Hindi News >>Home >>Odisha National-International

Uttarakhand Cabinet Clears UCC: ମଙ୍ଗଳବାର ଉତ୍ତରାଖଣ୍ତ ବିଧାନସଭାରେ ଉପସ୍ଥାପନ ହେବ ୟୁସିସି ବିଧେୟକ

Uttarakhand Cabinet Clears UCC: ଉତ୍ତରାଖଣ୍ତ ସରକାରଙ୍କ (Uttarakhand Government) ଦ୍ବାରା ନିଯୁକ୍ତ ଉଚ୍ଚ ସ୍ତରୀୟ କମିଟି ସୁପାରିଶ କରିଥିବା ସମାନ ନାଗରିକ ସଂହିତା (UCC) ବିଲ୍ ରବିବାର ରାଜ୍ୟ କ୍ୟାବିନେଟର(State Cabinet) ଅନୁମୋଦନ ଲାଭ କରିଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ (Pushkar Singh Dhami) ଅଧ୍ଯକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା । ନାଗରିକ ଆଇନରେ ସମାନତା ଆଣିବା ବିଲର ମୂଳ ଉଦ୍ଦେଶ୍ୟ ଅଟେ ।

Advertisement
ସୌଜନ୍ୟ-ସୋସିଆଲ ମିଡିଆ
Stop
Zee Odisha Desk|Updated: Feb 05, 2024, 10:53 AM IST

Uttarakhand Cabinet Clears UCC: ଉତ୍ତରାଖଣ୍ତ ସରକାରଙ୍କ (Uttarakhand Government) ଦ୍ବାରା ନିଯୁକ୍ତ ଉଚ୍ଚ ସ୍ତରୀୟ କମିଟି ସୁପାରିଶ କରିଥିବା ସମାନ ନାଗରିକ ସଂହିତା (UCC) ବିଲ୍ ରବିବାର ରାଜ୍ୟ କ୍ୟାବିନେଟର(State Cabinet) ଅନୁମୋଦନ ଲାଭ କରିଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ (Pushkar Singh Dhami) ଅଧ୍ଯକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା । ନାଗରିକ ଆଇନରେ ସମାନତା ଆଣିବା ବିଲର ମୂଳ ଉଦ୍ଦେଶ୍ୟ ଅଟେ ।

ଖବର ଥାଉ କି, ମଙ୍ଗଳବାର ବିଧାନସଭାରେ (Assembly) ଉକ୍ତ ବିଲ୍ ଆଗତ ହେବ । ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ଯକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ କମିଟି ଦୁଇ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠା ଆଇନ ଦସ୍ତାବିଜ ହସ୍ତାନ୍ତର କରିଥିଲେ । ବିଲରେ ବହୁ ପତ୍ନୀ ଗ୍ରହଣକୁ ନିଷେଧ କରାଯିବା ସହ ସମାନ ଉତ୍ତରାଧିକାର, ଲିଭ-ଇନ୍ ରିଲେଶନରେ ରହିଲେ ଘୋଷଣାନାମା ବାଧ୍ଯତାମୂଳକ କରିବାକୁ ପ୍ରସ୍ତାବ ରହିଛି । ସେହିପରି ଝିଅଙ୍କ ବିବାହ ବୟସ ୧୮ ଓ ପୁଅଙ୍କ ବୟସ ୨୧ ବର୍ଷ ରହିବ । ସେହିପରି ବିବାହ ନେଇ ପଞ୍ଜୀକରଣ ବାଧ୍ୟତାମୂଳକ ହେବ । ଅନ୍ୟପଟେ ଛାଡ଼ପତ୍ର ପାଇଁ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ସମାନ କାରଣ ଦର୍ଶାଇବାକୁ ହେବ । ଜଣେ ସ୍ତ୍ରୀ ବଞ୍ଚିଥିବା ଯାଏ ଦ୍ବିତୀୟ ବିବାହ କରାଯାଇପାରିବ ନାହିଁ । ପୁଅଙ୍କ ଭଳି ଝିଅମାନଙ୍କୁ ସମ୍ପତ୍ତି ଉପରେ ସମାନ ଅଧିକାର ମିଳିବ ।

୭୮୦ ଆସନ ବିଶିଷ୍ଟ ବିଧାନସଭାରେ ୪୭ଟି ଆସନ ରହିଛି। ଏହି ବିଲ୍‍ ପାରିତ ହେଲେ ଉତ୍ତରାଖଣ୍ତ ଦେଶରେ ସମାନ ଦେଓ୍ୱାନୀ ସଂହିତା ଲାଗୁ କରିବାରେ ପ୍ରଥମ ରାଜ୍ୟ ହେବ। ଉତ୍ତରାଖଣ୍ଡରେ ପୁଷ୍କର ଧାମୀଙ୍କ ନେତୃତ୍ୱରେ ଥିବା ସରକାର ଏହି ବିଧେୟକ ଉପରେ ଆଲୋଚନା ଲାଗି ଏକ ସ୍ୱତନ୍ତ୍ର ଅଧିବେଶନ ଡକାଇଛନ୍ତି। ଦୁଇ ଦିନିଆ ଏହି ଅଧିବେଶନରେ ସରକାର ଆଲୋଚନା ସହ ଏ ବିଧେୟକ ଉପରେ ଭୋଟିଂ ଗ୍ରହଣ ପାଇଁ ସ୍ଥିର କରିଛନ୍ତି।

Also Read- Biju Patnaik Centre: JNUରେ ବିଜୁ ପଟ୍ଟନାୟକ ସ୍ବତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ରାଜ୍ୟ ସରକାର ଦେବେ ୧୦ କୋଟି

Read More
{}{}