Hindi News >>Home >>Odisha National-International

Crude Oil: ଜବରଦସ୍ତ ଅଫର ଦେଲା ଋଷିଆ, କାହା ପଟକୁ ଯିବ ଭାରତ? ମୂଲ୍ୟ ନିର୍ଦ୍ଧାରଣ ଲାଗି ସାହାଯ୍ୟ ଲୋଡିଲେ G7 ଦେଶ

Russia Petroleum Product: ବର୍ତ୍ତମାନ G7 ଦେଶ ବର୍ତ୍ତମାନ ଚାଲିଥିବା ଯୁଦ୍ଧରେ ୟୁକ୍ରେନକୁ ପାଣ୍ଠି ଯୋଗାଇବା ପାଇଁ ଋଷିଆର ଅଶୋଧିତ ତୈଳ ବ୍ୟବସାୟ ପ୍ରବାହକୁ ଚାପି ଦେବାକୁ ଚାହୁଁଛନ୍ତି। କାରଣ ଋଷିଆର ଅର୍ଥନୀତି ଅନେକାଂଶରେ ଅଶୋଧିତ ତୈଳ କାରବାର ଉପରେ ନିର୍ଭରଶୀଳ।

Advertisement
Crude Oil: ଜବରଦସ୍ତ ଅଫର ଦେଲା ଋଷିଆ, କାହା ପଟକୁ ଯିବ ଭାରତ? ମୂଲ୍ୟ ନିର୍ଦ୍ଧାରଣ ଲାଗି ସାହାଯ୍ୟ ଲୋଡିଲେ G7 ଦେଶ
Stop
Zee Odisha Desk|Updated: Sep 12, 2022, 09:25 PM IST

Crude Oil Price: ୟୁକ୍ରେନ ସହ ଯୁଦ୍ଧ ଜାରି ରହିଥିବା ବେଳେ ଅଶୋଧିତ ତୈଳ କ୍ରୟ କରିବା ଲାଗି ଭାରତ ଉଦ୍ଦେଶ୍ୟରେ ଜବରଦସ୍ତ ଅଫର ଦେବାରେ ଲାଗିଛି ପାରମ୍ପରିକ ସହଯୋଗୀ ଋଷିଆ। ହେଲେ ଋଷିଆ ତେଲରେ ମୂଲ୍ୟ ଧାର୍ଯ୍ୟ କରିବାକୁ ଭାରତର ସମର୍ଥନ ଲୋଡିଛନ୍ତି G7 ଦେଶ। ହେଲେ ଋଷିଆ ଏହି ପ୍ରସଙ୍ଗରେ ପାଦ ଆଗରେ ରହିଥିବା ଜଣାପଡୁଛି। 

ବର୍ତ୍ତମାନ ଋଷିଆ (Russia) ପୂର୍ବ ଅପେକ୍ଷା କମ ମୂଲ୍ୟରେ ଭାରତକୁ (India) ପେଟ୍ରୋଲିୟମ ଜାତ ଉତ୍ପାଦ (Petroleum Product) ପ୍ରଦାନ କରିବା ଲାଗି ସମ୍ମତି ଜଣାଇଛି। ଏନେଇ ପ୍ରତିକ୍ରିୟା ରଖି ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ଭାରତ G7 ପ୍ରସ୍ତାବକୁ ସମର୍ଥନ କରିବା ଠିକ ନୁହେଁ। ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପରେ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ। 

କାନାଡା (Canada), ଫ୍ରାନ୍ସ (France), ଜର୍ମାନୀ (Germany), ଇଟାଲୀ (Italy), ଜାପାନ (Japan), ଯୁକ୍ତ ରାଜ୍ୟ (United Kingdom), ଯୁକ୍ତରାଷ୍ଟ୍ର ଆମେରିକା (United States of America) ଆଦି ଦେଶଙ୍କୁ ନେଇ ଗଠିତ G7। ବର୍ତ୍ତମାନ G7 ଦେଶ ବର୍ତ୍ତମାନ ଚାଲିଥିବା ଯୁଦ୍ଧରେ ୟୁକ୍ରେନକୁ (Russia Ukraine War) ପାଣ୍ଠି ଯୋଗାଇବା ପାଇଁ ଋଷିଆର ଅଶୋଧିତ ତୈଳ ବ୍ୟବସାୟ (Russian Crude Oil Business) ପ୍ରବାହକୁ ଚାପି ଦେବାକୁ ଚାହୁଁଛନ୍ତି। 

କାରଣ ଋଷିଆର ଅର୍ଥନୀତି (Russian Economy) ଅନେକାଂଶରେ ଅଶୋଧିତ ତୈଳ କାରବାର ଉପରେ ନିର୍ଭରଶୀଳ। ଭାରତ ସମେତ ବିଭିନ୍ନ ଦେଶକୁ ଅଶୋଧିତ ତୈଳ ରପ୍ତାନୀ କରି ବେଶ ମୋଟା ଅଙ୍କର ବୈଦେଶିକ ମୁଦ୍ରା ଅର୍ଜନ କରିଥାଏ ଋଷିଆ। କେବଳ ଭାରତ ନୁହେଁ ଋଷିଆ ପାଖରୁ ଜର୍ମାନୀ, ଇଟାଲୀ, ଫ୍ରାନ୍ସ  ଭଳି ପ୍ରମୁଖ ୟୁରୋପୀୟ ଦେଶ ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସ ଆମଦାନୀ କରିଥାନ୍ତି। ବର୍ତ୍ତମାନ ତୈଳ କାରାବାରକୁ ନିୟନ୍ତ୍ରଣ କରି ଯୁଦ୍ଧ ବେଳେ ଋଷିଆକୁ ଆର୍ଥିକ ଦୃଷ୍ଟିକୋଣରୁ ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଁଛନ୍ତି  G7 ଦେଶ।     

ଗତ ଜୁନ ମାସରୁ ଇରାକ (Iraq) ପରେ ଭାରତ ଲାଗି ଋଷିଆ ଦ୍ୱିତୀୟ ବୃହତ୍ତମ ଅଶୋଧିତ ତୈଳ ଯୋଗାଣକାରୀ ହୋଇସାରିଛି। ପେଟ୍ରୋଲିୟମ ଜାତ ଉତ୍ପାଦର ଆବଶ୍ୟକତାର ୮୫% ପୂରଣ ପାଇଁ ଭାରତ ଆମଦାନୀ ଉପରେ ନିର୍ଭର କରିଥାଏ। ଋଷିଆ-ୟୁକ୍ରେନ ଯୁଦ୍ଧ ହେବା ଆରମ୍ଭ ହେବା ପୂର୍ବରୁ ଭାରତର ତୈଳ ଆମଦାନୀରେ ଋଷିଆର ଅଂଶ ଫେବୃଆରୀ ମାସ ପୂର୍ବରୁ ମାତ୍ର ୧ ପ୍ରତିଶତରୁ କମ ରହିଥିଲା। ମାତ୍ର ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ହୋଇଯିବା ପରେ ଏହାର ମାତ୍ରା ୧୮ ପ୍ରତିଶତକୁ ବୃଦ୍ଧି ପାଇଛି।

Also Read: Supply of F16 Fighter Jet: ପାକିସ୍ତାନ ପ୍ରେମକୁ ନେଇ ଆମେରିକାକୁ ମୁହାତୋଡ଼ ଜବାବ ଦେଲା ଭାରତ

ମେ ମାସର ଋଷିଆ ଭାରତକୁ ୧୬ ଡଲାର କମ ମୂଲ୍ୟରେ ଅଶୋଧିତ ତୈଳ ଯୋଗାଇ ଦେଇଥିଲା। ସେତେବେଳେ ତୈଳର ସ୍ୱାଭାବିକ ମୂଲ୍ୟ ବ୍ୟାରେଲ ପିଛା ୧୧୦ ଡଲାର ରହିଥିଲା। ମୋଟାମୋଟି ଭାବେ କହିବାକୁ ଗଲେ ଋଷିଆ ଭାରତକୁ ବିକ୍ରି କରୁଥିବା ପ୍ରତ୍ୟେକ ବ୍ୟାରେଲ ତୈଳ ମୂଲ୍ୟ ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୦ ଡଲାର ହ୍ରାସ କରିଛି। ଅନ୍ୟପଟେ ଇରାକ ଭାରତକୁ  ରପ୍ତାନୀ କରୁଥିବା ତୈଳ ମୂଲ୍ୟ ଉପରେ ୯ ଡଲାର ହ୍ରାସ କରିଛି। ତଥାପି ଅଗଷ୍ଟ ମାସ ପର୍ଯ୍ୟନ୍ତ ଋଷିଆର ପାଖରୁ ଭାରତ ଆମଦାନୀ କରୁଥିବା ଅଶୋଧିତ ତୈଳର ମୂଲ୍ୟ ଆନ୍ତର୍ଜାତୀୟ ବଜାରରେ ରହିଥିବା ହାରାହାରି ମୂଲ୍ୟ ବ୍ୟାରେଲ ତୁଳନାରେ ୬ ଡଲାର କମ୍ ରହିଥିବା ଜଣାପଡ଼ିଛି। 

ଯେ କୌଣସି ପରିସ୍ଥିତିରେ ପଶ୍ଚିମ ଏସିଆକୁ ଏକ ବିକଳ୍ପ ଅଶୋଧିତ ତୈଳ ଯୋଗାଣ ଉତ୍ସ ଭାବେ ଦୀର୍ଘ ଦିନ ଧରି ଦେଖି ଆସୁଛି ଭାରତ। G7 ଦେଶ ଋଷିଆ ତୈଳ ମୂଲ୍ୟ ଉପରେ ଦୁଇଟି ପ୍ରସ୍ତାବ ଦେଇଛନ୍ତି। ତାହା ହେଉଛି ଅଶୋଧିତ ଏବଂ ବିଶୋଧିତ ପେଟ୍ରୋଲିୟମ ଉତ୍ପାଦର ମୂଲ୍ୟ କେତେ ରହିବ। ଅଶୋଧିତ ତୈଳ ମୂଲ୍ୟ ଆସନ୍ତା ୫ ଡିସେମ୍ବରରୁ ଲାଗୁ ହୋଇ ଥିବାବେଳେ, ଅନ୍ୟଟି ୨୦୨୩, ୫ ଫେବୃଆରୀରୁ ଲାଗୁ ହେବ। ଯଦିଓ ୟୁକ୍ରେନ ସହ ଚାଲିଥିବା ଯୁଦ୍ଧ ବେଳେ ୟୁରୋପୀୟ ସଂଘ ଋଷୀୟ ତୈଳ ଉତ୍ପାଦ ଉପରେ ପ୍ରତିବନ୍ଧକ ଲଗାଇଛି। ସମସ୍ତ ଦିଗ ଉପରେ ବିଚାର କରାଯାଇ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ ଭାରତ ଜଣାଇଛି। 

 

 

Read More
{}{}