Hindi News >>Home >>Odisha Sports

'ଧିରେ ଧିରେ ମରୁଛି ଦିନିକିଆ କ୍ରିକେଟ୍', ଜାଣନ୍ତୁ କାହିଁକି ଏପରି ବୟାନ ଦେଲେ ଅଷ୍ଟ୍ରେଲୀୟ ଓପନର

ODI Cricket: ସୋମବାର ଦିନ ଇଂଲଣ୍ଡର ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସ ବିଶ୍ୱ କ୍ରିକେଟକୁ ଚକିତ କରି ହଠାତ୍ ODI କ୍ରିକେଟରୁ ଅବସର ଘୋଷଣା କରି 50 ଓଭର କ୍ରିକେଟ୍ ଉପରେ ବିତର୍କ ସୃଷ୍ଟି କରିଥିଲେ ।

Advertisement
ସାଙ୍କେତିକ ଫଟୋ
Stop
Jagdish Barik|Updated: Jul 22, 2022, 06:58 PM IST

Usman khawaja On ODI Cricket: ଅଷ୍ଟ୍ରେଲିଆ ଟେଷ୍ଟ ଦଳର ଓପନର୍ ଉସମାନ ଖ୍ୱାଜା (Usman Khawaja) କହିଛନ୍ତି, "ବିଶ୍ୱରେ ଟି-୨୦ ଲିଗ୍ ବିସ୍ତାର ଓ ଏକ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ କ୍ୟାଲେଣ୍ଡର ଯୋଗୁଁ ଦିନିକିଆ କ୍ରିକେଟ୍ ଧିରେ ଧିରେ ମୃତ୍ୟୁ ବରଣ କରୁଛି ।"

ଇଂଲଣ୍ଡର ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସ (Ben Stokes) ସୋମବାର ଦିନ ବିଶ୍ୱ କ୍ରିକେଟକୁ ଚକିତ କରି ହଠାତ୍ ODI କ୍ରିକେଟରୁ ଅବସର ଘୋଷଣା ଦିନିକିଆ କ୍ରିକେଟ୍ ଉପରେ ବିତର୍କ ସୃଷ୍ଟି କରିଥିଲେ । ବର୍ତ୍ତମାନ ଖ୍ୱାଜା ମଧ୍ୟ ଏହି ବିତର୍କରେ ସାମିଲ ଦେଇଛନ୍ତି ।

ଉସମାନ ଖ୍ୱାଜା ୨୦୧୩ ରେ ନିଜର ODI ଡେବ୍ୟୁ କରିଥିଲେ ଓ ସେହି ଦିନଠାରୁ ୪୦ ଟି ODI ରେ ଅଷ୍ଟ୍ରେଲିଆକୁ ପ୍ରତିନିଧିତ୍ୱ କରିଥିଲେ । ସେ ଶୁକ୍ରବାର ଦିନ ବ୍ରିସବେନରେ ଗଣମାଧ୍ୟମକୁ କହିଛନ୍ତି, "ମୁଁ ଭାବୁଛି ଦିନିକିଆ କ୍ରିକେଟ୍ ମନ୍ଥର ଗତିରେ ମରୁଛି । ODI ବିଶ୍ୱକପ୍ ମଧ୍ୟ ଅଛି, ଯାହା ମୋତେ ଲାଗୁଛି ସତରେ ମଜାଳିଆ ଓ ଉପଭୋଗ୍ୟ ହେବ କିନ୍ତୁ ଏହା ବ୍ୟତୀତ ବ୍ୟକ୍ତିଗତ ଭାବରେ କହିବାକୁ ଗଲେ ମୁଁ ବୋଧହୁଏ ODI କ୍ରିକେଟ୍ ଅଧିକ ପସନ୍ଦ କରେ ନାହିଁ ।

ଖ୍ୱାଜା କହିଛନ୍ତି, "ବର୍ତ୍ତମାନ ସମୟରେ ଲାଗୁଛି ଯେ ଟି-୨୦ବିଶ୍ୱକପ ଯୋଗୁଁ ବାସ୍ତବରେ ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ । କାହାକୁ ବି ଛାଡିବାକୁ ପଡିବ, କାରଣ ଆପଣ ସମସ୍ତ ତିନୋଟି ଫର୍ମାଟକୁ ଏକାଠି ରଖିପାରିବେ ନାହିଁ ଓ ସମସ୍ତ ମ୍ୟାଚ୍ ଖେଳି ପାରିବେ ନାହିଁ । ଆପଣଙ୍କୁ ନିଷ୍ପତ୍ତି ନେବାକୁ ପଡିବ ଓ ଚୟନ କରିବାକୁ ପଡିବ ।"

୩୫ ବର୍ଷୀୟ ଏହି ଖେଳାଳି ମତ ଦେଇଛନ୍ତି ବ୍ୟସ୍ତବହୁଳ ଆନ୍ତର୍ଜାତୀୟ କ୍ୟାଲେଣ୍ଡର ସତ୍ତ୍ୱେ ଟେଷ୍ଟ କ୍ରିକେଟ୍ ଖେଳର ଏକ ଗୁରୁତ୍ୱପୂର୍ଣ୍ଣ ଫର୍ମାଟ୍ ହୋଇ ରହିବ । ସେ କହିଛନ୍ତି, "ଆପଣଙ୍କ ପାଖରେ ଟେଷ୍ଟ କ୍ରିକେଟ୍ ଅଛି, ଯାହା ଶିଖରରେ ଅଛି, ଆପଣଙ୍କ ପାଖେ ଟି-୨୦ କ୍ରିକେଟ୍ ଅଛି, ଯେଉଁଥିରେ ସାରା ବିଶ୍ୱରେ ଲିଗ୍ ଖେଳାଯାଉଛି ଓ ଯାହାଦ୍ୱାରା ଭଲ ମନୋରଞ୍ଜନ ହେଉଛି, ସମସ୍ତେ ଏହାକୁ ଭଲ ପାଆନ୍ତି ଓ ତା’ପରେ ODI କ୍ରିକେଟ୍ ଅଛି ଓ ମୁଁ ଭାବୁଛି ଯେ ଏହି ତିନୋଟି ଫର୍ମାଟ ମଧ୍ୟରୁ ଏହା ତିନି ନମ୍ବରରେ ଆସିବ ।"

ଏହା ବି ପଢ଼ନ୍ତୁ: ଶାରୀରିକ ସମ୍ପର୍କ ମାଧ୍ୟମରେ ବିସ୍ତାର କରୁଛି ମଙ୍କିପକ୍ସ? ଗବେଷଣାରେ ହେଲା ବଡ଼ ଖୁଲାସା

ଏହା ବି ପଢ଼ନ୍ତୁ: ଗତ ଦୁଇ ବର୍ଷ ମଧ୍ୟରେ କେତେ ଲୋକ ପାଇଛନ୍ତି ସରକାରୀ ଚାକିରି? ସଂସଦରେ ମନ୍ତ୍ରୀ ଦେଲେ ଏହି ଜବାବ

Read More
{}{}