Hindi News >>Home >>Odisha National-International

Shocking News: ସଲମାନଙ୍କ ଘରୁ ଜବତ ହେଲା କଙ୍କାଳ! ହତ୍ୟା ସ୍ୱୀକାର କରିବାର ଭିଡିଓ ହେଉଛି ଭାଇରାଲ

Murder Mystery reveals by Police: ଉତ୍ତର ପ୍ରଦେଶ ମୁଜାଫରନଗର ଜିଲ୍ଲାରେ ଏକ ପୁରୁଣା ହତ୍ୟା ମାମଲାର ପର୍ଦ୍ଦଫାଶ ଅତ୍ୟନ୍ତ ନାଟକୀୟ ଢଙ୍ଗରେ ହୋଇଛି। ପ୍ରାୟ ୪  ବର୍ଷ ପୂର୍ବେ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ କଙ୍କାଳ ଉଦ୍ଧାର କରିଛି ପୋଲିସ। ଜବତ କଙ୍କାଳକୁ ଫୋରେନସିକ୍ ପରୀକ୍ଷା ପାଇଁ ପଠଇଛି ପୋଲିସ। 

Advertisement
Shocking News: ସଲମାନଙ୍କ ଘରୁ ଜବତ ହେଲା କଙ୍କାଳ! ହତ୍ୟା ସ୍ୱୀକାର କରିବାର ଭିଡିଓ ହେଉଛି ଭାଇରାଲ
Stop
Subhramjit Ray|Updated: Nov 13, 2022, 11:03 PM IST

Police reveals Murder Mystery: ସଲମାନଙ୍କ ଘରୁ ଜବତ ହୋଇଛି ନର କଙ୍କାଳ। ଆଉ ହତ୍ୟା କାଣ୍ଡ ଭିଆଇଥିବା ନେଇ ସ୍ୱୀକାର କରୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଖବର ପଢିବା ମାତ୍ରେ ଆପଣ ଆଶ୍ଚର୍ଯ୍ୟତକିତ ହୋଇ ଯାଉଥିବେ। ହେଲେ ଆମେ ଏଠାରେ ଆପଣଙ୍କୁ ଯେଉଁ ସଲମାନ କଥା କହୁଛୁ ସେ ବଲିଉଡ଼ ଅଭିନେତା ସଲମାନ ନୁହଁନ୍ତି। ଜାଣନ୍ତୁ କ'ଣ ରହିଛ ପୁରା ଘଟଣାକ୍ରମ।

ସଦ୍ୟ ଉତ୍ତର ପ୍ରଦେଶ (Uttar Pradesh) ମୁଜାଫରନଗର ଜିଲ୍ଲାରେ ଏକ ପୁରୁଣା ହତ୍ୟା ମାମଲାର ପର୍ଦ୍ଦଫାଶ ଅତ୍ୟନ୍ତ ନାଟକୀୟ ଢଙ୍ଗରେ ହୋଇଛି। ପ୍ରାୟ ୪  ବର୍ଷ ପୂର୍ବେ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ କଙ୍କାଳ ଉଦ୍ଧାର କରିଛି ପୋଲିସ। ଜବତ କଙ୍କାଳକୁ ଫୋରେନସିକ୍ ପରୀକ୍ଷା ପାଇଁ ପଠଇଛି ପୋଲିସ। ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଯେଉଁ ବ୍ୟକ୍ତି ଏହି କାଣ୍ଡ ଭିଆଇଛନ୍ତି ସେ ୪ ବର୍ଷ ପରେ ନିଜର ଅପରାଧ ସ୍ୱୀକାର କରିଛନ୍ତି।

Also Read: Shocking News: ମେଳାରେ ବିକ୍ରି ହୋଇଗଲେ ଶାହାରୁଖ-ସଲମାନ-କ୍ୟାଟ୍ରିନା

ନିକଟରେ ମୁଜାଫରନଗର ଜିଲ୍ଲାରେ (Muzaffarnagar District) ହତ୍ୟାକାଣ୍ଡ ସ୍ୱୀକାର କରୁଥିବା ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ଏକ ଭିଡିଓ ଭାଇରାଲ (Viral Video) ହୋଇଥିଲା। ଏହାର ଦିନକ ପରେ ପୋଲିସ ମଂସୁରପୁର ଥାନା ଅନ୍ତର୍ଗତ ନାରା ଗ୍ରାମର ଏକ ଘର ତଳେ ପୋତା ଯାଇଥିବା ଏକ କଙ୍କାଳ ଉଦ୍ଧାର କରିଥିଲା। ଏହି କଙ୍କାଳ ମହମ୍ମଦ ହାସନ ନାମକ ଜଣେ ବ୍ୟକ୍ତିଙ୍କର ବୋଲି ବିଶ୍ୱାସ କରାଯାଉଛି।  ଯିଏ ପ୍ରାୟ ୪ ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିଲେ। ଏହି କଙ୍କାଳ ଉଦ୍ଧାର କରିବା ପରେ ଏହାକୁ ଫୋରେନସିକ୍ ପରୀକ୍ଷା ପାଇଁ ପଠାଇଛି ପୋଲିସ।

ମଂସୁରପୁର ଥାନା ଅଧିକାରୀ ବ୍ରିଜେନ୍ଦ୍ର ସିଂହ ରାୱତ କହିଛନ୍ତି, ଆମେ ସଲମାନ ନାମକ ଜଣେ ବ୍ୟକ୍ତିଙ୍କ ଘର ଭିତରୁ ଏକ କଙ୍କାଳ ଉଦ୍ଧାର କରିଛୁ। ନାରା ଗ୍ରାମର ବାସିନ୍ଦା ମହମ୍ମଦ ହାସନ ନାମକ ଜଣେ ବ୍ୟକ୍ତିଙ୍କ ନିଖୋଜ ହେବା ଘଟଣାରେ ଘରର ଜମି ଖୋଳା ଯାଉଥିଲା। ଗତ ୨୦୧୮, ୧୨ ନଭେମ୍ବରରୁ ହାସନ ନିଖୋଜ ଥିଲେ। ଆମେ ହତ୍ୟା ମାମଲା ରୁଜୁ କରି ସଲମାନଙ୍କୁ ଗିରଫ କରିଛୁ। ଉଦ୍ଧାର ହୋଇଥିବା କଙ୍କାଳଟି ମହମ୍ମଦ ହାସନଙ୍କର ନା ନୁହେଁ ତାହା ଜାଣିବା ପାଇଁ ଫୋରେନସିକ୍ ପରୀକ୍ଷା (Forensic Test of Skeleton) ପାଇଁ ଏହାକୁ ପଠାଇଛୁ। 

Also Read: Shocking News: ଜେଲ ଯିବେ ବବି ଦେୱାଲ, ପୂର୍ବରୁ ବନ୍ଦ ଅଛନ୍ତି ଶନି ଦେଓଲ

କିଛି ଦିନ ପୂର୍ବରୁ ସଲମାନ କିଛି ଲୋକଙ୍କ ସାମ୍ନାରେ ଏହି ଅପରାଧ କରିଥିବାର ସ୍ୱୀକାର କରିଥିଲେ। ସେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ତାଙ୍କ ଘରେ ପୋତି ଦେଇଥିଲେ। କେହି ଜଣେ ମୋବାଇଲ ଯୋଗେ ତାଙ୍କ ଅପରାଧର ସ୍ୱୀକାରୋକ୍ତି ରେକର୍ଡ କରି ଏହାକୁ ଭାଇରାଲ କରି ଦେଇଥିଲେ। ଯେତେବେଳେ ହାସନଙ୍କ ପରିବାର ସଦସ୍ୟ ଏହି ଭିଡିଓ ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ସେମାନେ ଥାନାକୁ ଏହି ଘଟଣା ବାବଦରେ ଜଣାଇଥିଲେ।

Read More
{}{}