Hindi News >>Home >>Odisha National-International

ଜାଣନ୍ତୁ କିଏ ଏହି ମାର୍ଗରେଟ୍ ଆଲଭା? ଯାହାକୁ ବିରୋଧୀ ଉପରାଷ୍ଟ୍ରପତି ପଦ ପାଇଁ କରିଛି ପ୍ରାର୍ଥୀ

Vice President Election: ରବିବାର ଦିନ ବିରୋଧୀ ଦଳ ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ମାର୍ଗରେଟ୍ ଆଲଭାଙ୍କୁ (Margaret Alva) ଉପରାଷ୍ଟ୍ରପତି ପଦ ପାଇଁ ସେମାନଙ୍କର ମିଳିତ ପ୍ରାର୍ଥୀ ଭାବରେ ସ୍ଥିର କରିବାକୁ ନିଷ୍ପତ୍ତି ନେଇଛନ୍ତି । ମଙ୍ଗଳବାର ଦିନ ଆଲଭା ନିଜ ନାମାଙ୍କନପତ୍ର ଦାଖଲ କରିବେ ।

Advertisement
ମାର୍ଗରେଟ୍ ଆଲଭା (ଫାଇଲ ଫଟୋ)
Stop
Jagdish Barik|Updated: Jul 17, 2022, 06:33 PM IST

Margaret Alva Profile: କେନ୍ଦ୍ରର ଶାସକ ଦଳ ଦ୍ୱାରା ଉପରାଷ୍ଟ୍ରପତି ନିର୍ବାଚନ (Vice President Election) ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ପରେ, ଏବେ ବିରୋଧୀ ମଧ୍ୟ ନିଜର ପ୍ରାର୍ଥୀ ଘୋଷଣା କରିଛନ୍ତି । କଂଗ୍ରେସ ନେତ୍ରୀ ମାର୍ଗରେଟ୍ ଆଲଭା (Margaret Alva) ବିରୋଧୀ ଦଳରୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ହେବେ । ଜାତୀୟତାବାଦୀ କଂଗ୍ରେସ ପାର୍ଟି (NCP) ସଭାପତି ଶରଦ ପାୱାରଙ୍କ (Sharad Pawar) ବାସଭବନରେ ୧୭ ଟି ବିରୋଧୀ ଦଳର ନେତାଙ୍କ ବୈଠକରେ ଆଲଭାଙ୍କୁ ଠିଆ କରିବାକୁ ନିଷ୍ପତ୍ତି ନିଆଯାଇଛି । ଜାଣନ୍ତୁ କିଏ ଏହି ମାର୍ଗରେଟ୍ ଆଲଭା ଓ କିପରି ରହିଛି ତାଙ୍କର ରାଜନୈତିକ କ୍ୟାରିୟର ?

କର୍ଣ୍ଣାଟକର ମାଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିବା ୮୦ ବର୍ଷୀୟା ଅଲଭା ଗୋଆ, ଗୁଜୁରାଟ, ରାଜସ୍ଥାନ ଓ ଉତ୍ତରପ୍ରଦେଶର ରାଜ୍ୟପାଳ ରହିସାରିଛନ୍ତି । ଆଲଭାଙ୍କର ଏକ ଦୀର୍ଘ ରାଜନୈତିକ କ୍ୟାରିୟର ଅଛି । କଂଗ୍ରେସ ସାଂସଦ ଥିବାବେଳେ ସେ ମଧ୍ୟ ଚାରିଥର କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଁ ରାଜ୍ୟ ମନ୍ତ୍ରୀ ରହି ସାରିଛନ୍ତି ।

୧୯୭୪ ରେ ପ୍ରଥମ ଥର ପାଇଁ ହୋଇଥିଲେ ସାଂସଦ
କଂଗ୍ରେସ ନେତା ମାର୍ଗରେଟ୍ ଆଲଭା ୧୯୭୪ ରେ ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ । ସେବେଠାରୁ ସେ ମୋଟ ପାଞ୍ଚ ଥର ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ସାଂସଦ ଭାବରେ ସେ ମହିଳା କଲ୍ୟାଣ ପାଇଁ ଅନେକ ଆଇନ ପ୍ରଣୟନ କରିବାରେ ଏକ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିଥିଲେ । କଂଗ୍ରେସ ସରକାରରେ ମହିଳା ସଶକ୍ତିକରଣ ସହ ଜଡିତ ନୀତି ପ୍ରସ୍ତୁତ ତଥା ପାସ୍ କରିବାରେ ଆଲଭା ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

ଉତ୍ତରାଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ହୋଇଥିଲେ 
କେନ୍ଦ୍ରରେ ୟୁପିଏ ସରକାର ସମୟରେ ତାଙ୍କୁ ୬ ଅଗଷ୍ଟ ୨୦୦୯ ରେ ଉତ୍ତରାଖଣ୍ଡର ରାଜ୍ୟପାଳ କରାଯାଇଥିଲା । ଏହା ପରେ ତାଙ୍କୁ ଗୁଜରାଟ, ରାଜସ୍ଥାନର ରାଜ୍ୟପାଳ ମଧ୍ୟ କରାଯାଇଥିଲା । ଜଣେ ମହିଳା ଭାବରେ ସାମାଜିକ ତଥା ରାଜନୈତିକ କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ୨୦୧୨ ରେ ମର୍ସି ରବି ଆୱାର୍ଡ  ପ୍ରଦାନ କରାଯାଇଥିଲା ।

୧୭ ଟି ଦଳ ସର୍ବସମ୍ମତି କ୍ରମେ ନିଆଯାଇଛି ନିଷ୍ପତ୍ତି
ଜାତୀୟତାବାଦୀ କଂଗ୍ରେସ ଦଳର ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ ଆମର ସାମୂହିକ ଚିନ୍ତାଧାରା ହେଉଛି ଯେ ଆଲଭା ମଙ୍ଗଳବାର ଦିନ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ନାମାଙ୍କନପତ୍ର ଦାଖଲ କରିବେ । ପାୱାର କହିଛନ୍ତି ଯେ ମୋଟ ୧୭ ଟି ଦଳ ସର୍ବସମ୍ମତି କ୍ରମେ ଆଲଭା ଠିଆ କରିବାକୁ ନିଷ୍ପତ୍ତି ନିଆଯାଇଛି । ତୃଣମୂଳ କଂଗ୍ରେସ ଓ ଆଦମୀ ପାର୍ଟି, ସହ ସେ ମୋଟ ୧୯ଟି ଦଳର ମିଳିତ ପ୍ରାର୍ଥୀ ହେବେ ।

ଏହା ବି ପଢ଼ନ୍ତୁ: ଭାରତର ଉପରାଷ୍ଟ୍ରପତି ମିଳିଥାଏ କେତେ ଟଙ୍କା ଦରମା? ପାଇଥାନ୍ତି କେଉଁ ବିଶେଷ ସୁବିଧା

ଏହା ବି ପଢ଼ନ୍ତୁ: PM ମୋଦିଙ୍କୁ ଚିଠି ଲେଖିଲେ କେଜ୍ରିୱାଲ; କହିଲେ- ମୋତେ ସିଙ୍ଗାପୁର ଯିବାକୁ ଅନୁମତି ନଦେବା ଭୁଲ୍

 

{}{}