Hindi News >>Home >>Odisha National-International

ବିଗିଡ଼ିବ ପାଣିପାଗ, ହୋଇପାରେ ଓଲାବୃଷ୍ଟି; ଜାଣନ୍ତୁ କେତେ ପହଞ୍ଚାଇବ କ୍ଷତି

ପାଣିପାଗ ବିଭାଗ କହିବା ମୁତାବକ ୨୩ ରୁ ୨୬ ଜାନୁଆରୀ ମଧ୍ୟରେ ପଶ୍ଚିମା ବାୟୁର ପ୍ରଭାବ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ବୈଜ୍ଞାନିକ ସୋମା ସେନ ରୟ କହିଛନ୍ତି କି ୨୩ ତାରିଖ ମଧ୍ୟରାତିରୁ ପାଣିପାଗ ବଦଳିବା ଆରମ୍ଭ ହୋଇଯିବ।

Advertisement
ବିଗିଡ଼ିବ ପାଣିପାଗ, ହୋଇପାରେ ଓଲାବୃଷ୍ଟି; ଜାଣନ୍ତୁ କେତେ ପହଞ୍ଚାଇବ କ୍ଷତି
Stop
Zee Odisha Desk|Updated: Jan 21, 2023, 06:23 PM IST

Weather Update: ନୂଆଦିଲ୍ଲୀ: ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପାଣିପାଗ ଖୁବଶୀଘ୍ର ବଦଳିବାକୁ ଯାଉଛି। ଏନେଇ ପାଣିପାଗ ବିଭାଗ ଆଶଙ୍କା ପ୍ରକାଶ କରିଛି। ପାଣିପାଗ ବିଭାଗ କହିବା ମୁତାବକ ପଶ୍ଚିମି ଝଡ଼ ଉତ୍ତର ଭାରତକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବ ୨୩ରୁ ୨୫ ଜାନୁଆରୀ ପର୍ଯ୍ୟନ୍ତ ଉତ୍ତର ପଶ୍ଚିମ ଭାରତରେ ଦେଖିବାକୁ ମିଳିବ। ଏହାର ପ୍ରଭାବରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଉତ୍ତର ଭାରତରେ ଶୀତର ଲହରୀ ଜାରି ରହିବ। ବର୍ତ୍ତମାନ ସମୟରେ ଏକ ପଶ୍ଚିମା ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ଜମ୍ମୁ କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସମ୍ଭାବନା ରହିଛି। ଏହା ସହିତ ତୁଷାରପାତ ହେବା ନେଇ ସମ୍ଭାବନା ମଧ୍ୟ ରହିଛି। 

ପାଣିପାଗ ବିଭାଗ କହିବା ମୁତାବକ ୨୩ ରୁ ୨୬ ଜାନୁଆରୀ ମଧ୍ୟରେ ପଶ୍ଚିମା ବାୟୁର ପ୍ରଭାବ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ବୈଜ୍ଞାନିକ ସୋମା ସେନ ରୟ କହିଛନ୍ତି କି ୨୩ ତାରିଖ ମଧ୍ୟରାତିରୁ ପାଣିପାଗ ବଦଳିବା ଆରମ୍ଭ ହୋଇଯିବ। ଏହାର ଆଗାମୀ ୫ ଦିନ ପର୍ଯ୍ୟନ୍ତ ଉତ୍ତର ଭାରତରେ ଶୀତ ଲହରୀ ସାମାନ୍ୟ ମୁକ୍ତି ମିଳିବ ବୋଲି ସେ କହିଛନ୍ତି। ଆସନ୍ତା ୨୪ ଜାନୁଆରୀରେ ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ୨୪ ତାରିଖ ମଧ୍ୟ ରାତିରୁ ହାଲୁକା ଧରଣର ବର୍ଷା ହେବାର ସମ୍ଭାବନା ରହିଛି। କେବଳ ଏତିକି ନୁହେଁ, ଏହି ସମୟ ମଧ୍ୟରେ ହୋଇପାରେ ଓଲାବୃଷ୍ଟି ହେବାର ସମ୍ଭାବନା ରହିଛି। 

ଜାଣନ୍ତୁ କଣ ଏହି ଓଲାବୃଷ୍ଟି
ଓଲା ବୃଷ୍ଟିକୁ ଓଡ଼ିଆରେ ସାଧାରଣତଃ ଆମେ କୁଆପଥର ବର୍ଷା ଭାବେ ଜାଣିଥାଉ। ତେବେ ପାଣିପାଗ ବିଭାଗ କରିଥିବା ଅନୁମାନ ଅନୁଯାୟୀ ୨୪ ତାରିଖ ମଧ୍ୟ ରାତ୍ରିରୁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ କୁଆପଥର ମାଡ଼ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଅନୁଯାୟୀ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୨୩ ଓ ୨୪ ତାରିଖରେ ପଞ୍ଜାବ, ହରିଆଣା, ଦିଲ୍ଲୀ ଓ ପଶ୍ଚିମ ଉତ୍ତରପ୍ରଦେଶ ଅଞ୍ଚଳରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି ୨୩ ତାରିଖରେ ଦିଲ୍ଲୀ, ହରିଆଣା, ପଞ୍ଜାବର କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ୨୪ ରୁ ୨୭ ତାରିଖରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ବେସରକାରୀ ପାଣିପାଗ ସଂସ୍ଥା ସ୍କାଇମେଟ ଅନୁମାନ କରିଛି। 

Also Read: Strawberry Farming: ପାହାଡିଆ ଅଞ୍ଚଳରେ ଫଳୁଛି ବିଦେଶୀ ଫଳ, ଆଦିବାସୀଙ୍କୁ ଦେଖାଉଛି ରୋଜଗାରର ବାଟ 

Also Read: AIIMS News: ଯଦି ଏମ୍ସ ଚିକିତ୍ସା ତାରିଖ ଦେଇଥାନ୍ତା,ତାହେଲେ ଘରୋଇ ଡାକ୍ତରଖାନା ଯିବାକୁ ପଡ଼ିନଥାନ୍ତା'

Also Read: Hockey World Cup 2023: ଜାଣନ୍ତୁ କ'ଣ ଏହି Astro Turf, ଯାହାଦ୍ୱାରା ଖେଳାଳିଙ୍କୁ ମିଳିଥାଏ ଏହି ସବୁ ଫାଇଦା 

{}{}