ ୬୮.୪ ବର୍ଷ ବୋଲି ଆକଳନ କରାଯାଇଛି।

Also Read: World Population: ୮୦୦ କୋଟି ଅତିକ୍ରମ କରିଗଲା ବିଶ୍ୱ ଜନସଂଖ୍ୟା, ଆସିପାରେ ଏହି ୪ ସମସ୍ୟା

ଜାତିସଂଘ ପକ୍ଷରୁ ପ୍ରକାଶିତ ବାର୍ଷିକ ବିଶ୍ୱ ଜନସଂଖ୍ୟା ଆଶା ରିପୋର୍ଟରେ କୁହାଯାଇଛି ଯେ ୧୯୫୦ ମସିହା ପର ଠାରୁ ବିଶ୍ୱ ଜନସଂଖ୍ୟା ମନ୍ଥର ଗତିରେ ବୃଦ୍ଧି ପାଉଛି। ଗତ ୨୦୨୦ ବର୍ଷରେ ଏହାର ପରିମାଣ ଏକ ପ୍ରତିଶତରୁ କମ୍ ହୋଇଛି। ରିପୋର୍ଟ ଅନୁଯାୟୀ ବିଶ୍ୱ ଜନସଂଖ୍ୟା ୭୦୦ କୋଟିରୁ ୮୦୦ କୋଟିରେ ପହଞ୍ଚିବା ୧୨ ବର୍ଷ ସମୟ ଲାଗିଥିଲା। ଯାହା ୨୦୩୭ ସୁଦ୍ଧା ୯୦୦ କୋଟିରେ ପହଞ୍ଚିବା ନେଇ ଆକଳନ କରାଯାଇଛି।

ଜନସଂଖ୍ୟା ବୃଦ୍ଧି  ମାମଲାରେ ଭାରତ ଚଳିତ ବର୍ଷ ଚୀନକୁ ଅତିକ୍ରମ କରି ବିଶ୍ୱର ସବୁଠାରୁ ଜନବହୁଳ ଦେଶ ଭଭା ହେବ। ରିପୋର୍ଟରେ କୁହାଯାଇଛି ଯେ ଆସନ୍ତା ୨୦୨୩ ବର୍ଷ ଭାରତ ଚୀନକୁ ପଛରେ ପକାଇ ବିଶ୍ୱର ସବୁ ଠାରୁ ବଡ଼ ଜନବହୁଳ ଦେଶ ହେବ। ଏହା ସହିତ ଆସନ୍ତା ୨୦୮୦ ବେଳକୁ ବିଶ୍ୱ ଜନସଂଖ୍ୟା ୧୦୪୦ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।

Also  Read: World Population: ଦିନକ ପରେ ୮ ଆରବରେ ପହଞ୍ଚିବ ବିଶ୍ୱ ଜନସଂଖ୍ୟା, ସର୍ଭେ ବଢାଇଲା ସର୍ବାଧିକ ଜନବହୁଳ ଦେଶର ଚିନ୍ତା

ବାର୍ଷିକ ବିଶ୍ୱ ଜନସଂଖ୍ୟା ଆଶା ରିପୋର୍ଟରେ ଦାବି କରିଛି ଯେ ଆସନ୍ତା ୨୭ ବର୍ଷ ମଧ୍ୟରେ ବିଶ୍ୱର ଅଧା ଲୋକ କେବଳ ଆଠଟି ଦେଶରେ ବସବାସ କରିବେ। ଏହାର ଅର୍ଥ ହେଉଛି ବିଶ୍ୱର ଅନ୍ୟ ଦେଶ ତୁଳନାରେ ଏହି ଆଠଟି ଦେଶର ଜନସଂଖ୍ୟା ସର୍ବାଧିକ ହେବ। ଆସନ୍ତା ୨୦୫୦ ସୁଦ୍ଧା ଭାରତ, ପାକିସ୍ଥାନ, କଙ୍ଗୋ, ଇଜିପ୍ଟ, ଇଥିଓପିଆ, ନାଇଜେରିଆ, ଫିଲିପାଇନ୍ସ ଏବଂ ତାଞ୍ଜାନିଆ ଭଳି ଦେଶରେ ବିଶ୍ୱର ମୋଟ ୫୦% ଲୋକ ରହିବେ। ଏହାର ଅର୍ଥ ହେଉଛି ଆଗାମୀ କିଛି ବର୍ଷ ମଧ୍ୟରେ ଏହି ଆଠଟି ଦେଶରେ ସର୍ବାଧିକ ଜନସଂଖ୍ୟା ଘନତ୍ୱ ଦେଖିବାକୁ ମିଳିବ। 

Read More
{}{}