Hindi News >>Home >>Odisha National-International

World AIDS Day 2022: ଜାଣନ୍ତୁ Red Ribbonର ରହସ୍ୟ

World AIDS Day 2022 Theme: ଆଜି ବିଶ୍ୱ ଏଡସ ଦିବସ । ଏଚଆଇଭି ଏକ ଭୂତାଣୁ ହୋଇଥିବାବେଳେ ଏଡସ୍ ଏକାଧିକ ଅତ୍ୟନ୍ତ ମାରାତ୍ମକ ରୋଗର ସମୁହ। ଏହା ବିଶେଷ କରି ସଂକ୍ରମିତ ରକ୍ତ ଦ୍ୱାରା ବ୍ୟାପିଥାଏ। ଏଡସ୍ ମୁକ୍ତ ପାଇଁ ବିଶ୍ୱ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଛି। ତେବେ ଏହିଦିନରେ କାହିଁକି Red Ribbon ପିନ୍ଧାଯାଏ ଆସନ୍ତୁ ଜାଣିବା ।  

Advertisement
World AIDS Day 2022: ଜାଣନ୍ତୁ Red Ribbonର ରହସ୍ୟ
Stop
Rasmita Sahoo|Updated: Dec 01, 2022, 11:29 AM IST

World AIDS Day 2022: ଏଡସ ବା ଏକ୍ୱାୟାର୍ଡ ଇମ୍ୟୁନ ଡେଫିସିଏନସି ସିଣ୍ଡ୍ରୋମ ଏକ ବିରଳ ରୋଗ। ଯାହା ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରାସ ବା ଏଚଆଇଭି ର କାରଣ ହୋଇଥାଏ । ଏହି ରୋଗ ଏବେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହାର ଏକ ବଡ କାରଣ ହେଉଛି ଜନସଚେତନତାର ଅଭାବ। କଣ ଆପଣ ଜାଣନ୍ତି କି ଏହି ଏଡସ ରୋଗ କେମିତି ବ୍ୟାପିଥାଏ । ଏଡସ ଏଚଆଇଭି ସଂକ୍ରମିତ ବ୍ଲଡର ଦୂଷିତ ଇଞ୍ଜେକ୍ସନ ବା ଚିକିତ୍ସା ଉପକରଣର ବ୍ୟବହାର ଅନ୍ୟ ମାନଙ୍କ ଉପରେ କଲେ ବି ଏହି ରୋଗ ଅତି ସହଜରେ ବ୍ୟାପିଥାଏ। ନଚେତ ଏଚଆଇଭି ପଜିଟିଭି ପାର୍ଟନରଙ୍କ ସହ ଅସୁରକ୍ଷିତ ଭାବେ ଯୌନ ସମ୍ପର୍କ ଗଢିଉଠିଲେ ମଧ୍ୟ ଏହି ରୋଗ ଅତି ସହଜରେ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ। ତେବେ ଆପଣ ଜାଣନ୍ତି କାହିଁକି ରେଡ ରିବନକୁ ହିଁ ଏଡସର ସଙ୍କେତ ବୋଲି ଧରାଯାଏ। 

ଅନ୍ତଃରାଷ୍ଟ୍ରୀୟ ରୂପରେ ଯଦି ଦେଖାଯାଏ ତେବେ ଏଚଆଇଭି ବା ଏଡସର ପ୍ରତିକ ଭାବେ ରେଡ ରିବନକୁ ହିଁ ଧରାଯାଏ। ୟୁଏନ ଏଡସ୍ ମଧ୍ୟ ନିଜ ଲୋକଙ୍କ ମଧ୍ୟରେ ଏହି ନାଲି ଫିତାକୁ (Red Ribbon) ସାମିଲ କରିଛି। ବର୍ଷ ୧୯୯୧ ରେ ନ୍ୟୁୟର୍କରେ ବିଜୁଓଲ ଏଡସ ଆର୍ଟିଷ୍ଟ କୌକସଙ୍କ ଦ୍ୱାରା ଏହି ନାଲିଫିତାର ତିଆରି କରାଯାଇଥିଲା । ଆଉ ଏହାର ଅର୍ଥ ହେଉଛି ଚିନ୍ତା ଓ ସହାନୁଭୂତି। HIV ଓ ଏଡସ ବିଷୟରେ, ଏଚଆଇଭିରେ ପୀଡିତ ରୋଗୀଙ୍କ ବିଷୟରେ, ଏଚଆଇଭିରେ ଜୀବନ ହାରିଥିବା ଲୋକଙ୍କ ବିଷୟରେ, ଏହି ରୋଗ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ସିଧାସଳଖ ଭାବେ ତାଙ୍କୁ ସାହାରା ଦେବା ଓ ସେମାନଙ୍କ କଥା ବୁଝିବା ଏକ ଚ୍ୟାଲେଞ୍ଜ ସଦୃଶ ହୋଇଥାଏ। ଏହି ସବୁ ବିଷୟରେ ନିଜର ଚିନ୍ତା ଓ ସହାନୁଭୂତି ଦେବାକୁ ସାରା ଦୁନିଆର ଲୋକ ମାନେ ଏହି ରେଡ ରିବନକୁ ପରିଧାନ କରିଥାନ୍ତି। 

Also Read: World AIDS day 2022: ଏବେ ବି ରାଜ୍ୟରେ ସ୍ଥିତି ସାଙ୍ଘାତିକ, ଚିନ୍ତା ବଢାଇଲା ପଜିଟିଭ୍ ହାର

ନାଲି ଫିତାର ଅର୍ଥ ସାମ୍ନା କରିବା । ନାଲିଫିତାର ଅର୍ଥ ଆଶାର ପ୍ରତିକ ହେବା । ଯେଉଁ ଲୋକମାନେ ଏହି ଦୂରାରୋଗରେ ପୀଡିତ ଏହି ପୀଡା ଓ କଷ୍ଟକୁ ସମାପ୍ତ କରିବାକୁ ପିନ୍ଧାଯାଏ। ଏହି ଭାଇରସରେ ଜୁଝୁଥିବା ଜୀବନକୁ ଗୁଣବତ୍ତାରେ ସୁଧାର ଆଣିବାକୁ ଅନେକ ଭ୍ୟାକସିନ ଓ କିଛିଟା ନିରାକରଣ ପଦ୍ଧତି କୁ ଆପଣାଯାଉଛି। ଏହି ପ୍ରତିକ ଦ୍ୱାରା ଏଚଆଇଭି ଗ୍ରସ୍ତ ଲୋକଙ୍କୁ (Hiv Positive) ଅଣସଂକ୍ରମିତ ଥିବା ଲୋକଙ୍କ କ୍ଷେତ୍ରରେ ଲଗାତାର ଶିକ୍ଷା, ପ୍ରଭାବି ଉପଚାର, ଚିକିତ୍ସା ଅଧିକରୁ ଅଧିକ କରାଯିବା ଉଚିତ୍। ଯଦ୍ୱାରା ଏହି ରୋଗର ମାନସିକ ରୂପେ ନିରାକରଣ କରାଯାଇପାରିବ। ମାତ୍ର ଏହି ରୋଗର ସଙ୍କେତ ହିସାବରେ ନାଲିଫିତାର ବ୍ୟବହାର ପର୍ଯ୍ୟାପ୍ତ ନୁହେଁ। ଦୀର୍ଘସମୟ ପର୍ଯ୍ୟନ୍ତ ଯେବେ ନାଲି ଫିତାର ବ୍ୟବହାର ଏମିତି ସଚେତନତା କାମରେ ହେବା ଦରକାର ଯଦ୍ୱାରା ଏହି ରୋଗରୁ ନିୟନ୍ତ୍ରଣ ଓ ନାସ କରିହେବ ସେବେ ଯାଏ ଏହି ନାଲିଫିତାର ବ୍ୟବହାରର ସାର୍ଥକତା ଆସିବ।  ତେବେ ପୁରା ବିଶ୍ୱରେ ଏଚଆଇଭି ଓ ଏଡସରେ ମୃତ୍ୟୁବରଣ କରିଥିବା ରୋଗୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହି ଦିବସରେ ଏହି ନାଲିଫିତାକୁ ବ୍ୟବହାର କରାଯାଏ। 

Also Read: New rules from December: ୧ ଡିସେମ୍ବରରୁ ପରିବର୍ତ୍ତନ ହେବାକୁ ଯାଉଛି ଏସବୁ ବଡ଼ ନିୟମ, ପଢ଼ନ୍ତୁ ଡିଟେଲ୍ସ

ଆଜି ବିଶ୍ୱ ଏଡସ୍ ଦିବସ (World Aids Day)। ଚଳିତ ବର୍ଷର ଥିମ ରହିଛି (Equalize) ବା ସମାନତା। କେଉଁ କାଳରୁ ବିଶ୍ୱରେ ଏଚଆଇଭି ଭୂତାଣୁ ରହିଛି ତାହା କାହାକୁ ମଧ୍ୟ ଜଣା ନାହିଁ। କିନ୍ତୁ ଅଶି ଦଶକରେ ପ୍ରଥମ ଥର ମଣିଷ ଦେହରେ ଏଚଆଇଭି ଭୂତାଣୁ ଚିହ୍ନଟ ହୋଇଥିଲା। ଆଧିକାରୀକ ଭାବେ ୧୯୮୧ ମସିହାରେ ପ୍ରଥମ ଏଚଆଇଭି (HIV) ସଂକ୍ରମିତ ଚିହ୍ନଟ ହୋଇଥିଲେ। ୧୯୮୮ ମସିହା ବେଳକୁ ଏହି ସଂଖ୍ୟା ୯୦୦୦୦ରୁ ୧୫୦୦୦୦କୁ ବୃଦ୍ଧି ପାଇଥିଲା। ଯାହାପରେ ବିଭିନ୍ନ ଅନୁଷ୍ଠାନ ଓ ସରକାରଙ୍କ ସହାୟତାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ବିଶ୍ୱ ଏଡସ ଦିବସ ନାମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Read More
{}{}