Hindi News >>Home >>Odisha National-International

ପାକିସ୍ତାନ ଉପରେ ବର୍ଷିଲା ଆମେରିକା, ବାଇଡେନ କହିଲେ ପାକିସ୍ତାନ ଗୋଟିଏ ଖତରନାକ ରାଷ୍ଟ୍ର

ଏହା ପୂର୍ବରୁ ଆମେରିକା ଭାରତ ଓ ପାକିସ୍ତାନକୁ ନେଇ ବଡ଼ ବୟାନ ଦେଇଥିଲେ। ହ୍ୱାଇଟ ହାଉସର ଅଧିକାରୀମାନେ କହିଥିଲେ କି ଆମେରିକା, ଭାରତ ଓ ପାକିସ୍ତାନ ଉଭୟ ଦେଶକୁ ଭିନ୍ନ ଭିନ୍ନ ଦୃଷ୍ଟିରେ ଦେଖିଥାଏ।

Advertisement
ପାକିସ୍ତାନ ଉପରେ ବର୍ଷିଲା ଆମେରିକା, ବାଇଡେନ କହିଲେ ପାକିସ୍ତାନ ଗୋଟିଏ ଖତରନାକ ରାଷ୍ଟ୍ର
Stop
Prabhudatta Moharana|Updated: Oct 15, 2022, 02:38 PM IST

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଆଗରେ ପାକିସ୍ତାନର (Pakistan) ମୁଖା ଖୋଲି ଦେଇଛି ଆମେରିକା (USA)। ପାକିସ୍ତାନ (Pakistan) ଉପରେ ବର୍ଷିଛି ଆମେରିକା (USA)। ଆମେରିକାର ରାଷ୍ଟ୍ରପତି (USA President) ଜୋ ବାଇଡେନ (Joe Biden) ପାକିସ୍ତାନକୁ (Pakistan) ସବୁଠାରୁ ଘାତକ ରାଷ୍ଟ୍ର ଭାବେ ବର୍ଣ୍ଣନା କରିଛନ୍ତି। ଡେମୋକ୍ରାଟିକ କଂଗ୍ରେସର ଅଭିଯାନ ସମିତିର ସ୍ୱାଗତ ସମାରୋହରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି କି ମୋତେ ଲାଗୁଛି କି ପାକିସ୍ତାନ ଦୁନିଆର ସବୁଠାରୁ ଘାତକ ରାଷ୍ଟ୍ର। ବାଇଡେନ ଆହୁରି ମଧ୍ୟ କହିଥିଲେ କି ପାକିସ୍ତାନ ନିକଟରେ ପରମାଣୁ ହତିଆର ରହିଛି। 

ତେବେ ଏହା ପୂର୍ବରୁ ଆମେରିକା ଭାରତ ଓ ପାକିସ୍ତାନକୁ ନେଇ ବଡ଼ ବୟାନ ଦେଇଥିଲେ। ହ୍ୱାଇଟ ହାଉସର ଅଧିକାରୀମାନେ କହିଥିଲେ କି ଆମେରିକା, ଭାରତ ଓ ପାକିସ୍ତାନ ଉଭୟ ଦେଶକୁ ଭିନ୍ନ ଭିନ୍ନ ଦୃଷ୍ଟିରେ ଦେଖିଥାଏ। ଉଭୟ ରାଷ୍ଟ୍ରକୁ ସ୍ୱତନ୍ତ୍ର ଢଙ୍ଗରେ ଆମେରିକା ଦେଖିଥାଏ। ବାଇଡେନ ପ୍ରଶାସନର ଏହି ବିବୃତ୍ତି ଏଭଳି ସମୟରେ ଆସିଛି ଯେତେବେଳେ ଆମେରିକା ଯୋଗାଉଥିବା ଅର୍ଥକୁ ଭାରତ ବିରୋଧ କରିଥିଲା। ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବିରୋଧ କରି କହିଥିଲେ କି ଆମେରିକା ଦ୍ୱାରା ପ୍ରସ୍ତୁତ ଏଫ-୧୬ ସୁରକ୍ଷା ଓ ସହାୟତା ବାବଦରେ ଦିଆଯାଉଥିବା ଅର୍ଥକୁ ପାକିସ୍ତାନ ଆତଙ୍କୀ କାର୍ଯ୍ୟକଳାପରେ ଖର୍ଚ୍ଚ କରୁଛି। 

ଜୟଶଙ୍କର ଆହୁରି ମଧ୍ୟ କହିଥିଲେ କି କେହି କହିପାରିବେ କି ପାକିସ୍ତାନର ଏହି ଏଫ୧୬ ଲଢୁଆ ବିମାନ କେଉଁଠାରେ ବ୍ୟବହାର ହେଉଛି କହିପାରିବେ କି। ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଚାଲିଥିବା ବେଳେ ଜୟଶଙ୍କର କହିଥିଲେ କି ଆପଣ ଏଭଳି ପ୍ରଶ୍ନ କରି କାହାକୁ ମୁର୍ଖ କହିପାରିବେ ନାହିଁ। ବିଗତ ଦିନ ଗୁଡ଼ିକରେ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ସ୍ୱତନ୍ତ୍ର ଅଧିବେଶନ ସମୟରେ  ପାକିସ୍ତାନ ପୁନର୍ବାର କାଶ୍ମୀର ପ୍ରସଂଗ ଉଠାଇ ସମାଲୋଚିତ ହୋଇଥିଲା। ଏହି ସମୟରେ ପାକିସ୍ତାନକୁ ଜୋରଦାର ସମାଲୋଚନା କରିଥିଲା ଆମେରିକା। 

ସୂଚନାଯୋଗ୍ୟ ମୋଦି ଗତ ମେ ମାସରେ ବାଇଡେନକୁ ଭେଟି ଭାରତ ଓ ଆମେରିକା ସମ୍ପର୍କ ମଧ୍ୟରେ ଆଲୋଚନା କରିଥିଲେ। ମୋଦି କହିଥିଲେ କି ଭାରତ ଓ ଆମେରିକାର ସଂପର୍କ ଅଦ୍ୱିତୀୟ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ସଂପର୍କ ନେଇ ଆଲୋଚନା ବେଳେ ଏହା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମର ବାଣିଜ୍ୟ ଓ ନିବେଶ ସଂପର୍କରେ ବୃଦ୍ଧି ଘଟିଛି । ତେବେ ଆମେରିକା ନିବେଶ ପ୍ରୋତ୍ସାହନ ଚୁକ୍ତିନାମା ଚୂଡ଼ାନ୍ତ ହେଲେ ଏଥିରେ ଆହୁରି ଠୋସ୍ ଅଗ୍ରଗତି ଦେଖିବାକୁ ମିଳିବ ବୋଲି ମୋଦି ଆଶା ପ୍ରକଟ କରିଥିଲେ । ଟୋକିଓରେ ମୋଦି ଓ ବାଇଡେନଙ୍କ ମଧ୍ୟରେ ପ୍ରତିରକ୍ଷା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା ।

ଅନ୍ୟପଟେ ଏହି ଅବସରରେ ବାଇଡେନ୍ କହିଛନ୍ତି, ଆମେରିକା-ଭାରତ ସହଭାଗିତାକୁ ମୁଁ ପୃଥିବୀର ସବୁ ସହଭାଗିତାଠୁ ନିକଟତମ ଓ ଦୃଢ଼ କରିବାକୁ ପ୍ରତିଶ୍ରୁତିବଦ୍ଧ । ରୁଷ-ୟୁକ୍ରେନ୍ ଯୁଦ୍ଧର କୁପ୍ରଭାବର ପ୍ରଶମନ ପାଇଁ ଭାରତ-ଆମେରିକା ପରସ୍ପର ସହ ପରାମର୍ଶ ଆଦାନ ପ୍ରଦାନ ଜାରି ରଖିବ ବୋଲି ବାଇଡେନ୍ ସୂଚନା ଦେଇଛନ୍ତି ।

Read More
{}{}