Hindi News >>Home >>Odisha Politics

Lok Sabha election 2024: ଭଗବାନ ରାମଙ୍କ ଭରସାରେ ୨୦୨୪ ନିର୍ବାଚନ ବୈତରଣୀ ପାର ହୋଇଯିବକି ବିଜେପି?

Lok Sabha Election: ଆଗାମୀ  ଆଗାମୀ ଲୋକସଭା ନିର୍ବାଚନ ପାଇଁ କରାଯାଇଥିବା ଏକ ସର୍ବେକ୍ଷଣରେ ଅନେକ ଜିନିଷ ସାମ୍ନାକୁ ଆସିଛି। ଏହି ସର୍ବେକ୍ଷଣରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟ ସହିତ ୨୦୨୪ ନିର୍ବାଚନରେ ବିଜେପି ପାଇଁ କେଉଁ ପ୍ରସଙ୍ଗ ସବୁଠାରୁ ବଡ ହେବ ସେନେଇ ଜନସାଧାରଣଙ୍କ ମତାମତ ନିଆଯାଇଥିଲା।

Advertisement
Lok Sabha election 2024: ଭଗବାନ ରାମଙ୍କ ଭରସାରେ ୨୦୨୪ ନିର୍ବାଚନ ବୈତରଣୀ ପାର ହୋଇଯିବକି ବିଜେପି?
Stop
Zee Odisha Desk|Updated: Mar 03, 2023, 06:54 PM IST

Lok Sabha Election 2024 Survey: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ଆଉ ବର୍ଷେ ସମୟ ରହିଛି। ଆଗାମୀ ଲୋକସଭା ନିର୍ବାଚନ ପାଇଁ କରାଯାଇଥିବା ଏକ ସର୍ବେକ୍ଷଣରେ ଅନେକ ଜିନିଷ ସାମ୍ନାକୁ ଆସିଛି। ଏହି ସର୍ବେକ୍ଷଣରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟ ସହିତ ୨୦୨୪ ନିର୍ବାଚନରେ ବିଜେପି ପାଇଁ କେଉଁ ପ୍ରସଙ୍ଗ ସବୁଠାରୁ ବଡ ହେବ ସେନେଇ ଜନସାଧାରଣଙ୍କ ମତାମତ ନିଆଯାଇଥିଲା। TV9 Bharatvarsh-POLSTRAT ପକ୍ଷରୁ ଏହି ସର୍ଭେ କରାଯାଇଥିଲା। ଯେଉଁଥିରେ ୨୦୨୪ ନିର୍ବାଚନର ଚିତ୍ର ଆକଳନ କରିବାକୁ ଏକ ପ୍ରୟାସ କରାଯାଇଥିଲା। ଏହି ସର୍ବେକ୍ଷଣରେ ଆସନ୍ତାବର୍ଷ ହେବାକୁ ଯାଉଥିବା ଲୋକସଭା ନିର୍ବାଚନକୁ ଲୋକଙ୍କୁ ଅନେକ ପ୍ରଶ୍ନ କରାଯାଇଥିଲା।  

ପ୍ରଶ୍ନ-୨୦୨୪ ନିର୍ବାଚନରେ ବିଜେପି ପାଇଁ କେଉଁ ପ୍ରସଙ୍ଗ ପରିବର୍ତ୍ତନକାରୀ ହେବ?

  • ରାମ ମନ୍ଦିର: ୨୦.୯ ପ୍ରତିଶତ
  • ହିନ୍ଦୁତ୍ୱ: ୨୩.୯ ପ୍ରତିଶତ
  • ବିଶ୍ୱଗୁରୁ ପ୍ରତିଛବି: ୧୧.୫ ପ୍ରତିଶତ
  • ସମାନ ନାଗରିକ ସଂହିତା ଆଇନ: ୧୭.୯ ପ୍ରତିଶତ
  • ଅନ୍ୟ ପ୍ରସଙ୍ଗ: ୨୦ ପ୍ରତିଶତ

ଏହି ପ୍ରଶ୍ନରୁ ଏହା ସ୍ପଷ୍ଟ ଭାବେ ଜଣାପଡୁଛି ଯେ ରାମ ମନ୍ଦିର ପ୍ରସଙ୍ଗ ବିଜେପି ପାଇଁ ପରିବର୍ତ୍ତନକାରୀ (Game Changer) ପ୍ରସଙ୍ଗ ହେବ। ପ୍ରାୟ 21 ପ୍ରତିଶତ ଲୋକ ଏହା ଉପରେ ବିଶ୍ୱାସ କରିଛନ୍ତି।

ଏହା ସହିତ ଏହି ସର୍ବେକ୍ଷଣରେ ବାଗ ନେଇଥିବା ଲୋକଙ୍କୁ ଆଉ ଏକ ପ୍ରଶ୍ନ ପଚରା ଯାଇଥିଲା। ତାହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ କେତେ ପ୍ରତିଶତ ଲୋକ ଖୁସି ଅଛନ୍ତି? ଏହାର ଉତ୍ତର ଆପଣ ଜାଣିନିଅନ୍ତୁ। 

  • ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ରହିଥିବା ଲୋକ: ୭୨.୬ ପ୍ରତିଶତ
  • ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ରହିଥିବା ଲୋକ: ୨୩.୫ ପ୍ରତିଶତ
  • ଉତ୍ତର ଜାଣିନାହାଁନ୍ତି: ୩.୯ ପ୍ରତିଶତ

୨୦୨୪ ମମତା ବାନାର୍ଜୀ ଗଠନ କରିବେ କି ତୃତୀୟ ସାମ୍ମୁଖ୍ୟ? ବିଜେପି ଲାଗି ବିପଦ ସାଜିବ କି ତୃତୀୟ ସାମ୍ମୁଖ୍ୟ?
ଗତ ୨୦୧୯ ଲୋକସଭା ନିର୍ବାଚନରେ ​​ପଶ୍ଚିମବଙ୍ଗରେ ବିଜେପି ପାଇଥିବା ସଫଳତା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲା। ଏହି ନିର୍ବାଚନରେ ବିଜେପି ରାଜ୍ୟର ୪୨ ଲୋକସଭା ଆସନ ମଧ୍ୟରୁ ୧୮ ସିଟ ହାତେଇଥିଲା। ମମତା ବାନାର୍ଜୀଙ୍କ ନେତୃତ୍ୱାଧିନ ଟିଏମସି ୨୨ ଆସନ ପାଇଥିଲା। ହେଲେ ଏହାର ୨ ବର୍ଷ ପରେ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ରାଜ୍ୟରେ ​​ଟିଏମସି ଲହର ଦେଖିବାକୁ ମିଳିଥିଲା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ପାଇଥିବା ସଫଳତା ଲୋକସଭାରେ ମଧ୍ୟ ଅନୁଭୂତ ହୋଇଥିଲା। ଗତ ୨୦୨୨ ଜୁଲାଇରେ ଇଣ୍ଡିଆ ଟିଭି-ମ୍ୟାଟେରିଜ୍ର ପକ୍ଷରୁ ହୋଇଥିବା ଏକ ସର୍ବେକ୍ଷଣରେ ବିଜେପି ପାଇବାକୁ ଯାଉଥିବା ଆସନ ହ୍ରାସ ପାଉଥିବାର ଦେଖିବାକୁ ମିଳିଥିଲା। ଏହି ସର୍ବେକ୍ଷଣରେ ବିଜେପି ୧୪ ସିଟ୍ ପାଇବା ନେଇ ପୂର୍ବାନୁମାନ କରାଯାଇଥିଲା। ଏହା ସହିତ ୨୦୧୯ ତୁଳନାରେ ୨୦୧୪ ଲୋକସଭା ନିର୍ବାଚନରେ ଟିଏମସି ଆସନ ସଂଖ୍ୟା ୪ ବଢି ୨୬ ଆସନ ପାଉଥିବା ନେଇ ଆକଳନ କରାଯାଇଥିଲା।

ଏହି ସର୍ବେକ୍ଷଣର ୬ ମାସ ପରେ ଗତ ୨୦୨୩ ଜାନୁଆରୀରେ ଏକ ନୂତନ ସର୍ଭେ କରାଯାଇଥିଲା। ଯାହା ସି ଭୋଟର ଏବଂ ଇଣ୍ଡିଆ ଟୁଡେ ପକ୍ଷରୁ ମିଳିତ ଭାବେ କରାଯାଇଥିଲା। ଏହି ସର୍ଭେ ଅନୁଯାୟୀ ରାଜ୍ୟରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟର ଲୋକସଭା ଆସନ ସଂଖ୍ୟା ପୁଣି ଥରେ ବୃଦ୍ଧି ପାଇଥିବାର ଦେଖିବାକୁ ମିଳିଛି। ଏହି ସର୍ବେକ୍ଷଣରେ ଏନଡିଏ ୨୦ ସିଟ୍ ପାଇବ ବୋଲି ଆକଳନ କରାଯାଇଛି। ମ୍ୟାଟେରିଜ୍ର ପକ୍ଷରୁ ହୋଇଥିବା ଏକ ସର୍ବେକ୍ଷଣରେ ସିଟ୍ ସଂଖ୍ୟା ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି। ଯଦିଓ ୬ ମାସ ପୂର୍ବରୁ ସି-ଭୋଟର ସର୍ବେକ୍ଷଣକୁ ଦେଖାଯାଏ ତାହାଲେ ୭ ଆସନ ପାଉଥିବାର ଦେଖାଯାଇଥିଲା। 

Read More
{}{}