Hindi News >>Home >>Odisha National-International

starmers new cabinet: କିଏ ଏହି ଶବାନା ମେହମୁଦ ? ବ୍ରିଟେନ ମନ୍ତ୍ରୀଙ୍କ କଣ ରହିଛି ଭାରତ ସହିତ ସମ୍ପର୍କ

pok-origin mp in starmers new cabinet : କାଶ୍ମୀର ପ୍ରସଙ୍ଗ ଉପରେ ଭାରତୀୟ ସରକାର ତୀବ୍ର ସମାଲୋଚନା କରୁଥିବା ସମୟରେ ବ୍ରିଟିଶ ପାକିସ୍ତାନୀ ସାଂସଦ ଶବାନା ମହମ୍ମଦଙ୍କୁ ଆଇନ ମନ୍ତ୍ରୀ ଓ ଭାବେ ଲିସା ନନ୍ଦିଙ୍କୁ କିୟର ଷ୍ଟାର୍ମର ସଂସ୍କୃତି, ମିଡିଆ ଏବଂ କ୍ରୀଡ଼ା ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି ।

Advertisement
 new cabinet
Stop
Zee Odisha Desk|Updated: Jul 07, 2024, 01:14 PM IST

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗ ଉପରେ ଭାରତୀୟ ସରକାର ତୀବ୍ର ସମାଲୋଚନା କରୁଥିବା ସମୟରେ ବ୍ରିଟିଶ ପାକିସ୍ତାନୀ ସାଂସଦ ଶବାନା ମହମ୍ମଦଙ୍କୁ ଆଇନ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଧାନମନ୍ତ୍ରୀ କିୟର ଷ୍ଟାର୍ମରଙ୍କୁ ତାଙ୍କ କ୍ୟାବିନେଟରେ ଭାରତୀୟ ବଂଶୋଦ୍ଭବ ମହିଳା ନେତାଙ୍କୁ ମଧ୍ୟ ସାମିଲ କରିଛନ୍ତି। ଉତ୍ତର ପଶ୍ଚିମ ଇଂଲଣ୍ଡର ୱିଗାନ୍ ସଂସଦୀୟ ନିର୍ବାର୍ଚନ ମଣ୍ଡଳୀରୁ ବିପୁଳ ଭୋଟ୍ ବ୍ୟବଧାନରେ ନିର୍ବାଚିତ ହୋଇଥିବା ଲିସା ନନ୍ଦିଙ୍କୁ କିୟର ଷ୍ଟାର୍ମର ସଂସ୍କୃତି, ମିଡିଆ ଏବଂ କ୍ରୀଡ଼ା ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି । 

ଏଠାରେ କହି ରଖୁ କି ବିରୋଧୀ ଦଳର ଆଇନ ସଚିବ ଥିବା ସମୟରେ ମେହମୁଦ ୨୦୧୯ ମସିହା ଅଗଷ୍ଟ ୧୫ ତାରିଖରେ ଲଣ୍ଡନରେ ଥିବା ଭାରତୀୟ ହାଇ କମିଶନ ବାହାରେ ଏକ ସ୍ୱାଧୀନତା ଦିବସକୁ ବିରୋଧ କରି ଭାଷଣ ଦେଇଥିଲେ ଯାହା ପରବର୍ତ୍ତି ସମୟରେ ହିଂସାତ୍ମକ ରୂପ ନେଇଥିଲା। ମିଶନ ଭବନକୁ ଗୁରୁତର ଭାବେ କ୍ଷତି ପହଞ୍ଚାଇଥିଲା। ସେ ୨୦୧୯ରେ ଜନସନଙ୍କୁ ଏକ ଚିଠିରେ ଦସ୍ତଖତ କରି ତାଙ୍କୁ "ଭାରତୀୟ ସରକାରଙ୍କ କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କରିବା" ଏବଂ କାଶ୍ମୀରକୁ ଆନ୍ଦୋଳନ କରିବା ପାଇଁ ଧାରା ୩୭୦ର ବେଆଇନ ତଥା ଅସାମ୍ବିଧାନିକ ବୋଲି କହିଥିଲେ। ଏହା ସହିତ ଏହାକୁ ପ୍ରତ୍ୟାହାର କରିବାକୁ ଆହ୍ୱାନ ଦେଇଥିଲେ। 

ତେବେ ମହମୁଦଙ୍କର ଜନ୍ମ ବର୍ମିଂହାମରେ ହୋଇଥିଲା। ୨୦୦୨ ମସିହାରେ ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ସ୍ନାତକରେ ଶିକ୍ଷା ଲାଭ କରିଥିଲେ। ମେହମୁଦଙ୍କର ବାପା ମୁଳତଃ ପୋକର ମିରପୁରର ବାବ-ଇ-ୟାମ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ କାଶ୍ମୀରରେ ଭାରତର କାର୍ଯ୍ୟକଳାପକୁ ଅନେକ ଥର ନିନ୍ଦା କରିଛନ୍ତି।  ମେହମୁଦଙ୍କ ବାପା ଜଣେ ସିଭିଲ ଇଞ୍ଜିନିୟର ଭାବେ କାର୍ଯ୍ୟ କରିଆସିଛନ୍ତି। ତାଙ୍କର ମା ଦୋକାନରେ କାର୍ଯ୍ୟ କରୁଥିବାର ସୂଚନା ରହିଛି। ତେବେ ପାଠପଢା ସମୟରେ ଅନେକ ସଂଘର୍ଷ ମଧ୍ୟରେ ଜୀବନ ଅତିବାହିତ କରିଛନ୍ତି ମେହମୁଦ। ଅନେକ ଥର ଫେଲ ହୋଇଥିଲେ ମଧ୍ୟ ସେ ନିଜକୁ ସକରାତ୍ମକ ପରିବେଶରେ ରଖି ଆଗକୁ ବଢିଛନ୍ତି। ତେବେ ସେ ପିଲାଦିନେ ଓକିଲାତି କରିବାକୁ ଲକ୍ଷ୍ୟ ରଖିଥିବା ବେଳ ଏବେ ସେ ଆଇନ ମନ୍ତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି। 

ଏଠାରେ କହି ରଖୁ କି ୨୦୨୦ ମସିହା ଜାନୁଆରୀରେ ଲେବର ପାର୍ଟିର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ୩ ଜଣ ପ୍ରାର୍ଥୀଙ୍କ ମଧ୍ୟରେ କିୟର ଷ୍ଟାର୍ମର ଏବଂ ଅନ୍ୟ ଏକ ପ୍ରାର୍ଥୀଙ୍କ ସହ ଲିସା ପ୍ରତିଦ୍ୱନ୍ଦିତା କରୁଥିଲେ । ସେବେ ଠାରୁ ଲିସା ଷ୍ଟାର୍ମରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରିଆସୁଛନ୍ତି । ବର୍ତ୍ତମାନ ଲିସା ରୁଷି ସୁନକ ନେତୃତ୍ୱାଧୀନ କନଜର୍ଭେଟିଭ ପାର୍ଟି ସରକାରରେ ସଂସ୍କୃତ ମନ୍ତ୍ରଣାଳୟର କାର୍ଯ୍ୟଭାର ତୁଲାଉଥିବା ଲୁସି ଫ୍ରେଜରଙ୍କ ସ୍ଥାନ ନେବେ ।

ସେହିପରି ପ୍ରବାସୀ ଭାରତୀୟ ଭାବେ ଲିସା ନନ୍ଦି ମଧ୍ୟ କିୟର ଷ୍ଟାର୍ମରଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି। ଲିସାଙ୍କ ପିତାଙ୍କ ନାଁ ହେଉଛି ଦୀପକ ନନ୍ଦି। ଇଂରାଜୀ ସାହିତ୍ୟରେ ଦୀପକ ଏକ ଜଣାଶୁଣା ନାଁ। ଲିସା ନନ୍ଦି ପାର୍ସ ୱୁଡ୍ ହାଇସ୍କୁଲ ଏବଂ ହୋଲି କ୍ରସ୍ କଲେଜରୁ ସ୍କୁଲ ପାଠପଢ଼ା ଶେଷ କରିଥିଲେ । ଏହା ପରେ ୨୦୨୧ରେ ନ୍ୟୁକ୍ଲାସ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏଟ୍ ହୋଇଥିଲେ । ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ସେ ଏକ ମାଷ୍ଟର୍ସ ଡିଗ୍ରୀ ମଧ୍ୟ କରିଛନ୍ତି । ଲିସା ତାଙ୍କ କ୍ୟାରିୟର ପ୍ରାରମ୍ଭରେ ଲେବର ପାର୍ଟିର ସଂସଦ ନୀଲ ଗୋର୍ଡାନଙ୍କ ସହ କାମ କରିଥିଲେ । ଶରଣାର୍ଥୀଙ୍କ ପ୍ରସଙ୍ଗକୁ ନେଇ ଲିସା ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ଏବଂ ଇଂଲଣ୍ଡ ଶିଶୁ କମିଶନର ତଥା ସ୍ୱାଧୀନ ଅସାଇଲମ୍ କମିଶନରେରେ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି ।

{}{}