Hindi News >>Home >>Odisha National-International

୫୦୦ ଟଙ୍କିଆ ବେଲ୍ଟରେ ଆସିଲା ୫ କୋଟି ଟଙ୍କାର ସୁନା, ସାମ୍ନାକୁ ଆସିଲା ଚମକାଇଲା ଭଳି ସୂଚନା

ମୁମ୍ବାଇ ବିମାନବନ୍ଦରର କଷ୍ଟମ ବିଭାଗର ଅଧିକାରୀମାନେ ଚୋରା ଚାଲାଣକାରୀଙ୍କ ଠାରୁ ପ୍ରାୟ ୫.୨୦ କୋଟି ଟଙ୍କା ମୂଲ୍ୟର ସୁନା ଜବତ କରିଛନ୍ତି। କୁହାଯାଉଛି ଯେ ଏହି ସୁନାକୁ ଆଣିଥିବା ଅଭିଯୁକ୍ତର ଅଣ୍ଟାରେ ଲାଗିଥିବା ଏକ ସ୍ୱତନ୍ତ୍ର ବେଲ୍ଟରେ ଲୁଚାଇ ସୁନା ଆଣିଥିଲା।

Advertisement
୫୦୦ ଟଙ୍କିଆ ବେଲ୍ଟରେ ଆସିଲା ୫ କୋଟି ଟଙ୍କାର ସୁନା, ସାମ୍ନାକୁ ଆସିଲା ଚମକାଇଲା ଭଳି ସୂଚନା
Stop
Prabhudatta Moharana|Updated: Oct 13, 2022, 03:47 PM IST

ନୂଆଦିଲ୍ଲୀ: ଚୋରା ଚାଲାଣକାରୀମାନେ ସୁନା ଚାଲାଣ ପାଇଁ ବିଭିନ୍ନ ପ୍ରକାରର ଉପାୟ ଆପଣାଇବାରେ ଲାଗିଛନ୍ତି। ଯେଉଁ ଉପାୟ କେବେ କେହି କଳ୍ପନା କରିନଥିବେ ସେହିଭଳି ଉପାୟକୁ ଆପଣାଉଛନ୍ତି ଏହି ମାମଲା। ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। 

ମୁମ୍ବାଇ ବିମାନବନ୍ଦରର କଷ୍ଟମ ବିଭାଗର ଅଧିକାରୀମାନେ ଚୋରା ଚାଲାଣକାରୀଙ୍କ ଠାରୁ ପ୍ରାୟ ୫.୨୦ କୋଟି ଟଙ୍କା ମୂଲ୍ୟର ସୁନା ଜବତ କରିଛନ୍ତି। କୁହାଯାଉଛି ଯେ ଏହି ସୁନାକୁ ଆଣିଥିବା ଅଭିଯୁକ୍ତର ଅଣ୍ଟାରେ ଲାଗିଥିବା ଏକ ସ୍ୱତନ୍ତ୍ର ବେଲ୍ଟରେ ଲୁଚାଇ ସୁନା ଆଣିଥିଲା। ଅନ୍ୟପକ୍ଷରେ ଗୁଇନ୍ଦା ସୂଚନା ମିଳିବା ପରେ ମୁମ୍ବାଇ ବିମାନବନ୍ଦରରେ କଷ୍ଟମ୍ସ ଟିମ୍ ସଜାଗ ରହିଥିଲା। ଗୁଇନ୍ଦା ସୂଚନା ମିଳିବା ପରେ କଷ୍ଟମ ବିଭାଗ ଛାନଭିନ ଆରମ୍ଭ କରିଥିଲା। ଏହା ସହିତ ଉକ୍ତ ଅଭିଯୁକ୍ତକୁ ତଲାଶୀ କରାଯାଇଥିଲା। ସେହି ସମୟରେ ଅଭିଯୁକ୍ତ ନିକଟରୁ ପ୍ରାୟ ୫.୨୦ କୋଟି ଟଙ୍କାର ସୁନା ଜବତ କରାଯାଇଥିଲା। ତେବେ ଏହି ସୁନା ଅଣାଯାଇଥିବା ବ୍ୟବସ୍ଥାକୁ ଦେଖି କଷ୍ଟମ ବିଭାଗ ମଧ୍ୟ ଚକିତ ହୋଇ ପଡ଼ିଥିଲା। 

ମିଳିଥିବା ସୂଚନା ମୁତାବକ କଷ୍ଟମ ଡିପାର୍ଟମେଣ୍ଟକୁ ଗୁଇନ୍ଦା ସୂତ୍ରରୁ ଦୁବାରୁ ଏକ ବଡ଼ ରକମର ସୁନା ଭାରତ ଆସୁଥିବା କଥା ସୂଚନା ମିଳିଥିଲା। ଏହି ସୂଚନା ମିଳିବା ପରେ କଷ୍ଟମ ବିଭାଗ ସକ୍ରିୟ ହୋଇ ପଡ଼ିଥିଲା। ସଦଳବଳେ ଛାନଭିନ ଆରମ୍ଭ କରିଥିଲା କଷ୍ଟମ ବିଭାଗ। ଦୁବାଇରୁ ଆସୁଥିବା ବିମାନରେ ପ୍ରତିଟି ଯାତ୍ରୀଙ୍କୁ କଡ଼ାକଡ଼ି ଭାବେ ଯାଞ୍ଚ କରିଥିଲେ। ଏହି ତଲାଶୀ ସମୟରେ ଟିମକୁ ଏକ ବଡ଼ଧରଣର ସଫଳତା ମିଳିଥିଲା। ଏହା ଯାଞ୍ଚ ସମୟରେ ଜଣେ ଯାତ୍ରୀଙ୍କ ନିକଟରୁ ୫.୨୦ କୋଟି ଟଙ୍କାର ସୁନା ଜବତ କରିଥିଲା। ତେବେ ଏହି ସୁନା ଅଭିଯୁକ୍ତଙ୍କ ନିକଟରୁ ସ୍ୱତନ୍ତ୍ର ବେଲ୍ଟରେ ଲୁଚାଇ ଆଣିଥିଲେ। କିନ୍ତୁ ସେମାନଙ୍କର ଏହି ଉଦ୍ଦେଶ୍ୟ ପୁରଣ ହୋଇ ପାରିନଥିଲା। 

ସୂଚନା ଯୋଗ୍ୟ ଏହି ସୁନା ଦୁବାଇ ଆସି ମୁମ୍ବାଇ ରାସ୍ତା ଦେଇ ଦେଶ ମଧ୍ୟରେ ବିକ୍ରି ହୋଇଥାଏ। କେବଳ ଦୁବାଇ ନୁହେଁ, ମିଆଁମାରରୁ ମଧ୍ୟ ଚୋରା ସୁନା ଆସି ଦେଶରେ ବିକ୍ରି ହୋଇଥାଏ। ଚୋରା ସୁନା ଚାଲାଣ ପାଇଁ ଏକ ସ୍ୱତନ୍ତ୍ର ରାକେଟ କାର୍ଯ୍ୟ କରୁଛି। ଏହି ରାକେଟର ଚେର ଦୁବାଇରୁ ବିହାର ପର୍ଯ୍ୟନ୍ତ ଲମ୍ବିଥିବା ଜଣାଯାଏ। ତେବେ ଚୋରା ସୁନା ପାଇଁ ଥିବା ଅନ୍ତର୍ଜାତୀୟ ସିଣ୍ଡିକେଟ ପାଇଁ ଭାରତ ସମେତ ଅନ୍ୟ ରାଷ୍ଟ୍ରରେ ମଧ୍ୟ ଅପରାଧିକ ଗୋଷ୍ଠୀ କାର୍ଯ୍ୟ କରୁଥିବା ଜଣାଯାଏ। ଦିଲ୍ଲୀ, ମୁମ୍ବାଇ, କୋଲକାତାରେ ସକ୍ରିୟ ଥିବା ଚୋରା ସୁନା ରାକେଟ ଅନ୍ତର୍ଜାତୀୟ ସିଣ୍ଡିକେଟ ସହିତ କାମ କରି କୋଟି କୋଟି ଟଙ୍କାର ଲାଭ ସଂଗ୍ରହ କରୁଛନ୍ତି। 

Read More
{}{}