Hindi News >>Home >>Odisha National-International

Shocking News: ଏହା କେଉଁ ପ୍ରକାର ତୃଷା? ଯେଉଁଥିପାଇଁ ଗ୍ରାମରେ ହୋଇପାରୁନାହିଁ କୌଣସି ପୁଅର ବିବାହ?

Water Crisis News: ପାଣି ସଂକଟ କାରଣରୁ ବିବାହ କରିପାରୁନାହାଁନ୍ତି ଗ୍ରାମର କୌଣସି ଯୁବକ। ଏଭଳି ସ୍ଥିତି ଦେଶର ଏକ ବିକଶିତ ରାଜ୍ୟରେ ଦେଖିବାକୁ ମିଳିଛି।

Advertisement
Shocking News: ଏହା କେଉଁ ପ୍ରକାର ତୃଷା? ଯେଉଁଥିପାଇଁ ଗ୍ରାମରେ ହୋଇପାରୁନାହିଁ କୌଣସି ପୁଅର ବିବାହ?
Stop
Zee Odisha Desk|Updated: Jun 11, 2023, 05:37 PM IST

Water Crisis In Maharashtra: ଉପରୋକ୍ତ ଶିରୋନାମା ପଢିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ହେଲେ ଏହା ସତ୍ୟ। ଏଭଳି ସ୍ଥିତ ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ଠାରୁ ୧୦୦ କିଲୋମିଟର ଦୂରରେ ଅବସ୍ଥିତ ଶାହାପୁର ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମର ହଜାର ହଜାର ଗ୍ରାମବାସୀ ଗୋଟିଏ ବୁନ୍ଦା ପାଣି ପାଇବା ପାଇଁ ନାନାଦି ସମସ୍ୟାର ସାମ୍ନା କରୁଛନ୍ତି। ଗ୍ରାମବାସୀଙ୍କୁ ପାଣି ପାଇବା ପାଇଁ ପାଣି ଟ୍ୟାଙ୍କର ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥାଏ। ନଚେତ୍ ଗ୍ରାମର ମହିଳାଙ୍କୁ ପାଣି ଆଣିବା ପାଇଁ ଅନେକ କିଲୋମିଟର ଯାତ୍ରା କରିବାକୁ ପଡ଼ିଥାଏ। ଯେଉଁ ଦିନ ପାଣି ଟ୍ୟାଙ୍କର୍ ଗ୍ରାମକୁ ଆସେ ନାହିଁ, ସେହି ଦିନ ପାଣି ଆଣିବା ପାଇଁ ସ୍ଥାନୀୟ ଅଞ୍ଚଳରେ ରହିଥିବା ଏକ ପୁରା ପାହାଡ ଅତିକ୍ରମ କରିବାକୁ ପଡ଼ିଥାଏ।

ଶାହାପୁର ଗ୍ରାମର ସମସ୍ତ ଲୋକ ଜଳ ସଂକଟ ଭଳି ସମସ୍ୟାର ସାମ୍ନା କରୁଛନ୍ତି। ବିଶେଷ କରି ଗ୍ରାମର ମହିଳା ପାଣି ସଂକଟ ପାଇଁ ସର୍ବାଧିକ ଅସୁବିଧା ଭୋଗୁଛନ୍ତି। ପ୍ରତିଦିନ ପାଣି ପାଇଁ ସେମାନଙ୍କୁ ଅନେକ ଘଣ୍ଟା ଧରି ଯାତ୍ରା କରିବାକୁ ପଡୁ଼ଛି। ଶାହାପୁର ନିକଟରେ ଅଜନୁପ ନାମକ ଏକ ଗାଁ ରହିଛି। ଯେଉଁଠାରେ ଗ୍ରାମର ମହିଳା ପାଣି ପାଇବା ପାଇଁ ସକାଳ ଛଅଟାରୁ ଧାଡିରେ ଛିଡା ହୋଇଥାନ୍ତି। ନଚେତ୍ ସେମାନଙ୍କୁ ପାଣି ଆଣିବା ପାଇଁ ସେଠାରେ ଅବସ୍ଥିତ ରହିଥିବା ଏକ ପାହାଡ ପାର ହେବାକୁ ପଡିଥାଏ।

କିପରି ସୃଷ୍ଟି ହେଲା ଜଳ ସଂକଟ?
ଶାହାପୁର ନିକଟସ୍ଥ ଅନେକ ଗ୍ରାମରେ ଭୂତଳ ଜଳ ସମ୍ପୂର୍ଣ୍ଣ ଶୁଖି ଯାଇଛି। ଏହା ବ୍ୟତୀତ ଏଠାରେ ରହିଥିବା କୂଅରୁ ପାଣି ମଧ୍ୟ ଏକ ପ୍ରକାର ଅଦୃଶ୍ୟ ହୋଇଯାଇଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ମୌସୁମୀ ଆଗମନ ବିଳମ୍ବ ହୋଇଛି। ଏହି ତିନୋଟି ଗ୍ରାମରେ କେବଳ ଗୋଟିଏ କୂଅ ରହିଛି। ଯାହା ପ୍ରାୟ ୧ ହଜାର ଲୋକଙ୍କ ଶୋଷ ମେଣ୍ଟାଇବା କାର୍ଯ୍ୟ କରିଥାଏ। ହେଲେ ଏହି କୂଅ ମଧ୍ୟ ଶୁଖିଯାଇଛି। ଚଳିତ ବର୍ଷ ଫେବୃଆରୀ ମାସରେ କୂଅକୁ ଟ୍ୟାଙ୍କର୍ ପାଣି ସହୟତାରେ ଭରା ଯାଇଥିଲା। ଏହି କୂଅର ପାଣିରେ ଗ୍ରାମବାସୀ ନିଜର ଶୋଷ ମେଣ୍ଟାଇଥାନ୍ତି।

ଗ୍ରାମବାସୀ କହିଛନ୍ତି ଯେ ଯେଉଁ ଦିନ କୂଅରେ ପାଣି ସରିଯାଏ ଏବଂ ଟ୍ୟାଙ୍କର୍ ଗ୍ରାମକୁ ଆସେ ନାହିଁ, ତାହେଲେ ଘର ପାଇଁ ପାଣି ଆଣିବାକୁ ସେମାନଙ୍କୁ ପାହାଡ଼ ପାର ହେବାକୁ ପଡିଥାଏ। ଏଭଳି ପରିସ୍ଥିତିରେ ଗ୍ରାମର ମହିଳାଙ୍କ କଷ୍ଟ ବହୁତ ବଢିଥାଏ। ପାହାଡ଼ ଉପରକୁ ଚଢି ସେଠାରୁ ପାଣି ଆଣିବା ଏବଂ ପାଣି ଆଣି ସାରିବା ତଳକୁ ଫେରିବା ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ବହୁତ ଯନ୍ତ୍ରଣାଦାୟକ। ସମାନ ସମସ୍ୟା ଶାହାପୁର ନିକଟସ୍ଥ ଓଥାୱା ଗ୍ରାମରେ ମଧ୍ୟ ରହିଛି। ଏହି ସମସ୍ୟା ହେତୁ ଏହି ଗ୍ରାମର ପୁଅ ଅବିବାହିତ ରହୁଛନ୍ତି। କାରଣ ଏହି ଗ୍ରାମରେ କୌଣସି ବାପା ତାଙ୍କ ଝିଅକୁ ଦେବାକୁ ଚାହାଁନ୍ତି ନାହିଁ।

ଶାହାପୁର ତାଲୁକା ଅଧିନରେ ତାନସା, ଭାତ୍ସା, ବୈତରଣା, ମଧ୍ୟ ବୈତରଣା ପରି ବନ୍ଧ ରହିଛି। ଏଠାରେ ଜଳ ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳକୁ ଯୋଗାଇ ଦିଆଯାଉଛି। ମାତ୍ର ବନ୍ଧ ନିକଟରେ ଅବସ୍ଥିତ ଗ୍ରାମର ବାସିନ୍ଦାଙ୍କୁ ଗୋଟିଏ ଗ୍ଲାସ ପାଣି ପାଇବା ପାଇଁ ଅସୁବିଧା ଭୋଗିବାକୁ ପଡୁଛି। ଶାହାପୁର ଅଞ୍ଚଳରେ ପ୍ରାୟ ୧୯୮ ଗ୍ରାମ ଅବସ୍ଥିତ ରହିଛି। ଯେଉଁଠାରେ ଜଳ ବିତରଣ ପାଇଁ ପ୍ରାୟ ୩୮ ଟ୍ୟାଙ୍କର ନିୟୋଜିତ ହୋଇଛି। ସ୍ଥାନୀୟ ଲୋକ କହିଛନ୍ତି ଯେ ଏଠାରେ ଭବଲି ଡ୍ୟାମ ପାଇଁ କାମ ଚାଲିଛି। ଯାହା ପରେ ସମଗ୍ର ଅଞ୍ଚଳ ଜଳ ଯୋଗାଣ ହୋଇପାରିବ। କିନ୍ତୁ ବର୍ତ୍ତମାନ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୨ ବର୍ଷ ସମୟ ଲାଗିବ।

Read More
{}{}