Hindi News >>Home >>Odisha National-International

Char Dham Yatra: ଯୋଶୀମଠ କାରଣରୁ ବିପଦପୂର୍ଣ୍ଣ ହୋଇପଡ଼ିଛି କି ଚାରି ଧାମ ଯାତ୍ରା? ଜାଣନ୍ତୁ ବିଶେଷଜ୍ଞଙ୍କ ମତାମତ

Char Dham Yatra Update: ଆସନ୍ତା ଅପ୍ରେଲରୁ ଉତ୍ତରାଖଣ୍ଡର ଚାରି ଧାମ କେଦାରନାଥ, ବଦ୍ରୀନାଥ, ଗାଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଦର୍ଶନ ଲୋକଙ୍କ ଲାଗି ଆରମ୍ଭ ହେବ। ଏହି ଯାତ୍ରା ୨୨ ଅପ୍ରେଲରୁ ଅକ୍ଷୟ ତୃତୀୟ ତିଥିରେ ଆରମ୍ଭ ହେବ। ଏହି ଦିନ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମର ଦ୍ୱାର ଖୋଲିବ। ଅନ୍ୟପକ୍ଷରେ କେଦାରନାଥ ଧାମ ୨୫ ଅପ୍ରେଲ ସକାଳ ସମୟରେ ଖୋଲିବ। ଅନ୍ୟପଟେ ବଦ୍ରୀନାଥ ଧାମର ଦ୍ୱାର ୨୭ ଅପ୍ରେଲରୁ ଖୋଲିବ।

Advertisement
Char Dham Yatra: ଯୋଶୀମଠ କାରଣରୁ ବିପଦପୂର୍ଣ୍ଣ ହୋଇପଡ଼ିଛି କି ଚାରି ଧାମ ଯାତ୍ରା? ଜାଣନ୍ତୁ ବିଶେଷଜ୍ଞଙ୍କ ମତାମତ
Stop
Zee Odisha Desk|Updated: Feb 21, 2023, 03:48 PM IST

Does Char Dham Yatra Risky For Joshimath: ଉତ୍ତରାଖଣ୍ଡରେ ଆରମ୍ଭ ହେବାକୁ ଯାଉଛି ଚାରି ଧାମ ଯାତ୍ରା। ଏନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଚାରି ଧାମ ଯାତ୍ରା ନିକଟତର ହେବା ସହିତ ଯୋଶୀମଠ ସହର ଦେଇ ଯାଉଥିବା ରାସ୍ତାରେ ଖାଲ ଏବଂ ଭୂସ୍ଖଳନ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତା ବଢାଇ ଦେଇଛି। ଯଦିଓ ଉତ୍ତରାଖଣ୍ଡ ସରକାର ଏହି ଯାତ୍ରା ଆରମ୍ଭ ତାରିଖ ଘୋଷଣା କରି ସାରିଛନ୍ତି।

ହେଲେ ଯୋଶୀମଠ ଅଞ୍ଚଳରେ ହୋଇଥିବା ଭୂସ୍ଖଳନ ଘଟଣାକୁ ନେଇ ଚିନ୍ତିତ ହୋଇଉଠିଛନ୍ତି ବିଶେଷଜ୍ଞ। ସେମାନଙ୍କ କହିବା ଅନୁଯାୟୀ ଚାରି ଧାମ ଯାତ୍ରା ଆରମ୍ଭ କରିବା ଠିକ ବିଚାର ନୁହେଁ। ଚାରିଧାମ ଯାତ୍ରା ପାଇଁ କରାଯାଉଥିବା ପ୍ରସ୍ତୁତିକୁ ଏକ ବିପଦପୂର୍ଣ୍ଣ ଉଦ୍ୟମ ବୋଲି କହିଛନ୍ତି ବିଶେଷଜ୍ଞ। ଯଦିଓ ଗତ ବର୍ଷ ଅନୁଷ୍ଠିତ ହୋଇଥିବା ଚାରି ଧାମ ଯାତ୍ରାରେ ପ୍ରାୟ ୧୬ ଲକ୍ଷ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ରାଜ୍ୟ ସରକାରଙ୍କ ଅଧିକାରୀ ସୂଚାଇ ଦେଇଛନ୍ତି ଯେ ଚଳିତ ବର୍ଷ ଯାତ୍ରାରେ ସାମିଲ ହେବାକୁ ଯାଉଥିବା ତୀର୍ଥଯାତ୍ରୀ ଗତ ବର୍ଷର ରେକର୍ଡ ଭାଙ୍ଗିବେ। ଚଳିତ ବର୍ଷ ଚାରିଧାମ ଯାତ୍ରାରେ ପ୍ରାୟ ୪୫ ଲକ୍ଷ ଲୋକ ଯୋଗଦେବା ନେଇ ଅନୁମାନ କରାଯାଉଛି। 

ବରିଷ୍ଠ ଭୂବିଜ୍ଞାନୀ ଏସପି ସତୀ କହିଛନ୍ତି ଯେ ଯୋଶୀମଠ ଅଞ୍ଚଳରେ ଏକ ଗୁରୁତର ସମସ୍ୟା ରହିଛି। ଏହାକୁ ଗ୍ରହଣ କରିବା ଆବଶ୍ୟକ। ଏଭଳି ପରିସ୍ଥିତିରେ ଯାତ୍ରା ଆୟୋଜନ କରିବା ବିପଦପୂର୍ଣ୍ଣ। ଏହା ସହିତ ରାଜପଥ ହେଉଛି ବଦ୍ରିନାଥ ଧାମ ଠାରେ ​​ପହଞ୍ଚିବା ପାଇଁ ଏକମାତ୍ର ମାର୍ଗ। ଏହାକୁ ନଜରରେ ରଖି ଏହି ସମସ୍ୟାକୁ ଗୁରୁତର ସହ ବିଚାର କରାଯିବା ଆବଶ୍ୟକ। ଏହି ଘଟଣା ସହ ଜଡିତ ଏକ ଭୌଗୋଳିକ ଅଧ୍ୟୟନ ନହେବା ପର୍ଯ୍ୟନ୍ତ ଏବଂ ଭୂସ୍ଖଳନ ପଛର କାରଣ ଜଣାପଡିବା ପର୍ଯ୍ୟନ୍ତ, ଲୋକେ ସମ୍ବେଦନଶୀଳ ଅଞ୍ଚଳକୁ ଆସିବାରୁ ଦୂରେଇ ରହିବା ଆବଶ୍ୟକ। 

ବଦ୍ରିନାଥ ଧାମକୁ ସଂଯୋଗ କରୁଥିବା ରାଜପଥରେ ବିରାଟ ଫାଟ ସୃଷ୍ଟି ହୋଇଛି। ଯୋଶୀମଠ ଏବଂ ମାରୱାଡୀ ମଧ୍ୟରେ ୧୦ କିଲୋମିଟର ଦୂରତାରେ ଅଧିକାଂଶ ଫାଟ ଦେଖା ଦେଇଥିବା କହିଛନ୍ତି ସ୍ଥାନୀୟ ଲୋକ। ଯୋଶୀମଠ ଅଞ୍ଚଳର ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା ଧସିଯାଇଥିବା ପାହାଡ ସହରର ରବିଗ୍ରାମ ଠାରେ ଥିବା ରାଜମାର୍ଗର ଏକ ଅଂଶ ମଧ୍ୟ ଧସିଯାଇଛି। ରାଜପଥରେ ସୃଷ୍ଟି ହୋଇଥିବା ଖାଲକୁ ସିମେଣ୍ଟ ଦ୍ୱାରା ଭର୍ତ୍ତି କରାଯାଇଥିଲେ ମଧ୍ୟ,  ବର୍ତ୍ତମାନ ତାହା ପୁନର୍ବାର ଉତ୍ପନ୍ନ ହେବାକୁ ଲାଗିଛି। ଏହି ସମୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି ଯେ ଯୋଶୀମଠ କାରଣରୁ ଚାରିଧାମ ଯାତ୍ରା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।

ଆସନ୍ତା ଅପ୍ରେଲରୁ ଉତ୍ତରାଖଣ୍ଡର ଚାରି ଧାମ କେଦାରନାଥ, ବଦ୍ରୀନାଥ, ଗାଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଦର୍ଶନ ଲୋକଙ୍କ ଲାଗି ଆରମ୍ଭ ହେବ। ଏହି ଯାତ୍ରା ୨୨ ଅପ୍ରେଲରୁ ଅକ୍ଷୟ ତୃତୀୟ ତିଥିରେ ଆରମ୍ଭ ହେବ। ଏହି ଦିନ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମର ଦ୍ୱାର ଖୋଲିବ। ଅନ୍ୟପକ୍ଷରେ କେଦାରନାଥ ଧାମ ୨୫ ଅପ୍ରେଲ ସକାଳ ସମୟରେ ଖୋଲିବ। ଅନ୍ୟପଟେ ବଦ୍ରୀନାଥ ଧାମର ଦ୍ୱାର ୨୭ ଅପ୍ରେଲରୁ ଖୋଲିବ।

Read More
{}{}