Hindi News >>Home >>Odisha National-International

Shocking News: ଘରେ ଲୁଚି ରହିଥିଲେ କୋରୋନା ଆକ୍ରନ୍ତ, ଏପରି ଉପାୟରେ ହେଲେ ଉଦ୍ଧାର

Corona Management:  ଦେଶରେ କୋରୋନା ମହାମାରୀର ମୁକାବିଲା ପାଇଁ ଜିରୋ କୋଭିଡ ପଲିସି ଆପଣାଇଛନ୍ତି ଚୀନ୍ ସରକାର। 

Advertisement
Shocking News: ଘରେ ଲୁଚି ରହିଥିଲେ କୋରୋନା ଆକ୍ରନ୍ତ, ଏପରି ଉପାୟରେ ହେଲେ ଉଦ୍ଧାର
Stop
Subhramjit Ray|Updated: Oct 27, 2022, 06:23 PM IST

Corona Pandemic: ଚୀନ ମାଟିରୁ ଉତ୍ପତ୍ତି ଲାଭ କରିଥିବା କୋରୋନା ମହାମାରୀ ପ୍ରକୋପ କବଳରୁ ଏପର୍ଯ୍ୟନ୍ତ ମୁକ୍ତ ହୋଇନାହିଁ ବିଶ୍ୱ। ହେଲେ ପୁଣି ଥରେ ଚୀନରେ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଥିବା ଜଣାପଡିଛି। ସଦ୍ୟ ଏକ ଭିଡିଓ ସାମ୍ନାକୁ ଆସିଛି।ଯ ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଜଣେ କୋରୋନା ଆକ୍ରାନ୍ତଙ୍କୁ ତାଙ୍କ ଘର ଛାତରୁ କ୍ରେନ୍ ସାହାଯ୍ୟରେ ଟାଣି ବାହାର କରାଯାଉଛି। ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ସଂକ୍ରମିତ ତାଙ୍କ ଘରେ ଲୁଚି ରହିଥିଲେ। 

ଏହି ଭିଡ଼ିଓ (Viral Video) ଚୀନର ଏକ ସହରର (Chinese City) ହୋଇଥିବା କୁହାଯାଉଛି। ହେଲେ କେଉଁ ସହରରେ ଏହି ଘଟଣା ଘଟିଛି ତାହା ଜଣାପଡିନାହିଁ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୁଣି ଥରେ ଚୀନରେ (China) କୋରୋନା (Corona) ପ୍ରକୋପ ଆରମ୍ଭ ହୋଇଯାଇଛି। ଏହି କାରଣରୁ ଅନେକ ସହରରେ ପୁଣି ଥରେ ଲକାଡାଉନ (Covid Lockdown in China) ଲାଗୁ କରାଯାଇଛି। ସାମାଜିକ ଦୂରତା (Social Diatance) ଅନୁସରଣ କରିବାକୁ ଲୋକଙ୍କୁ ନିବେଦନ କରାଯାଉଛି। ଭାଇରାଲ ଭିଡିଓରେ ଦେଖାଯାଉଛି ଯେ କ୍ରେନ୍ (Crane) ସାହାଯ୍ୟରେ ଜଣେ କୋରୋନା ସଂକ୍ରମିତଙ୍କୁ (Corona Positive) ଘରର ଉପର ମହଲାରୁ ବାହାରକୁ ବାହାର କରାଯାଉଛି।

ଏନେଇ କୁହାଯାଉଛି ଯେ କ୍ରେନ ଜରିଆରେ ଘରୁ ବାହାରକୁ ଆସିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି କୋରୋନା ଆକ୍ରାନ୍ତ। ଚୀନ୍ ଅଧିକାରୀ (Chinese Official) ଚାହୁଁ ନାହାଁନ୍ତି ଯେ ଦେଶର କୌଣସି ବ୍ୟକ୍ତି କୋରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସନ୍ତୁ। ଅଧିକାରୀଙ୍କୁ ଏକଥା ଜଣାପଡ଼ିଥିଲା ଯେ ଏହି ବ୍ୟକ୍ତି ଜାଣିଶୁଣି ଘରୁ ବାହାରକୁ ବାହାରୁନାହାଁନ୍ତି। ଏହା ପରେ ଏକ ଦଳ ପୁନର୍ବାର ତାଙ୍କ ଘରେ ପହଞ୍ଚିଥିଲା। ଘରେ ପହଞ୍ଚିବା ପରେ ବ୍ୟକ୍ତି ଜଣଙ୍କୁ ଜବରଦସ୍ତ ଉଠାଇ ନେଇଥିଲା ଏହି ଟିମ। 

Also Read: ଦେଶରେ ଲକଡାଉନ ଲଗାଇ ହରଡ଼ଘଣାରେ ଚୀନ ସରକାର

ବର୍ତ୍ତମାନ ଭାଇରାଲ ହେଉଥିବା ଏହି ଭିଡ଼ିଓ ଚୀନର କେଉଁ ସହରର ତାହା ଜଣାପଡ଼ିନାହିଁ। ହେଲେ ଦେଶର ଜଣେ ପ୍ରସିଦ୍ଧ ଲେଖକ ଏହି ଭିଡିଓ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ କୋରୋନା ଆକ୍ରାନ୍ତଙ୍କୁ କ୍ରେନ୍ ଦ୍ୱାରା ଆଇସୋଲେସନ ୱାର୍ଡ (Isolation Ward) ଆଡକୁ ନିଆଯାଇଥିଲା। କୋରୋନା ମହାମାରୀର (Corona Pandemic) ମୁକାବିଲା ପାଇଁ ଚୀନ୍ ସରକାର (Chinese Govt) ଦେଶରେ ଜିରୋ କୋଭିଡ ପଲିସି (Zero Covid Policy) ଆପଣାଇଛନ୍ତି। ହେଲେ ଏବେ ଜଣେ କୋରୋନା ଆକ୍ରାନ୍ତଙ୍କୁ ତାଙ୍କ ଘର ଛାତରୁ କ୍ରେନ୍ ସାହାଯ୍ୟରେ ଟାଣି ବାହାର କରିବାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ଗତ ଅପ୍ରେଲ ମାସରେ ଚୀନରେ କୋରୋନା ସଂକ୍ରମଣ ବଢିଥିବାର ଖବର ସାମ୍ନାକୁ ଆସିଥିଲା। ଯାହା ପରେ ଦେଶରେ କ୍ଷମତାସୀନ କମ୍ୟୁନିଷ୍ଟ ସରକାରଙ୍କ ଲାଗି ଚିନ୍ତା ବଢିଯାଇଥିଲା।  ଦେଶରେ କୋରୋନା ସଂକ୍ରମଣ ରୋକିବା ପାଇଁ ଚୀନ ସରକାର କଠୋର ପଦକ୍ଷେପ ନେବାକୁ ପ୍ରୟାସ କରିଲେ। ହେଲେ ଚୀନ ନାଗରିକ ଦେଶର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ସ୍ୱର ଉଠାଇଥିଲେ। 

Also Read: ଫ୍ରୋଜେନ ଫୁଡରୁ ମିଳିଲା ଜୀବନ୍ତ କୋରୋନା ଭାଇରସ,ଚୀନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଲର୍ଟ ଜାରି

କୋରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଚୀନ କମ୍ୟୁନିଷ୍ଟ ସରକାର  (Chinese  Communist  Govt) ଦେଶର ସଂଘାଇ (Sanghai) ସହରରେ ଲଗାଇଥିଲେ ଲକଡାଉନ। ମାତ୍ର ଏହାକୁ  ସହଜେ ଗ୍ରହଣ କରି ପାରିନଥିଲେ ସହର ବାସିନ୍ଦା। ଦେଶର ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏଭଳି ନିଷ୍ପତ୍ତିକୁ ଜୋରାଦାର ବିରୋଧ କରିଥିଲେ ଲୋକେ। ଅନ୍ୟପଟେ ସଂକ୍ରମଣ ରୋକିବା ଲାଗି ସହଯୋଗ କରିବାକୁ ସେତେବେଳେ ଜନସାଧାରଣଙ୍କୁ ନିବେଦନ କରିବାକୁ ପଛେଇ ନଥିଲେ ଚୀନ ସରକାର।     

Read More
{}{}