Hindi News >>Home >>Odisha National-International

ମଙ୍କିପକ୍ସକୁ ନେଇ WHO ଦେଲା ବଡ ଚେତାବନୀ

Monkeypox: WHO ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ ପରାମର୍ଶ ଦେଇଛନ୍ତି, "ପୁରୁଷମାନଙ୍କୁ ନିଜର ସମଲିଙ୍ଗୀ ସାଥିଙ୍କ ସହ ଶାରୀରିକ ସମ୍ପର୍କ ହ୍ରାସ କରିବାକୁ ଚିନ୍ତା କରିବା ଉଚିତ । ନୂଆ ପାର୍ଟନରଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନରୁ ଦୂରେଇ ରୁହନ୍ତୁ ।"

Advertisement
ସାଙ୍କେତିକ ଫଟୋ
Stop
Jagdish Barik|Updated: Jul 29, 2022, 04:43 PM IST

WHO On Monkeypox: କୋରୋନା ସଙ୍କଟରୁ ବିଶ୍ୱ ଏପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବେ ବାହାରି ପାରି ନାହିଁ, କିନ୍ତୁ ଏହି ସମୟରେ ମଙ୍କିପକ୍ସ (Monkeypox) ନାମକ ଏକ ଭୂତାଣୁ ପୁଣିଥରେ ବିଶ୍ୱାସ ସାମ୍ନାରେ ସଙ୍କଟ ରୂପେ ଆସି ପହଞ୍ଚିଛି । ଏହି ରୋଗ ବିଷୟରେ ବହୁତ ସୀମିତ ପରିମାଣରେ ବିଶ୍ୱବାସି ଜାଣନ୍ତି । ବିଶ୍ୱର ସମସ୍ତ ସ୍ୱାସ୍ଥ୍ୟ ଏଜେନ୍ସି ମଧ୍ୟ ଏ ବିଷୟରେ ସଚେତନ ହୋଇଛନ୍ତି । ଏଥି ସହିତ, ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  (World Health Organization) ମଧ୍ୟ ମଙ୍କିପକ୍ସ ଉପରେରେ ଚେତାବନୀ ଦେଇଛି । WHO କହିଛି ଯେ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ପୁରୁଷଙ୍କ ମଧ୍ୟରେ ମଙ୍କିପକ୍ସର ମାମଲା ଦ୍ରୁତ ଗତିରେ ବଢୁଛି । ସଂକ୍ରମଣର ବିପଦକୁ ଦୃଷ୍ଟିରେ ରଖି ଏହିପରି ବ୍ୟକ୍ତିମାନେ ଏକ ନୂଆ ସାଥୀ ସହିତ ସମ୍ପର୍କ ରଖିବା ଠାରୁ ଦୂରେଇ ରହିବା ଉଚିତ୍ । ଏପରି ଭାବେ ମଙ୍କିପକ୍ସକୁ ବଢ଼ିବାରେ ରୋକା ଯାଇ ହେବ ।

WHO ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ (Tedros Adhanom Ghebreyesus) ପରାମର୍ଶ ଦେଇଛନ୍ତି, "ପୁରୁଷମାନଙ୍କୁ ନିଜର ସମଲିଙ୍ଗୀ ସାଥିଙ୍କ ସହ ଶାରୀରିକ ସମ୍ପର୍କ ହ୍ରାସ କରିବାକୁ ଚିନ୍ତା କରିବା ଉଚିତ । ନୂଆ ପାର୍ଟନରଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନରୁ ଦୂରେଇ ରୁହନ୍ତୁ । ଯଦି ଆପଣ ଏକ ନୂଆ ସାଥୀ ସହିତ ମଧ୍ୟ ସମ୍ପର୍କ ସ୍ଥାପନ କରୁଛନ୍ତି, ତେବେ ତାଙ୍କ ବିଷୟରେ ମଙ୍କିପକ୍ସ ସହିତ ଜଡିତ ସମସ୍ତ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରନ୍ତୁ । ଯାହାପରେ ତାଙ୍କ ସହିତ ସମ୍ପର୍କ ସ୍ଥାପନ କରନ୍ତୁ । ଟେଡ୍ରୋସ୍ କହିଛନ୍ତି, 'ବର୍ତ୍ତମାନ ପର୍ଯ୍ୟନ୍ତ ୯୮ ପ୍ରତିଶତ ମାମଲା ପୁରୁଷଙ୍କ ସହ ଜଡିତ ରହିଛି, ଯେଉଁ ପୁରୁଷ ମାନେ ସାଥି ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତି, କିନ୍ତୁ ସେମାନଙ୍କ ସହ ଯୋଗାଯୋଗରେ ଆସିବା ଲୋକଙ୍କୁ ମଧ୍ୟ ମଙ୍କିପକ୍ସ ହୋଇପାରେ । ଏହି କାରଣରୁ ଶିଶୁ, ଗର୍ଭବତୀ ମହିଳା ଓ ଯେଉଁମାନେ ଇମ୍ୟୁନୋସପ୍ରେସଡ୍ ଅଛନ୍ତି, ସେମାନଙ୍କ ସମେତ ଦୁର୍ବଳ ଗୋଷ୍ଠୀରେ ସଂକ୍ରମଣର ଆଶଙ୍କା ହ୍ରାସ କରିବାକୁ ଉପଯୁକ୍ତ ପଦକ୍ଷେପ ନେବାକୁ WHO ଦେଶମାନଙ୍କୁ ପରାମର୍ଶ ଦେଉଛି ।

ସେ କହିଛନ୍ତି ଯେ ମଙ୍କିପକ୍ସର ବଢ଼ୁଥିବା ବିପଦକୁ ରୋକିବା ପାଇଁ ଏହି ସମୟରେ ସମସ୍ତ ଦେଶର ଧ୍ୟାନ ଅନ୍ୟ ପୁରୁଷଙ୍କ ସହ ଯୌନ ସମ୍ପର୍କ ରଖୁଥିବା ପୁରୁଷଙ୍କ ଉପରେ ରହିବା ଉଚିତ । ଏହିପରି ଲୋକଙ୍କ ସମ୍ପ୍ରଦାୟରେ ମଙ୍କିପକ୍ସ ବିଷୟରେ ସଚେତନତା ବିସ୍ତାର କରିବାର ଆବଶ୍ୟକତା ଅଛି । ଏଥି ସହିତ, ଦେଶମାନେ ମଧ୍ୟ ଏହିପରି ପୁରୁଷଙ୍କ ଅଧିକାର ପ୍ରତି ସମ୍ପୂର୍ଣ୍ଣ ଯତ୍ନବାନ ହେବା ଉଚିତ୍ । ଆମକୁ ମନେ ରଖିବାକୁ ହେବ ଯେ କଳଙ୍କ ଓ ଭେଦଭାବ ଯେକୌଣସି ଭୂତାଣୁ ପରି ବିପଜ୍ଜନକ ହୋଇପାରେ ।

ଏହା ବି ପଢ଼ନ୍ତୁ: Smriti Irani Defamation Case: କଂଗ୍ରେସ ନେତାଙ୍କୁ ବଡ ଝଟକା ଦେଲା ଦିଲ୍ଲୀ ହାଇକୋର୍ଟ

ଏହା ବି ପଢ଼ନ୍ତୁ: CHSE +2 Arts Result 2022: ଏହି ଦିନ ଘୋଷଣା ହେବ ଯୁକ୍ତ ୨ କଳା ରେଜଲ୍ଟ, ଜାଣନ୍ତୁ କିପରି ଦେଖିବେ

 

Read More
{}{}