Hindi News >>Home >>Odisha National-International

ମାସିକ ୧୮ ହଜାର ଆୟରେ କୋଟିପତି ଅର୍ପିତା !

ବର୍ତ୍ତମାନ ଏହି ୩ଟି ବ୍ୟାଙ୍କ ଆକାଉଣ୍ଟରେ କେତେ ଟଙ୍କା ରହିଛି ତାହା ସାର୍ବଜନୀନ ହୋଇ ନାହିଁ। ତେବେ ଇଡ଼ି ଚଢାଉ ଯେତେ ବ୍ୟାପକ ହେଉଛି ବିଭିନ୍ନ ଗୁପ୍ତ ସ୍ଥାନରୁ କୋଟି କୋଟି ଟଙ୍କା ଏବଂ କିଲୋ ଓଜନରେ ସୁନା ମିଳୁଛି।

Advertisement
ମାସିକ ୧୮ ହଜାର ଆୟରେ କୋଟିପତି ଅର୍ପିତା !
Stop
Zee Odisha Desk|Updated: Jul 28, 2022, 05:59 PM IST

କୋଲକାତା: ପାର୍ଥ ଚାଟାର୍ଜୀଙ୍କର (Partho Chaterjee) ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କର (Arpita Mukherjee) ଆୟ ବହିର୍ଭୁତ ସମ୍ପତି ତାଲିକା ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। ମାସକୁ ମାତ୍ର ୧୮ ହଜାର ଟଙ୍କା ଆୟ କରୁଥିବା ଅର୍ପିତାଙ୍କର ଜୀବନଶୈଳୀ ଓ କଲିକତା ସହରର (Kolkata) କ୍ଲବ ଟାଉନ ସୋସାଇଟି(ବେଲଘରିଆ) (Belgharia) ରେ ଥିବା ତାଙ୍କର ବହୁମୂଲ୍ୟ ପ୍ରାସାଦ ବିଷୟରେ ଜାଣିଲେ ଆପଣଙ୍କର ହୋସ ଉଡ଼ିଯିବ। ବର୍ତ୍ତମାନ ସୁଦ୍ଧା ଇଡ଼ି (ED) ନଗଦ ୫୪ କୋଟି ଟଙ୍କା, ୫ କେଜି ସୁନା ଏବଂ ସିକ୍ରେଟ କୋଡ଼ ଥିବା ଏକ ଡାଏରୀ ସହିତ ୨୨ଟି ମୋବାଇଲ ଫୋନ ଜବତ କରିଛି। ଏହା ସହିତ ଅର୍ପିତାଙ୍କର ୩ଟି ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଇଡ଼ି ସିଜ କରିଛି। 

ବର୍ତ୍ତମାନ ଏହି ୩ଟି ବ୍ୟାଙ୍କ ଆକାଉଣ୍ଟରେ କେତେ ଟଙ୍କା ରହିଛି ତାହା ସାର୍ବଜନୀନ ହୋଇ ନାହିଁ। ତେବେ ଇଡ଼ି ଚଢାଉ ଯେତେ ବ୍ୟାପକ ହେଉଛି ବିଭିନ୍ନ ଗୁପ୍ତ ସ୍ଥାନରୁ କୋଟି କୋଟି ଟଙ୍କା ଏବଂ କିଲୋ ଓଜନରେ ସୁନା ମିଳୁଛି। ଏ ସମ୍ପର୍କରେ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ଯାଇ ଅର୍ପିତା ଇଡ଼ିକୁ କହିଛନ୍ତି ଜବତ ଟଙ୍କା ଓ ଗହଣା ତାଙ୍କର ନୁହେଁ, ପାର୍ଥୋ ତାଙ୍କ ଘରକୁ ଏକ ମିନି ବ୍ୟାଙ୍କ ଭାବରେ ବ୍ୟବହାର କରୁଥିଲେ। କିନ୍ତୁ ଅର୍ପିତା ଇଡ଼ିକୁ କହିନାହାନ୍ତି ସେ କିପରି ବେଲଘରିଆରେ ଥିବା ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ବିଲ୍ଡିଂର ମାଲିକାଣି ବୋଲି। 

ତେବେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମାସିକ ୧୮ ହଜାର ଟଙ୍କା ଆୟ ଥିବା ଅର୍ପିତା ଯେ କେବେଳ ବିଳାସମୟ ଜୀବନଯାପନ କରୁନଥିଲେ ତାହା ନୁହେଁ, ସେ ଓ ତାଙ୍କ ଭାଇ ୩ଟି ଫର୍ଜି କମ୍ପାନୀର ନିର୍ଦ୍ଦେଶକ ମଧ୍ୟ ରହିଥିଲେ। ସେ କମ୍ପାନୀ ଗୁଡ଼ିକ ହେଲା ସିମ୍ବିଓସିସ ମର୍ଚ୍ଚାଣ୍ଟସ୍ ପ୍ରାଇଭେଟ ଲିମିଟେଡ଼, ଇଚ୍ଛେ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ଼, ସେଣ୍ଟ୍ରିଂ ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡ଼। ଜେରା ସମୟରେ ଅର୍ପିତାଙ୍କ ଭାଇ କଲ୍ୟାଣ ଧିର ଇଡ଼ିକୁ କହିଛନ୍ତି ୩ଟି କମ୍ପାନୀର ଡାଇରେକ୍ଟର ହେବା ସମ୍ବନ୍ଧରେ ତାଙ୍କର କୌଣସି ଧାରଣା ନାହିଁ। ସେ କେବଳ ଜଣେ ଡ୍ରାଇଭର ଏବଂ ୨୦୨୧ରେ ଅର୍ପିତା ତାଙ୍କୁ ମାସିକ ୧୦ ହଜାର ଟଙ୍କା ଦରମାରେ ଡ୍ରାଇଭର ଭାବରେ ରଖିଥିଲେ। 

ପରେ ଏହି ଦରମା ମାସିକ ୧୮ ହଜାର ଟଙ୍କାକୁ ବୃଦ୍ଧି ପାଇଥିଲା। ତେଣୁ ଏଠାରେ ପ୍ରଶ୍ନ ଉଠୁଛି ପାର୍ଥ ଚାଟାର୍ଜୀ ନିଜର ଟଙ୍କା ଲୁଚାଇବା ପାଇଁ ଏକ ନିରାପଦ ଠିକଣା ସ୍ଥଳ ଭାବରେ ଅର୍ପିତାଙ୍କ ଘର ଏବଂ ତାର ମାଲିକ ଭାବରେ ଉଭୟ ଅର୍ପିତା ଓ କଲ୍ୟାଣ ଧିରଙ୍କୁ ବ୍ୟବହାର କରୁନଥିଲେ ତ। ଇଡ଼ି ତଦନ୍ତରେ ଆହୁରି ଅନେକ କଥା ସାମ୍ନାକୁ ଆସିବା ବାକି ରହିଛି। ଡାଏରୀରେ ଥିବା ସିକ୍ରେଟ କୋଡ଼ର ଗୁମର ଖୋଲିଲେ ପଶ୍ଚିମବଙ୍ଗ ରାଜନୀତିରେ ଭୂକମ୍ପ ଆସିବାର ସମ୍ଭାବନା ରହିଛି।  ଗିରଫ ପଶ୍ଚିମବଙ୍ଗର ଶିଳ୍ପମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ ପାର୍ଥ ଚାଟାର୍ଜୀଙ୍କର ମନ୍ତ୍ରୀ ପଦ ଯିବା ପରେ ମମତା ବାନାର୍ଜୀଙ୍କର ଦଳର ବିଭିନ୍ନ ତୁଙ୍ଗ ନେତା ଚାଟାର୍ଜୀଙ୍କୁ ଦଳର ବିଭିନ୍ନ ପଦରୁ ବହିଷ୍କୃତ କରିବାକୁ ଦାବି କରିଛନ୍ତି। 

Read More
{}{}