Hindi News >>Home >>Odisha National-International

ବିଜେପି ମନ୍ତ୍ରୀ ପୁତୁରାଙ୍କ ଦବଙ୍ଗଗିରି, ଖାଇବା ନ ଦେବାରୁ ରେସ୍ତୋରା ଷ୍ଟାଫ୍ ଉପରେ ଚଢାଇ ଦେଲେ ଗାଡ଼ି

Amit Kumar Saxena: ବରେଲିରେ ଯୋଗୀଙ୍କ ମନ୍ତ୍ରୀ ଅରୁଣ ସକ୍ସେନାଙ୍କ ପୁତୁରା ଏକ ରେସ୍ତୋରା ଷ୍ଟାଫ ଉପରେ ଗାଡି ଚଢାଇ ଦେଇଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମନ୍ତ୍ରୀଙ୍କ ପୁତୁରା ଅମିତ ସକ୍ସେନାଙ୍କୁ ଅଟକ ରାଖାଯଇଥିବା ସୂଚନା ମିଳିଛି।

Advertisement
ବିଜେପି ମନ୍ତ୍ରୀ ପୁତୁରାଙ୍କ ଦବଙ୍ଗଗିରି, ଖାଇବା ନ ଦେବାରୁ ରେସ୍ତୋରା ଷ୍ଟାଫ୍ ଉପରେ ଚଢାଇ ଦେଲେ ଗାଡ଼ି
Stop
Zee Odisha Desk|Updated: Oct 13, 2022, 04:18 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ପୁଣି ଥରେ ଲକ୍ଷ୍ମୀପୁର ଖେରୀ ମାମଲା ଦୋହରିଛି। ପ୍ରଥମେ ମନ୍ତ୍ରୀ ପୁଅ ଆଉ ଏବେ ମନ୍ତ୍ରୀ ପୁତୁରାଙ୍କ ଜବଙ୍ଗଗିରି ଦେଖିବାକୁ ମିଳିଛି। ବରେଲିରେ ଯୋଗୀଙ୍କ ମନ୍ତ୍ରୀ ଅରୁଣ ସକ୍ସେନାଙ୍କ ପୁତୁରା ଏକ ରେସ୍ତୋରା ଷ୍ଟାଫ ଉପରେ ଗାଡି ଚଢାଇ ଦେଇଥିଲେ। କିନ୍ତୁ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।  ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହୋଟେଲ ମାଲିକଙ୍କ ଅଭିଯୋଗ ପରେ ବରେଲି ପୋଲିସ, ମନ୍ତ୍ରୀଙ୍କ ପୁତୁରା ଅମିତ ସକ୍ସେନାକୁ ଅଟକ ରଖି ପଚରା ଉଚରା କରୁଛି। ବୁଧବାର ରାତିରେ ଖାଦ୍ୟକୁ ନେଇ ଅମିତ ଏହି କାଣ୍ଡ ଘଟାଥିଲେ।

ଦାଏର ଏତଲା ଆଧାରରେ ବରେଲି ଏସପି ରାହୁଲ ବାତି କହିଛନ୍ତି ଯେ, ବୁଧବାର ରାତିରେ ଅମିତ ସକ୍ସେନା ଓ ତାଙ୍କର କିଛି ସାଥି ସହରର ଏକ ରେସ୍ତୋରାଁ ରେ ଖାଇବାକୁ ଯାଇଥିଲେ। ଅମିତ ତାଙ୍କ ସଙ୍ଗଙ୍କ ପାଇଁ ଖାଦ୍ୟ ମାଗିଥିଲେ। କିନ୍ତୁ ସମୟ ହୋଯାଇଥିବାରୁ ଖାଦ୍ୟ ସରିଯାଇଥିଲା। ତେଣୁ ରେସ୍ତାରାଁ କର୍ମଚାରୀ ତାଙ୍କୁ ଖାଦ୍ୟ ଯୋଗାଇ ପାରିବେନାହିଁ ବୋଲି କହିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଅମିତ ସକ୍ସେନା ସେଠାରେ ଉପସ୍ଥିତ ଥିବା ଏକାଧିକ ଷ୍ଟାଫଙ୍କ ଉପରେ ଗାଡି ଚଢାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନ ସେଠାରୁ ହଟି ଯିବାରୁ ଗାଡି ଏକ ଖଟ ଉପରେ ଚଢିଯାଇଥିଲା।

Also Read: Lucy Letby case: ନୃଶଂସ ନର୍ସ! ଚତୁର୍ଥ ପ୍ରୟାସରେ ସପ୍ତମ ନବଜାତକୁ ହତ୍ୟା, ପରିବାରକୁ...

ରେସ୍ତୋରାଁ ମାଲିକ ସୁଶାନ୍ତ କସ୍ୟପ ଏନେଇ ପ୍ରେମ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନାଧିକାରୀ ମେହେର ସିଂହ ଏକ ମାମଲା ରୁଜୁ କରିବା ସହ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି। ତେବେ ଉପଯୁକ୍ତ ଧାରାରେ ମାମଲା ରୁଜୁ କରାଯାଇଥିବା ପୋଲିସ କହିଛି। ଗୁରୁବାର ସକାଳେ ଅମିତ ସକ୍ସେନାଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଯାଇଛି। ତେବେ ତାଙ୍କ ବିରୋଧରେ କେଉଁ କେଉଁ ଧାରା ଲାଗିଛି, ତାହା ସ୍ପଷ୍ଟ ହୋଇନାହିଁ। 

ସୁଶାନ୍ତ କସ୍ୟପଙ୍କ କହିବା ହେଲା, ସେ ଜଣେ ବିଜେପି କର୍ମୀ। ଅମିତ ରାତି ପ୍ରାୟ ସାଢେ ୧୦ରେ ରେସ୍ତୋରାରେ ଭଙ୍ଗାରୁଜା କରିବା ସହ ଷ୍ଟାଫଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଏହା ପରେ ସେ ମନ୍ତ୍ରୀଙ୍କୁ ଫୋନ କରିଥିଲେ। କିନ୍ତୁ କୌଣସି ପ୍ରତିକ୍ରିୟା ନମିଳିବାରୁ ମନ୍ତ୍ରୀଙ୍କ ଘରକୁ ଯାଇଥିଲେ। ମନ୍ତ୍ରୀ ଶୋଇଯାଇଥିବା କହି ତାଙ୍କୁ ଗୁରୁବାର ସକାଳେ ଆସିବାକୁ କର୍ମଚାରୀ କହିଥିଲେ।  

Also Read: Study on Smoking: ପରିବେଶ ନୁହଁ ପରିବାର ପାଇଁ ବି ବିପଦ ଧୂମପାନ, Non-smokersଙ୍କୁ ହୋଇଥାଏ ଏହି ରୋଗ

ଅମିତ ସକ୍ସେନା ହେଉଛନ୍ତି ଯୋଗୀ ସରକାରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଥିବା ଅରୁଣ ସକ୍ସେନାଙ୍କ ପୁତୁରା। ଅରୁଣ ସକ୍ସେନା, ବରେଲିରୁ ଦୁଇ ଦୁଇ ଥର ବିଧାୟକ ହୋଇଛନ୍ତି। ପ୍ରଥମ ଥର ୨୦୧୨ ଓ ତାପରେ ୨୦୧୭ରେ ବିଜେପି ଟିକଟରେ ବିଜୟ ହୋଇଥିଲେ। ଗତ ମାର୍ଚ୍ଚ ମାସରେ ଅରୁଣ, ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। 

ସୂଚନାଯୋଗ୍ୟ, ଗତ ବର୍ଷ ଅକ୍ଟୋବରରେ ଲକ୍ଷ୍ମୀମପୁର ଖେରୀରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା, ଆନ୍ଦୋଳନରତ କୃଷକଙ୍କ ଉପରେ ଗାଡି ଚଢାଇଦେଇଥିଲେ। ଫଳରେ ଜଣେ ସାମ୍ବାଦିକଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡରେ ଆଉ ତିନି ଜଣ ପ୍ରାଣ ହରାଇଲେ। ଏପରି ଭାବେ ମୋଟ ଆଠ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଶିଷଙ୍କ ବିରୁଦ୍ଧରେ ୩୦୨ ସମେତ ଅନେକ ଧାରା ଲାଗିଛି। 

Read More
{}{}