Hindi News >>Home >>Odisha National-International

Shocking News: ଚୀନ ବେଲୁନ ମାରି ଖସାଇଦେଲା ଆମେରିକା, ଜାଣନ୍ତୁ କାରଣ...

American Action Against Chinese Spy Balloon:  ପ୍ରଥମେ ଚୀନ ବେଲୁନ ଆମେରିକୀୟ ନ୍ୟୁକ୍ଲିୟାର ସାଇଟ ଠାରେ ଦୃଶ୍ୟମାନ ହୋଇଥିଲା। ପରେ ଏହି ବେଲୁନ ଲାଟିନ୍ ଆମେରିକା ଠାରେ ମଧ୍ୟ ଦେଖାଯାଇଥିଲା। ଚୀନ ବେଲୁନ୍ ଉପରେ ଆମେରିକା ସତର୍କ ନଜର ରଖିଥିଲା। ବେଲୁନ୍ ମାଧ୍ୟମରେ ଚୀନ୍ ଗୁପ୍ତଚର କାମ କରୁଥିବା ଦାବି କରିଥିଲା ଆମେରିକୀୟ ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ୍‌।  

Advertisement
Shocking News:  ଚୀନ ବେଲୁନ ମାରି ଖସାଇଦେଲା ଆମେରିକା, ଜାଣନ୍ତୁ କାରଣ...
Stop
Zee Odisha Desk|Updated: Feb 05, 2023, 09:48 PM IST

America Shot Down Chinese Spy Balloon: ଚୀନ୍‌ର ଗୁପ୍ତଚର ବେଲୁନ୍‌ ବିରୋଧରେ ଆମେରିକା ଗ୍ରହଣ କରିଛି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନେତୃତ୍ୱାଧିନ ପ୍ରଶାସନ ଦେଶର କାରୋଲିନା ଉପକୂଳ ନିକଟରେ ଚୀନ ଗୁପ୍ତଚର ବେଲୁନ୍ ମାରି ଖସାଇ ଦେଇଛନ୍ତି। ଏହି ବେଲୁନ ଉପରେ ଆମେରିକା ସଶସ୍ତ୍ର ବାହିନୀର F-22 ଯୁଦ୍ଧ ବିମାନରୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଚୀନ ଗୁପ୍ତଚର ବେଲୁନ୍‌ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ରାଷ୍ଟ୍ରପତି ବାଇଡେନ ଆମେରିକୀୟ ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ୍‌ ଉଦ୍ଦେଶ୍ୟରେ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଥମେ ଚୀନ ଗୁପ୍ତଚର ବେଲୁନ ଆମେରିକୀୟ ନ୍ୟୁକ୍ଲିୟାର ସାଇଟ ଠାରେ ଦୃଶ୍ୟମାନ ହୋଇଥିଲା। ପରେ ଏହି ବେଲୁନ ଲାଟିନ୍ ଆମେରିକା ଠାରେ ମଧ୍ୟ ଦେଖାଯାଇଥିଲା। ଚୀନ ବେଲୁନ୍ ଉପରେ ଆମେରିକା ସତର୍କ ନଜର ରଖିଥିଲା। ବେଲୁନ୍ ମାଧ୍ୟମରେ ଚୀନ୍ ଗୁପ୍ତଚର କାମ କରୁଥିବା ଦାବି କରିଥିଲା ଆମେରିକୀୟ ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ୍‌।

ନ୍ୟୁଜ ଏଜେନ୍ସି ଏପି ଅନୁଯାୟୀ ଚୀନ୍ ବେଲୁନ୍ ମାରି ଖସାଇ ଦିଆଯାଇଥିବା ନେଇ ଆମେରିକା ସ୍ପଷ୍ଟ କରିଛି। ଆମେରିକୀୟ ବାୟୁସେନା ଯୁଦ୍ଧ ବିମାନ F-22 ଏହି ଗୁପ୍ତଚର ବେଲୁନ୍‌ ମାରି ଖସାଇଛି। ଆମେରିକା ପ୍ରତିରକ୍ଷା ସଚିବଙ୍କ ବିବୃତ୍ତି ଅନୁଯାୟୀ ଯୁଦ୍ଧ ବିମାନ ଯୁଦ୍ଧ ବିମାନ F-22 ଦେଶର ଦକ୍ଷିଣ କାରୋଲିନା ଉପକୂଳରେ ଚୀନ ବେଲୁନ୍‌ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରି ଏହାକୁ ମାରି ଖସାଇ ଦେଇଥିଲା। ଏହି କାର୍ଯ୍ୟାନୁଷ୍ଠାନ ପରେ ଉପକୂଳରୁ ଆବର୍ଜନା ହଟାଇବା ପାଇଁ ଅଭିଯାନ ଜାରି ରହିଛି। 

ଆମେରିକାର ବିରୋଧୀ ଦଳର ନେତା ଜେମ୍ସ କୋମର ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ଏହି ବେଲୁନ ମଧ୍ୟରେ କୌଣସି ଜୈବ ହତିଆର ରହିଥିଲା? ଦେଶରେ କ୍ଷମତାସୀନ ବାଇଡେନ ପ୍ରଶାସନ ବିରୋଧରେ ବର୍ଷି ବିରୋଧୀ ଦଳ ନେତା କହିଛନ୍ତି ଏହି ବେଲୁନ୍ କିପରି ଆମେରିକା ସୀମାରେ ପ୍ରବେଶ କଲା? ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡା ଠାରେ କାର୍ଯ୍ୟ କରୁଥିବା ଉତ୍ତର ଆଟଲାଣ୍ଟିକ୍ ଏରୋସ୍ପେସ୍ ଡିଫେନ୍ସ କମାଣ୍ଡ ଏବଂ ଆମେରିକାର ଉତ୍ତର କମାଣ୍ଡ ଏହା ଉପରେ ନଜର ରଖିଥିଲେ। NORAD  ପୂର୍ବରୁ ଏହାକୁ ବେସାମରିକ ଏବଂ ସାମରିକ ବିମାନ ପାଇଁ କୌଣସି ବିପଦ ଭାବେ ଗ୍ରହଣ କରିନଥିଲା।

ନିଜ ଦେଶର ବାୟୁ ସୀମା ମଧ୍ୟରେ  ଗୁପ୍ତଚର ବେଲୁନ୍ ଦେଖାଯିବା ପରେ ଆମେରିକୀୟ ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ତାଙ୍କର ଚୀନ୍ ଗସ୍ତ ବାତିଲ କରିଛନ୍ତି। ଚୀନ ଗୁପ୍ତଚର ବେଲୁନ୍ ଉପରେ ପ୍ରତିକ୍ରିୟା ରଖି ଆମେରିକୀୟ ବୈଦେଶିକ ସଚିବ କହିଥିଲେ ଯେ ଏହା ଆମରିକାର ସାର୍ବଭୌମତ୍ୱର ସ୍ପଷ୍ଟ ଉଲ୍ଲଂଘନ। ହ୍ୱାଇଟ ହାଉସ ପ୍ରେସ ସଚିବ କାରାଇନ୍ ଜୀନ-ପିଆରେ କହିଛନ୍ତି ଯେ ରାଷ୍ଟ୍ରପତି ବାଇଡେନଙ୍କୁ ଗୁପ୍ତଚର ବେଲୁନ୍ ସମ୍ପର୍କରେ ଜାନୁଆରୀ ୩୧ ତାରିଖ ମଙ୍ଗଳବାର ଜଣାଇ ଦିଆଯାଇଥିଲା। ଏହି ମାମଲାରେ ଜାତୀୟ ସୁରକ୍ଷା ଦଳ ସହ ନିରନ୍ତର ଯୋଗାଯୋଗରେ ରହି ଖବର ନେଉଥିଲେ ରାଷ୍ଟ୍ରପତି।  

କଥିତ ଗୁପ୍ତଚର ବେଲୁନ୍ ସମ୍ବନ୍ଧରେ ଆମେରିକା ପକ୍ଷରୁ କରାଯାଉଥିବା ଦାବି ଉପରେ ଜବାବ ରଖିଛି ଚୀନ୍। ଏନେଇ ପ୍ରତିକ୍ରିୟା ରଖି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନେତୃତ୍ୱାଧିନ ସରକାର କହିଛନ୍ତି ଯେ ଏହା ଏକ ସିଭିଲ ବେଲୁନ୍। ଯାହା ପାଣିପାଗ ସମ୍ବନ୍ଧୀୟ ଅନୁସନ୍ଧାନ କାର୍ଯ୍ୟ ପାଇଁ ବ୍ୟବହୃତ ହେଉଛି। ଏହି ବେଲୁନ ଆମେରିକାର ଆକାଶ ମାର୍ଗରେ ବିପଥଗାମୀ ହୋଇଯାଇଛି। ଚୀନ୍‌ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଆମେ କୌଣସି ସାର୍ବଭୌମ ଦେଶର କୌଣସି ଅଞ୍ଚଳ କିମ୍ବା ଆକାଶ ସୀମାକୁ ଉଲ୍ଲଂଘନ କରିନାହୁଁ। ଚୀନ୍‌କୁ ବଦନାମ କରିବା ପାଇଁ ଆମେରିକା ଏହି ଘଟଣାକୁ ଅତିରଞ୍ଜିତ କରି ଉପସ୍ଥାପନ କରିଛି। ଚୀନ ଏହାକୁ ବିରୋଧ କରୁଛି। 

Read More
{}{}