Hindi News >>Home >>Odisha National-International

WHO Alert: ଅଳ୍ପ ହେଉ କି ବହୁତ, ମଦ ବଢାଉଛି କ୍ୟାନସର ରୋଗ

WHO Alert On Alcohol Consumption: କମ୍ ମଦ ପିଇବା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚେନି। ହେଲେ ହୁ ଏହି ବୟାନକୁ ଭୁଲ ସାବ୍ୟସ୍ୟ କରିଛି।  ହୁ ର କହିବା କଥା ଯେତେ ଅଧିକ ମଦ ଶରୀରକୁ ଯିବ ସେତେ କ୍ୟାନସର ବିପଦ ବଢ଼ିବ । ୟୁରୋପର ପ୍ରାୟ ୨୦ କୋଟି ଲୋକଙ୍କ ଉପରେ ଏବେ ଆଲକହଲ୍ ଜନିତ କ୍ୟାନସର ସମ୍ଭାବନା ବୃଦ୍ଧି ପାଇଛି ।

Advertisement
WHO Alert: ଅଳ୍ପ ହେଉ କି ବହୁତ, ମଦ ବଢାଉଛି କ୍ୟାନସର ରୋଗ
Stop
Rasmita Sahoo|Updated: Jan 10, 2023, 11:44 AM IST

WHO Alert: 'ମଦ' । କଥାରେ ଅଛି 'ମ' ରେ ମୃତ୍ୟୁ 'ଦ' ରେ ଦରିଦ୍ର । ତଥାପି ଲୋକମାନେ ମଦ ପିଇବାକୁ ପଛାଇନଥାନ୍ତି । ରିଲାକ୍ସ ପାଇଁ ହେଉ, କୌଣସି ଖୁସିର ମୂହୁର୍ତ୍ତ ହେଉ ବା ଦୁଃଖରେ ମ୍ରିୟମାଣ ମଦ ଟିକେ ପିଇଦେଲେ ସବୁ କିଛି ଭୁଲିଯାଏ ମଣିଷ । ଏମିତିରେ କିଛି ଲୋକ ମଦ ପିଇ ନିଜର ହିତାହତ ଜ୍ଞାନ ମଧ୍ୟ ହରାଇବସନ୍ତି । ତେବେ ମଦକୁ ନେଇ ସତର୍କବାଣୀ ଶୁଣାଇଛି 'ହୁ' ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କିଛି ଲୋକ କୁହନ୍ତି ଅଳ୍ପ ମଦ ପିଇଲେ ଶରୀର ପ୍ରତି କିଛି କ୍ଷତି ନାହିଁ। ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ପ୍ରତ୍ୟାଖାନ କରିଛି।  'ହୁ' ର କହିବା କଥା, ଅଳ୍ପ ହେଉ କି ଅଧିକ ମଦ ହିଁ ଶରୀର ପାଇଁ କ୍ଷତିକାରକ । 

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର(World Health Organization) ଏପରି ଚେତାବନୀ ଏହି ବିତର୍କ ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛି । ଲାନସେଟ୍ ପବ୍ଲିକ୍ ହେଲଥ୍ ରେ ଏହି ତଥ୍ୟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ମଦ ଯୋଗୁଁ ଦିନକୁ ଦିନ ବିଶ୍ୱରେ କ୍ୟାନସର ରୋଗ ବୃଦ୍ଧି ପାଉଛି । ହୁ ର କହିବା କଥା ଯେତେ ଅଧିକ ମଦ ଶରୀରକୁ ଯିବ ସେତେ କ୍ୟାନସର ବିପଦ ବଢ଼ିବ । ୟୁରୋପର ପ୍ରାୟ ୨୦ କୋଟି ଲୋକଙ୍କ ଉପରେ ଏବେ ଆଲକହଲ୍ ଜନିତ କ୍ୟାନସର ସମ୍ଭାବନା ବୃଦ୍ଧି ପାଇଛି । ଏଥିମଧ୍ୟରୁ ଅଧା ଲୋକ ପୁରା କମ୍ କିମ୍ବା ମଧ୍ୟମ ମାତ୍ରାରେ ମଦ ପିଇଥାନ୍ତି । 'ହୁ'(WHO) ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରାଇଛି ଯେ, କେତେ ମଦ ପିଉଛନ୍ତି ତାହା କୌଣସି ଗୁରୁତ୍ୱ ରଖୁନାହିଁ । କାରଣ କୌଣସି ପରିମାଣର ମଦ ଅର୍ଥାତ୍ ଅଳ୍ପ ପରିମାଣର ମଦ ମଧ୍ୟ ଶରୀର ପାଇଁ ସୁରକ୍ଷିତ ନୁହେଁ । 

ମଦ ପିଇବା ଦ୍ୱାରା  କେବଳ ଯେ, କ୍ୟାନସର(Cancer) ହେବ ତାହା ନୁହେଁ ଏହାକୁ ଛାଡ଼ି ପ୍ରାୟ ୨୦୦ ରୋଗ ଆକ୍ରାନ୍ତ କରିଥାଏ। ଯଦି ଦେଖିବା ନିର୍ଭରଶୀଳ ଉତ୍ପାଦନ ଗୁଣ ସହିତ ମଦ୍ୟପାନ ଏକ ବିଷାକ୍ତ ଏବଂ ସାଇକୋଆକ୍ଟିଭ୍ ପଦାର୍ଥ । ଆଜିର ସମାଜରେ, ମଦ୍ୟପାନ କରିବା ଏକ ନିତିଦିନିଆ ଅଂଶ ହୋଇଗଲାଣି। ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ମଦ୍ୟପାନ କରିବା ଦିନକୁ ଦିନ ବୃଦ୍ଧି ପାଉଛି ତଥାପି ଶରୀର ପ୍ରତି ଏହାର କଣ ପ୍ରଭାବ ପଡ଼ୁଛି ତାହାକୁ ଅଣଦେଖା କରିବା ଅନୁଚିତ୍ । ଯଦି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର(World Health Organization) ରିପୋର୍ଟ ଦେଖିବା ମଦ ପିଇବା କାରଣରୁ ବିଶ୍ୱ ସ୍ତରରେ ପ୍ରତିବର୍ଷ ତିନି ମିଲିୟନ ଲୋକଙ୍କ ମୃତ୍ୟୁ ହେଉଛି । ସେହିପରି ଲକ୍ଷ ଲକ୍ଷ ଲୋକ ଶାରୀରିକ ଅକ୍ଷମତା ଏବଂ ଖରାପ ସ୍ୱାସ୍ଥ୍ୟ ଧରି ଜୀବନ ଯାପନ କରିଥାନ୍ତି। ସାମଗ୍ରିକ ଭାବେ, ଦେଖିବାକୁ ଗଲେ ମଦ୍ୟପାନ ଯୋଗୁଁ ହେଉଥିବା କ୍ଷତି ବିଶ୍ୱରେ ଏହାର ପ୍ରତିଶତ ରହିଛି ୫.୧ ପ୍ରତିଶତ। 

ମଦ୍ୟପାନର (Alcohol Drinking) କ୍ଷତିକାରକ ବ୍ୟବହାର ଯଥାକ୍ରମେ ପୁରୁଷ ଏବଂ ମହିଳାଙ୍କ ପାଇଁ ବିଶ୍ୱର ରୋଗର ପ୍ରତିଶତ ୭.୧ ପ୍ରତିଶତ ଏବଂ ୨.୨ ପ୍ରତିଶତ ଅଟେ । ୧୫ ରୁ ୪୯ ବର୍ଷ ବୟସ୍କଙ୍କ ମଧ୍ୟରେ ଅକାଳ ମୃତ୍ୟୁ ଏବଂ ଅକ୍ଷମତା ପାଇଁ ମଦ୍ୟପାନ ହେଉଛି ପ୍ରମୁଖ  କାରଣ, ଏହି ବୟସ ବର୍ଗର ସମସ୍ତ ମୃତ୍ୟୁର ୧୦ ପ୍ରତିଶତ ଅଟେ । ଅସାମାଜିକ ତଥା ବିଶେଷ ଭାବରେ ଅସୁରକ୍ଷିତ ଜନସଂଖ୍ୟାରେ ମଦ୍ୟପାନ ଜନିତ ମୃତ୍ୟୁ ଏବଂ ଡକ୍ତରଖାନାରେ ଭର୍ତ୍ତି ହେବାର ଅଧିକ ହାର ରହିଛି।

Read More
{}{}