Hindi News >>Home >>Odisha National-International

'ଦୁର୍ଗା ପୂଜା ସମୟରେ...ଯଦି କିଛି ଘଟେ ତ... ', ମନ୍ତ୍ରୀମାନଙ୍କୁ ଚେତାବନୀ ଦେଲେ ମମତା ବାନାର୍ଜୀ

Mamata Banerjee on Durga Puja: ଗତ ବର୍ଷ ବିଧାନ ନଗରର ଏହି ଦୁର୍ଗା ପୂଜା ପାଣ୍ଡାଲାକୁ ଦୁନିଆର ଉଚ୍ଚତମ କୋଠା ଆଧାରରେ ନିର୍ମିତ ହୋଇଥିଲା । ଦୁବାଇର ଆକାଶ ଛୁଆ ବୁର୍ଜ ଖଲିଫାର ଥିମ୍ ଉପରେ ଡିଜାଇନ୍ ହୋଇଥିବା କୋଲକାତାର ଶ୍ରୀଭୂମୀ ପୂଜା ପାଣ୍ଡାଲକୁ ପରେ ବନ୍ଦ କରିଦିଆଯାଇଥିଲା କାରଣ କିଛି ପାଇଲଟ୍ ଲେଜର ଶୋ' ଯୋଗୁଁ ଧ୍ୟାନ ବିଭ୍ରାଟ ହେବ କଥା ଅଭିଯୋଗ କରିଥିଲେ । 

Advertisement
'ଦୁର୍ଗା ପୂଜା ସମୟରେ...ଯଦି କିଛି ଘଟେ ତ... ', ମନ୍ତ୍ରୀମାନଙ୍କୁ ଚେତାବନୀ ଦେଲେ ମମତା ବାନାର୍ଜୀ
Stop
Zee Odisha Desk|Updated: Sep 23, 2022, 08:33 PM IST

କୋଲକାତା: Mamata Banerjee on Durga Puja: ପଶ୍ଚିମବଙ୍ଗର ଦୁର୍ଗା ପୂଜା (West Bengal Durga Puja) ପୂର୍ବରୁ ମୁଖ୍ୟମନ୍ତ୍ରୀ (West Bengal CM) ମମତା ବାନାର୍ଜୀ (Mamata Banerjee) ନିଜ ମନ୍ତ୍ରୀମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । ଦୁର୍ଗା ପୂଜା ମହୋତ୍ସବ (Durga Puja Celebrations) ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ତ୍ରୀ ତଥା ସ୍ଥାନୀୟ ନେତାମାନଙ୍କୁ ରାସ୍ତା ଅବରୋଧ ନକରିବାକୁ ଚେତାବନୀ ଦେଇଛନ୍ତି । ମମତା ବାନାର୍ଜୀ ଶ୍ରୀଭୂମିରେ ତାଙ୍କ ପାଣ୍ଡାଲକୁ ଉଦଘାଟନ କରିବା ସମୟରେ ପଶ୍ଚିମବଙ୍ଗ ମନ୍ତ୍ରୀ ସୁଜିତ ବୋଷ (Sujit Bose) ଙ୍କୁ ଏହା କହିଛନ୍ତି । ମମତା ବାନାର୍ଜୀଙ୍କ ଏହି ବୟାନକୁ ନେଇ ଅନେକ ଅର୍ଥ ବାହାର କରାଯାଉଛି । ବାସ୍ତବରେ ସୁଜିତ ବୋଷ ହେଉଛନ୍ତି ପଶ୍ଚିମବଙ୍ଗର ବିଧାନ ନଗର ବିଧାନସଭାରୁ ବିଧାୟକ ।

ଗତ ବର୍ଷ ବିଧାନ ନଗରର ଏହି ଦୁର୍ଗା ପୂଜା ପାଣ୍ଡାଲାକୁ ଦୁନିଆର ଉଚ୍ଚତମ କୋଠା ଆଧାରରେ ନିର୍ମିତ ହୋଇଥିଲା । ଦୁବାଇର ଆକାଶ ଛୁଆ ବୁର୍ଜ ଖଲିଫାର ଥିମ୍ ଉପରେ ଡିଜାଇନ୍ ହୋଇଥିବା କୋଲକାତାର ଶ୍ରୀଭୂମୀ ପୂଜା ପାଣ୍ଡାଲକୁ ପରେ ବନ୍ଦ କରିଦିଆଯାଇଥିଲା କାରଣ କିଛି ପାଇଲଟ୍ ଲେଜର ଶୋ' ଯୋଗୁଁ ଧ୍ୟାନ ବିଭ୍ରାଟ ହେବ କଥା ଅଭିଯୋଗ କରିଥିଲେ । ଏହି ପାଣ୍ଡାଲ ଦେଖିବାକୁ ଏତେ ସଂଖ୍ୟକ ଲୋକ ଆସୁଥିଲେ ଯେ ରେଳବାଇକୁ ମଧ୍ୟ କିଛି ଟ୍ରେନ୍ ବାତିଲ୍ କରିବାକୁ ପଡିଥିଲା ।

ମମତା ବାନାର୍ଜୀ ଗୁରୁବାର କହିଛନ୍ତି ଯେ, "ମୁଁ ସୁଜିତ (ବାବୁ) କୁ ଅନୁରୋଧ କରିବି ଯେ ସେ ସୁନିଶ୍ଚିତ କରନ୍ତୁ ରାସ୍ତା ଅବରୋଧ ନହେଉ । ଏପରି ଘଟିବା ଉଚିତ ନୁହେଁ ଯେ ଭିଡ଼ ରାସ୍ତା ଅବରୋଧ କରୁ ଓ ଲୋକମାନେ ନିଜର ଫ୍ଲାଇଟ ଠିକ୍ ସମୟରେ ଧରିପାରିବେ ନାହିଁ । କିମ୍ବା ଲୋକମାନଙ୍କୁ ରାସ୍ତା ପାର ହେବାରେ ସମସ୍ୟା ହେଉ । ଗୌରବ ଶର୍ମା ଏଠାରେ ନୂତନ କମିଶନର ଅଟନ୍ତି । ଗୌରବ, ଯଦି ଏହିପରି କିଛି ଘଟେ, ମୋତେ ତୁରନ୍ତ ଜଣାନ୍ତୁ ଏବଂ ଯାହା ବି ଆବଶ୍ୟକ ହେବ ତାହା ମୁଁ କରିବି ।"

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ବିଜେପିକୁ ଲାଗିଲା ବଡ଼ ଝଟକା! ଦଳରୁ ଇସ୍ତଫା ଦେଲେ ବିଧାୟକ

ଅଧିକ ପଢ଼ନ୍ତୁ:-ଆପଣଙ୍କ ହାତପାହାନ୍ତରେ ଥିବା ଗଛଗୁଡ଼ିକର ଔଷଧୀୟ ଗୁଣ ସମ୍ପର୍କରେ ଜାଣିଛନ୍ତି କି? ନ ଜାଣିଲେ ଆଜି ହିଁ ଜାଣି ନିଅନ୍ତୁ

ଅଧିକ ପଢ଼ନ୍ତୁ:-କୋଟି କୋଟି PF ଖାତାଧାରୀଙ୍କ ପାଇଁ ଖୁସି ଖବର, କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର!

ସେ ଆଗକୁ କହିଛନ୍ତି ଯେ, "ଏହି ପୂଜା ଦେଖିବାକୁ ଲକ୍ଷ ଲକ୍ଷ ଲୋକ ଏଠାକୁ ଆସନ୍ତି ।  ତେଣୁ, ଯେତେବେଳେ ଆପଣ ଜଣେ ମନ୍ତ୍ରୀ, ଆପଣଙ୍କୁ ସାଧାରଣ ଲୋକଙ୍କୁ ମଧ୍ୟ ଦେଖିବାକୁ ପଡ଼ିବ । ଏହା ଆପଣଙ୍କର କର୍ତ୍ତବ୍ୟ । ଦୁର୍ଗା ପୂଜା ସମୟରେ ମୁଁ ବହୁତ ଅପଡେଟ୍ ରହେ । ଯେତେବେଳେ ଲୋକମାନେ ରାସ୍ତାରେ ବୁଲନ୍ତି ତ ମୁଁ ସେମାନଙ୍କର ଜଗୁଆଳି ହୋଇଯାଏ । ମୁଁ ପ୍ରତ୍ୟେକ ସ୍ଥାନର ପ୍ରତ୍ୟେକ ଅପଡେଟ୍ ରଖେ ଓ କ’ଣ ଘଟୁଛି ତାହାର ସୂଚନା ରଖିଥାଏ । ତେଣୁ ମୁଁ ପ୍ରତ୍ୟେକ ଇଞ୍ଚର ଅପଡେଟ୍ ନେବି । ଯଦି କୌଣସି ଦୁର୍ଘଟଣା ଘଟେ, ମୋର ଭାଷା ଆପଣଙ୍କର (ବାବୁ) ପ୍ରତି ବଦଳିଯିବ ।" ଟିଏମସି ମୁଖ୍ୟ ମମତା ବାନାର୍ଜୀ ଗୁରୁବାର ଦୁର୍ଗା ପୂଜାର ଉଦଘାଟନ ଆରମ୍ଭ କରିଛନ୍ତି ।

{}{}