Hindi News >>Home >>Odisha National-International

Chardham Yatra 2023: କେବେ ଖୋଲିବ ବଦ୍ରିନାଥ ଧାମ କବାଟ? କେବେ ଆରମ୍ଭ ହେବ ଚାରିଧାମ ଯାତ୍ରା?

Uttarakhand Char Dham Yatra: ଚାରିଧାମ ଯାତ୍ରା ଲାଗି କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ଜଣାଇଛନ୍ତି ଉତ୍ତରାଖଣ୍ଡ ସରକାର। ଏନେଇ କୁହାଯାଇଛି ଚାରିଧାମ ଯାତ୍ରାକୁ ସୁରୁଖୁରୁରେ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 

Advertisement
Chardham Yatra 2023: କେବେ ଖୋଲିବ ବଦ୍ରିନାଥ ଧାମ କବାଟ? କେବେ ଆରମ୍ଭ ହେବ ଚାରିଧାମ ଯାତ୍ରା?
Stop
Updated: Jan 28, 2023, 07:08 PM IST

Badrinath Dham Opening Date 2023: ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ଚାରିଧାମ ଯାତ୍ରା ପାଇଁ ଘୋଷଣା କରାଯାଇଛି ତାରିଖ। ଗତ ଗୁରୁବାର ଉତ୍ତରାଖଣ୍ଡ ନରେନ୍ଦ୍ର ନଗର ଠାରେ ବସନ୍ତ ପଞ୍ଚମୀ ଅବସରରେ ଅନୁଷ୍ଠିତ ଏକ ବୈଠକରେ ଏ ସମ୍ପର୍କିତ ଘୋଷଣା କରାଯାଇଛି। ବଦ୍ରିନାଥ ଧାମ ଦ୍ୱାର କେଉଁ ତାରିଖରେ ଖୋଲିବ ତାହା ମଧ୍ୟ ଘୋଷଣା କରାଯାଇଛି। ବାକି ୩ ଧାମ ଦ୍ୱାର କେବେ ଖୋଲିବା ତାହ ଆସନ୍ତା କିଛି ଦିନ ମଧ୍ୟରେ ଘୋଷଣା କରାଯିବ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀପୁଷ୍କର ସିଂହ ଧାମୀ କହିଛନ୍ତି ଯେ ରାଜ୍ୟର ଯୋଶୀମଠ ଅଞ୍ଚଳରେ ହୋଇଥବା ଭୂସ୍ଖଳନ ମାମଲା ଚାରିଧାମ ଯାତ୍ରା ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଯାତ୍ରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବ।

ଗୁରୁବାର ନରେନ୍ଦ୍ର ନଗର ଠାର ରାଣୀ ରାଜଲକ୍ଷ୍ମୀ, ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ସଭାପତି ଅଜେନ୍ଦ୍ର ଅଜୟ ଏବଂ ରାଜପୁରୋହିତ ଆଚାର୍ଯ୍ୟ କୃଷ୍ଣ ପ୍ରସାଦ ଉନିୟାଲଙ୍କ ସମେତ ବହୁ ଲୋକଙ୍କ ଉପସ୍ଥିତିରେ ବସନ୍ତ ପଞ୍ଚମୀ ପର୍ବ ପାଳନ କରାଯାଇଥିଲା। ଏହା ସହିତ ବଦ୍ରିନାଥ ଧାମ କବାଟ ଖୋଲିବାର ତାରିଖ ଘୋଷଣା କରାଯାଇଥିଲା। ନକ୍ଷତ୍ର ଗଣନା ପରେ ପୁରୋହିତ ଆସନ୍ତା ଅପ୍ରେଲ ୨୭ ତାରିଖ ସକାଳ ୭.୧୦ ସମୟରେ କବାଟ ଖୋଲିବାକୁ ଘୋଷଣା କରିଥଲେ। ଯାହାକୁ ଉପସ୍ଥିତ ସମସ୍ତ ଲୋକ ହାତ ଉଠାଇ ସମର୍ଥନ କରିଥିଲେ।

Also Read: Badrinath Dham: କେବେ ଖୋଲିବ ବଦ୍ରିନାଥ ଧାମର ଦ୍ୱାର? ଘୋଷଣା ହେଲା ତାରିଖ

 

ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ସଭାପତି ଅଜେନ୍ଦ୍ର ଅଜୟ କବାଟ ଖୋଲିବା ପୂର୍ବରୁ ଗାଡୁ ଘଡା ତେଲ କଳଶ ଯାତ୍ରା ଆସନ୍ତା ୧୨ ଅପ୍ରେଲରେ ଅନୁଷ୍ଠିତ ହେବ। ଏହି ଯାତ୍ରାର ୧୫ ଦିନ ପରେ ବଦ୍ରିନାଥ ଧାମ ଦ୍ୱାର ଖୋଲିବ। ଏହା ସହିତ ଚଳିତ ବର୍ଷର ଚାରିଧାମ ଯାତ୍ରା ଆରମ୍ଭ ହେବଷ କେଦାରନାଥ ଧାମ, ଯମୁନୋତ୍ରୀ ଧାମ ଏବଂ ଗଙ୍ଗୋତ୍ରୀ ଧାମର ଦ୍ୱାର ଖୋଲିବାର ତାରିଖ ମଧ୍ୟ ଖୁବ ଶୀଘ୍ର ଘୋଷଣା କରାଯିବ।

ଚାରିଧାମ ଯାତ୍ରା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ପ୍ରତିକ୍ରିୟା ରଖିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଚାରିଧାମ ଯାତ୍ରାକୁ ସୁରୁଖୁରୁରେ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାସ୍ତା ମରାମତି କରିବା ସହିତ ଅନ୍ୟାନ୍ୟ ସୁବିଧା ମଧ୍ୟ ସୁଧାରିବାକୁ କୁହାଯାଇଛି। ରାଜ୍ୟର ଯୋଶୀମଠ ଅଞ୍ଚଳରେ ହୋଇଥବା ଭୂସ୍ଖଳନ ମାମଲା ଚାରିଧାମ ଯାତ୍ରା ଉପରେ କୌଣସି ପ୍ରଭାବ ପକାଇବ ନାହିଁ।  ଗତ ବର୍ଷ ଦେଶର ପ୍ରାୟ ୪୬ ଲକ୍ଷ ତୀର୍ଥଯାତ୍ରୀ ଚାରିଧାମ ଯାତ୍ରାରେ ଯୋଗ ଦେଇଥିଲେ। ଏହି ସମୟ ମଧ୍ୟରେ ରାଜ୍ୟ ପ୍ରାୟ ୨୧୧ କୋଟି ଟଙ୍କା ଆୟ କରିଥିଲା। ଚାରିଧାମ ଯାତ୍ରାରେ ଯୋଗ ଦେଇଥିବା ୪୬ ଲକ୍ଷ ତୀର୍ଥଯାତ୍ରୀଙ୍କ ମଧ୍ୟରୁ ୧୭ ଲକ୍ଷ ବଦ୍ରିନାଥ ଧାମ ଏବଂ ୧୫ ଲକ୍ଷ କେଦାରନାଥ ଧାମ ପରିଦର୍ଶନ କରିଥିଲେ।

Read More
{}{}