Hindi News >>Home >>Odisha National-International

Road Accident: ଭକ୍ତଙ୍କୁ ନେଇ ଫେରିବା ବେଳେ ଓଲଟି ପଡ଼ିଲା ଟ୍ରାକ୍ଟର ଟ୍ରଲି, ୨୫ ମୃତ

UP Road Accident: ଉତ୍ତର ପ୍ରଦେଶ କାନପୁର ଜିଲ୍ଲାରେ  ଏକ ଟ୍ରାକ୍ଟର ଟ୍ରଲି ପଡ଼ିବା ଘଟଣାରେ ୨୫ ଜଣଙ୍କ ମତ୍ୟୁ ହୋଇଥିବା ବେଳେ ୨୮ ଜଣ ଆହତ ହୋଇଛନ୍ତି।  

Advertisement
Road Accident: ଭକ୍ତଙ୍କୁ ନେଇ ଫେରିବା ବେଳେ ଓଲଟି ପଡ଼ିଲା ଟ୍ରାକ୍ଟର ଟ୍ରଲି, ୨୫ ମୃତ
Stop
Subhramjit Ray|Updated: Oct 01, 2022, 10:50 PM IST

Kanpur Tractor Trolley Accident: ଭକ୍ତଙ୍କୁ ନେଇ ଫେରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏକ ଟ୍ରାକ୍ଟର ଟ୍ରଲି। ନବବାତ୍ରୀ ଦର୍ଶନ ସାରି ଭକ୍ତଙ୍କୁ ନେଇ ଫେରିବା ବେଳେ ଏହି ଟ୍ରାକ୍ଟର ଟ୍ରଲି ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୨୫ ଜଣଙ୍କ ମତ୍ୟୁ ହୋଇଥିବା ବେଳେ ୨୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣ ଡାକ୍ତରଖାନାରେ ପ୍ରାଣ ହରାଇବା ପରେ ଏହି ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି।  ପ୍ରଥମେ ଖବର ଆସିଥିଲା ଏହି ଘଟଣାରେ ୨୨ ଜଣ ଲୋକ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି। ଉତ୍ତର ପ୍ରଦେଶ କାନପୁର ଜିଲ୍ଲାରେ ଘଟିଯାଇଛି ଏଭଳି ଭୟାନକ ସଡ଼କ ଦୁର୍ଘଟଣା।

ନବରାତ୍ରୀ ନବରାତ୍ରୀ ଅବସରରେ ଉତ୍ତର ପ୍ରଦେଶ (Uttar Pradesh) ଉନ୍ନାଁଓ ଜିଲ୍ଲାରେ (Unnao) ଅବସ୍ଥିତ ଚନ୍ଦ୍ରିକା ଦେବୀ ମନ୍ଦିର ଦର୍ଶନ କରିବା ପରେ ଏକ ଏକ ଟ୍ରାକ୍ଟର ଟ୍ରଲି ଯୋଗେ କର୍ଥା ଗ୍ରାମକୁ ଫେରୁଥିଲେ କିଛି ଶ୍ରଦ୍ଧାଳୁ। ହେଲେ ଫେରିବା ବେଳେ ପଡୋଶୀ କାନପୁର (Kanpur) ଜିଲ୍ଲାର ଘାଟମପୁର ଠାରେ ଏକ ଜଳାଶୟ ମଧ୍ୟକୁ ଓଲଟି ପଡ଼ିଥିଲା ଟ୍ରାକ୍ଟର ଟ୍ରଲି। ଏହି ଘଟଣାରେ ୨୫ ଜଣ ଶ୍ରଦ୍ଧାଳୁଙ୍କ ମତ୍ୟୁ ହୋଇଥିବା ବେଳେ ୨୮ ଜଣ ଆହତ ହୋଇଛନ୍ତି। ଏନେଇ ଖବର ମିଳିବା ପରେ ବର୍ତ୍ତମାନ ଘଟଣାସ୍ଥଳରେ ଜାରି ରହିଛି ଉଦ୍ଧାରକାର୍ଯ୍ୟ।  

ରାଜ୍ୟରେ ଘଟିଥିବା ଏହି ଭୟାନକ ସଡ଼କ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି  ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM Yogi Adityanath)। ଏହି ଖବର ପାଇବା ପରେ ସେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବାକୁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  ଏନେଇ ଟ୍ୱିଟ କରି  ମୁଖ୍ୟମନ୍ତ୍ରୀ କହିଛନ୍ତି କାନପୁର ଜିଲ୍ଲାରେ ସଡ଼କ ଦୁର୍ଘଟଣା ଅତ୍ୟନ୍ତ ହୃଦୟ ବିଦାରକ। ଜିଲ୍ଲାପାଳ ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ କରିବା ସହ ଆହତଙ୍କ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁଁ ଆହତଙ୍କର ଶୀଘ୍ର ଆଶୁ ଆରୋଗ୍ୟ କାମନା କରୁଛି। ଏହି ଦୁର୍ଘଟଣାରେ ହୋଇଥିବା ଜନହାନି ଅତ୍ୟନ୍ତ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ସହ ମୋର ସମବେଦନା। ପ୍ରଭୁ ଶ୍ରୀରାମଙ୍କ ପାଖରେ ପ୍ରାର୍ଥନା ଯେ ଦିବଂଗତ ଆତ୍ମାଙ୍କୁ ତାଙ୍କ ଚରଣରେ ସ୍ଥାନ ଦିଅନ୍ତୁ ଏବଂ ଏଭଳି ଦୁଃଖଦ ମୃତକଙ୍କ ପରିବାରକୁ ଶକ୍ତି ପ୍ରଦନ କରନ୍ତୁ। ଏହି ଦୁର୍ଘଟଣାରେ ପ୍ରତ୍ୟେକ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ୨ ଲକ୍ଷ ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ଅନ୍ୟପଟେ ଉତ୍ତର ପ୍ରଦେଶ କାନପୁର ଜିଲ୍ଲାରେ ହୋଇଥିବା ସଡ଼କ ଦୁର୍ଘଟଣା ଶୋକବ୍ୟକ୍ତ କରିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi)। ଏନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରି କୁହାଯାଇଛି, କାନପୁରରେ ହୋଇଥିବା ଟ୍ରାକ୍ଟର ଟ୍ରଲି ଦୁର୍ଘଟଣାରେ ମୁଁ ଦୁଃଖିତ। ଯେଉଁମାନେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୁଁ ସମବେଦନା ଜଣାଉଛି। ମୁଁ ଆହତଙ୍କ ଆରୋଗୟ ପାଇଁ ପ୍ରାର୍ଥନା କରୁଛି। ସ୍ଥାନୀୟ ପ୍ରଶାସନ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେଉଛି। ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୃତକଙ୍କ ସମ୍ପର୍କୀୟଙ୍କୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ।

 

 

 

Read More
{}{}