Hindi News >>Home >>Odisha National-International

West Bengal: କ'ଣ ଏହି ଗୋବିନ୍ଦ ଭୋଗ? ଯାହା ଉପରୁ କର ଛାଡ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

Export Duty on Gobindobhog Rice: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଚିଠିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରପ୍ତାନୀ କର ଛାଡ କରିବା ପ୍ରସଙ୍ଗ ଉଠାଇଛନ୍ତି। 

Advertisement
West Bengal: କ'ଣ ଏହି ଗୋବିନ୍ଦ ଭୋଗ? ଯାହା ଉପରୁ କର ଛାଡ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
Stop
Subhramjit Ray|Updated: Nov 04, 2022, 04:50 PM IST

Gobindobhog: ରାଜ୍ୟର ଲୋକପ୍ରିୟ ଚାଉଳ କିସମ ଗୋବିନ୍ଦ ଭୋଗ ଉପରେ ୨୦ ପ୍ରତିଶତ ରପ୍ତାନୀ କର ଛାଡ କରିବାକୁ କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ବାସମତି ଚାଉଳକୁ ଦିଆଯାଇଥିବା ଛାଡ ଆଧାରରେ ଗୋବିନ୍ଦ ଭୋଗ ପାଇଁ ଏହି ରିହାତି ମାଗିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଚିଠିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରପ୍ତାନୀ କର ଛାଡ କରିବା ପ୍ରସଙ୍ଗ ଉଠାଇଛନ୍ତି। ଏନେଇ ଚିଠିରେ ସେ କହିଛନ୍ତି ଯେ ଗୋବିନ୍ଦଭୋଗ ଭଳି ଚାଉଳର ମହଙ୍ଗା କିସମର ରପ୍ତାନୀ ଉପରେ ୨୦ ପ୍ରତିଶତ ଶୁଳ୍କ ଲାଗୁ ହେବା ଏହାର ବ୍ୟବସାୟ ଉପରେ ଖରାପ ପ୍ରଭାବ ପକାଇଛି। ଭାରତ ସରକାର ଚାଉଳ ଉପରେ ୨୦ ପ୍ରତିଶତ ରପ୍ତାନୀ କର ଲାଗୁ କରିଛନ୍ତି ଯାହା ଦୁର୍ଭାଗ୍ୟଜନକ। ଯାହାର ଫଳ ସ୍ୱରୂପ ଗୋବିନ୍ଦଭୋଗ ଭଳି ବହୁମୂଲ୍ୟ ଚାଉଳ ବ୍ୟବସାୟ ପ୍ରଭାବିତ ହୋଇଛି। ଏପରିକି ଏହାର ଚାଉଳର ଚାହିଦା ତଥା ଧାନର ଘରୋଇ ମୂଲ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡୁଛି। ଯାହା ଦ୍ୱାରା ରାଜ୍ୟର ଚାଷୀଙ୍କ ଆୟ ମଧ୍ୟ ପ୍ରଭାବିତ ହେଉଛି।

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ଚାଉଳର ଲୋକପ୍ରିୟ କିସମ ବାସମତିକୁ ରପ୍ତାନୀ କର ବାହାରେ ରଖାଯିବା ପ୍ରଶଂସନୀୟ ପଦକ୍ଷେପ। ଅନୁରୋଧ କରାଯାଇଛି ଯେ ବାସମତି ଚାଉଳକୁ ଦିଆଯାଇଥିବା ଛାଡ ଆଧାରରେ ଗୋବିନ୍ଦ ଭୋଗକୁ ମଧ୍ୟ ପ୍ରଦାନ କରାଯାଉ। ଯାହା ଦ୍ୱାରା ବ୍ୟବସାୟରେ ହେଉଥିବା କ୍ଷତି ଦୂର ହୋଇପାରିବ ଏବଂ କୃଷକଙ୍କୁ ସେମାନଙ୍କୁ ଲାଭ ପାଇବାରୁ ବଞ୍ଚିତ ହେବାକୁ ପଡିବ ନାହିଁ।

ଗୋବିନ୍ଦଭୋଗ ହେଉଛି ଏକ ପ୍ରକାର ଧାନ ଯାହା ପଶ୍ଚିମବଙ୍ଗରେ ଚାଷ କରାଯାଇଥାଏ। ଏହି ଧାନରୁ ପ୍ରସ୍ତୁତ ହେଉଥିବା ଚାଉଳ ଦେଖିବାକୁ କ୍ଷୁଦ୍ର ଏବଂ ଏହାର ରଙ୍ଗ ହେଉଛି ଧଳା। ଗୋବିନ୍ଦଭୋଗ ଚାଉଳ ଏବଂ ଏହାର ସ୍ୱାଦ ମିଠା। କୋଲକାତା ସହରର ପ୍ରସିଦ୍ଧ ଦେବତା  ଗୋବିନ୍ଦଙ୍କ ନୈବେଦ୍ୟ ପ୍ରସ୍ତୁତିରେ ଏହି ଚାଉଳ ବ୍ୟବହାର କରାଯାଏ। ଏହି କାରଣରୁ ଏହାର ନାମ ଗୋବିନ୍ଦ ଭୋଗ ରଖାଯାଇଛି।

ପାରମ୍ପାରିକ ଭାବେ ପଶ୍ଚିମବଙ୍ଗର ବର୍ଦ୍ଧମାନ, ହୁଗଳି, ନଦିଆ ଏବଂ ବୀରଭୂମ୍ ଜିଲ୍ଲାରେ ଚାଷ କରାଯାଉଥିଲା ଏହି ଗୋବିନ୍ଦୋଭୋଗ ଧାନ। ହେଲେ ପରେ ରାଜ୍ୟର ବାଙ୍କୁରା ଏବଂ ପୁରଲିଆ ଜିଲ୍ଲାରେ ଏହାର ଚାଷ କରାଯିବା ଆରମ୍ଭ କରାଯାଇଥିଲା। ଗତ ୨୦୧୭ ଅଗଷ୍ଟରେ, ଗୋବିନ୍ଦଭୋଗ ଚାଉଳକୁ ଭାରତ ସରକାର ପଶ୍ଚିମବଙ୍ଗର ଭୌଗୋଳିକ ସୂଚକ ଟ୍ୟାଗ୍ (Geographical Indication Tag) ଆବଣ୍ଟିନ କରିଥିଲେ।

କେବଳ ପଶ୍ଚିମବଙ୍ଗ ନୁହେଁ ବିହାର ଏବଂ ଛତିଶଗଡ଼ରେ ଚାଷ କରାଯାଇଥାଏ ଏହି ଧାନ। ବିହାରର କୈମୁର ଏବଂ ନାଉଗାଛିଆ ଅଞ୍ଚଳ ସହିତ ରାଜ୍ୟର ଧାନ ଚାଷ କରାଯାଉଥିବା ଅନ୍ୟ ଅଞ୍ଚଳରେ ଏହାକୁ ଚାଷ କରାଯାଇଥାଏ। ଉତ୍ତର ଛତିଶଗଡରେ ଅବସ୍ଥିତ ସରଗୁଜା ଡିଭିଜନ ଅଞ୍ଚଳରେ ଏହାକୁ ଚାଷ କରାଯାଏ। ଏହାକୁ ବିଷ୍ଣୁ ଭୋଗ ଅଥବା ଗୋବିନ୍ଦ ଭୋଗ କୁହାଯାଏ। ଏହା ଦେଶର ପ୍ରଥମ ରାଷ୍ଟ୍ରପତି ଡ.ରାଜେନ୍ଦ୍ର ପ୍ରସାଦଙ୍କ ପସନ୍ଦ ଯୋଗ୍ୟ ଚାଉଳ ଥିଲା। ଯାହାକୁ ନିୟମିତ ଭାବେ ସରଗୁଜା ରାଜା ଅମ୍ବିକାପୁରରୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନକୁ ପଠାଉଥିଲେ।

{}{}