Hindi News >>Home >>Odisha National-International

Shocking News: ସମୁଦ୍ର ପରେ ଏବେ ପାଣି ଭିତରେ ଯିବ ଟ୍ରେନ୍, ଏହି ରାଜ୍ୟରେ ହୋଇଛି ପ୍ରସ୍ତୁତି

Metro Train News:  ଲଣ୍ଡନ-ପ୍ୟାରିସ୍ ସହରକୁ ଯୋଡୁଥିବା 'ୟୁରୋଷ୍ଟାର' କରିଡର  ଭଳି ଏହି ସୁଡଙ୍ଗକୁ ପ୍ରସ୍ତୁତ କରାଯାଉଛି। କୌତୂହଳର ବିଷୟ ହେଉଛି ଏହି ସୁଡଙ୍ଗ ଭୂମିରୁ ୩୩ ମିଟର ଏବଂ ନଦୀ ଶଯ୍ୟାରୁ ୧୩ ମିଟର ତଳେ ପ୍ରସ୍ତୁତ କରାଯାଉଛି। 

Advertisement
Shocking News: ସମୁଦ୍ର ପରେ ଏବେ ପାଣି ଭିତରେ ଯିବ ଟ୍ରେନ୍, ଏହି ରାଜ୍ୟରେ ହୋଇଛି ପ୍ରସ୍ତୁତି
Stop
Zee Odisha Desk|Updated: Dec 30, 2022, 11:15 PM IST

Kolkata Metro News: ଏହି ଖବରର ଶିରୋନାମା ପଢିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ ନିଶ୍ଚୟେ। ହେଲେ ଏହା ସତ୍ୟ। ବର୍ତ୍ତମାନ ମେଟ୍ରୋ ଟ୍ରେନ୍ ଏବେ ପାଣି ଭିତରେ ଗତି କରିବ। ଏଭଳି କୋଲକାତା ସହରରେ ମିଳିବ। ଯେଉଁଠାରେ ପ୍ରଥମେ ମେଟ୍ରୋ ଟ୍ରେନ୍ ସେବା ଆରମ୍ଭ ହୋଇଥିଲା। କୋଲକାତା ମେଟ୍ରୋ ପୂର୍ବ-ପଶ୍ଚିମ କରିଡର ଅଧୀନରେ ହୁଗଲି ନଦୀରେ ଅଣ୍ଡର ୱାଟର ଟନେଲ କାର୍ଯ୍ୟ ଶେଷ ହୋଇଛି। ଏହି ଟନେଲ ନିର୍ମାଣରେ ପ୍ରାୟ ୧୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

କୋଲକାତା ସହର (Kolkata City) ସ୍ଥିତ ହୁଗଲି ନଦୀରେ (Hooghly River) ନିର୍ମିତ ଅଣ୍ଡର ୱାଟର ଟନେଲ (Hooghly River Underwater Tunnel) ହେଉଛି ଭାରତର ପ୍ରଥମ ସୁଡଙ୍ଗ ଯାହା ନଦୀରେ ନିର୍ମିତ ହୋଇଛି। ଏହି ମାର୍ଗ ଦେଇ ଯାତ୍ରୀ କରିବାକୁ ଯାଉଥିବା ଯାତ୍ରୀଙ୍କୁ ଯାତ୍ରା ବେଳେ ଏକ ଚମତ୍କାର ଅନୁଭବ ମିଳିବ। ଏହି ୫୨୦ ମିଟର ଲମ୍ବା ସୁଡଙ୍ଗ ଅତିକ୍ରମ କରିବାକୁ ମେଟ୍ରୋ ଟ୍ରେନ୍ (Metro Train) ୪୫ ସେକେଣ୍ଡ ସମୟ ନେବ।

Also Read: ସ୍ଥଳ ପରେ ସମୁଦ୍ର ପଥରେ ସେବା ଯୋଗାଇବ ଭାରତୀୟ ରେଳବାଇ

ଲଣ୍ଡନ-ପ୍ୟାରିସ୍ ସହରକୁ ଯୋଡୁଥିବା 'ୟୁରୋଷ୍ଟାର' କରିଡର (London Paris Eurostar Corridor) ଭଳି ଏହି ସୁଡଙ୍ଗକୁ ପ୍ରସ୍ତୁତ କରାଯାଉଛି। କୌତୂହଳର ବିଷୟ ହେଉଛି ଏହି ସୁଡଙ୍ଗ ଭୂମିରୁ ୩୩ ମିଟର ଏବଂ ନଦୀ ଶଯ୍ୟାରୁ ୧୩ ମିଟର ତଳେ ପ୍ରସ୍ତୁତ କରାଯାଉଛି। ଏହି ଟନେଲ୍ ପଶ୍ଚିମରେ ପୂର୍ବ ହାୱାଡ଼ା (Howarh) ମଇଦାନକୁ ଆଇଟିକେନ୍ଦ୍ର ସଲଟ୍ ଲେକ୍ ସେକ୍ଟର ୫ (IT Hub Salt Lake Sector) ସହିତ ସଂଯୋଗ କରିବ। କୋଲକାତା ପୂର୍ବ ପଶ୍ଚିମ ମେଟ୍ରୋ କରିଡର (Kolkata Metro East West Corridor) ପ୍ରକଳ୍ପର ଏହା ହେଉଛି ଏକ ଅଂଶ। ଏହି ୫୨୦ ମିଟର ଲମ୍ବା ସୁଡଙ୍ଗର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ବର୍ତ୍ତମାନ ଏସପ୍ଲାନେଡ୍ ଏବଂ ସିଆଲଦା (Sealdah) ମଧ୍ୟରେ ୨.୫ କିଲୋମିଟର ନିର୍ମାଣ କାର୍ଯ୍ୟ ଶେଷ ହେବା ମାତ୍ରେ ଏହା କାର୍ଯ୍ୟକ୍ଷମ ହେବ। ଆସନ୍ତା ବର୍ଷ ଡିସେମ୍ବରରୁ ଏହି ମାର୍ଗରେ ଟ୍ରେନ୍ ଚଳାଚଳ ଆରମ୍ଭ ହେବ ବୋଲି ଆଶା କରାଯାଉଛି।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ କୋଲକାତା ମେଟ୍ରୋ ରେଳ ନିଗମ (Kolkata Metro Rail Corporation) ମହାପ୍ରବବନ୍ଧକ ଶୈଲେଶ କୁମାର କହିଛନ୍ତି ଯେ କୋଲକାତା ମେଟ୍ରୋ ପୂର୍ବ-ପଶ୍ଚିମ କରିଡର ପାଇଁ ଏହି ଟନେଲ ନିର୍ମାଣ କରିବାର ଆବଶ୍ୟକତା ରହିଥିଲା। ଏହା ଅନେକ ଉପାୟରେ ଗୁରୁତ୍ୱପୂର୍ଣ୍ଣ। ଏଠାରେ ଘନ ଜନସଂଖ୍ୟା ଏବଂ ବୈଷୟିକ ସମସ୍ୟା ହେତୁ ହୁଗୁଳୀ ନଦୀ ଭିତରେ ଏକ ରାସ୍ତା ଖୋଜିବା ହିଁ ଏକମାତ୍ର ଉପାୟ ଥିଲା। ହାୱାଡା-ସିଆଲଦା ମଧ୍ୟରେ ରହିଥିବା ଏହି ସୁଡଙ୍ଗ ନିର୍ମାଣ ଦ୍ୱାରା ସମୟ ସଞ୍ଚୟ ହେବ। ପୂର୍ବରୁ ଏହି ଦୂରତାକୁ ଅତିକ୍ରମ କରିବାକୁ ଦେଢ ଘଣ୍ଟା ସମୟ ଲାଗୁଥିଲା। ଯାହା ବର୍ତ୍ତମାନ ୪୦ ମିନିଟ ମଧ୍ୟରେ ହୋଇପାରିବ। ଏହି ସୁଡଙ୍ଗ ଉଭୟ ପାର୍ଶ୍ୱରେ ଭିଡ଼ ହ୍ରାସ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଭବିଷ୍ୟତର ବିପଦକୁ ଦୃଷ୍ଟିରେ ରଖି ସୁଡଙ୍ଗ ଉପରେ ପଡ଼ିବାକୁ ଥିବା ଚାପ ଏବଂ ଏହାର ପ୍ରବାହକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି।

 

Read More
{}{}