Hindi News >>Home >>Odisha National-International

Munawwar Rana: ବିଶିଷ୍ଟ ଉର୍ଦ୍ଦୁ କବିଙ୍କର ଦେହାନ୍ତ, ଶୋକ ଜଣାଇଲେ ଏହି ସବୁ ନେତା

ପ୍ରସିଦ୍ଧ ଉର୍ଦ୍ଦୁ କବି ମୁନାୱାର ରାଣାଙ୍କ ଦେହାନ୍ତ।

Advertisement
Munawwar Rana: ବିଶିଷ୍ଟ ଉର୍ଦ୍ଦୁ କବିଙ୍କର ଦେହାନ୍ତ, ଶୋକ ଜଣାଇଲେ ଏହି ସବୁ ନେତା
Stop
Zee Odisha Desk|Updated: Jan 15, 2024, 10:12 AM IST

Munawwar Rana: ନୂଆଦିଲ୍ଲୀ: ଉର୍ଦ୍ଦୁ ସାହିତ୍ୟ ଜଗତରେ ଖ୍ୟାତି ଅର୍ଜନ କରିଥିବା ପ୍ରସିଦ୍ଧ କବି ମୁନାୱାର ରାଣାଙ୍କର ରବିବାର (ଜାନୁଆରୀ 14) ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ତାଙ୍କୁ ଗତ କିଛି ଦିନ ହେବ ଲକ୍ଷ୍ନୌର PGI ରେ ଭର୍ତ୍ତି କରାଯାଇଥିଲା। ତାଙ୍କର କିଡନୀ ଏବଂ ହୃଦରୋଗ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟା ଥିଲା। ରାଣା ଦେଶର ଲୋକପ୍ରିୟ କବିମାନଙ୍କ ମଧ୍ୟରୁ ଅନ୍ୟତମ ଯିଏକି ଉଭୟ ହିନ୍ଦୀ ଏବଂ ଉର୍ଦ୍ଦୁ ଭାଷାରେ କବିତା ରଚନା କରିପାରିଥିଲେ। ତେବେ ତାଙ୍କ ମୃତ୍ୟୁରେ ସାହିତ୍ୟ ଜଗତ ଏକପ୍ରକାର ସ୍ତବ୍ଧ ହୋଇଯାଇଥିଲା। ତାଙ୍କ ମୃତ୍ୟୁ ଅଖିଳେଶ ଯାଦବଙ୍କ ଠାରୁ ବରିଷ୍ଠ ନେତାଗଣ ଶୋକ ବ୍ୟକ୍ତ କରିଛନ୍ତି। 

ଶ୍ରୀ ରାଣାଙ୍କର ମୃତ୍ୟୁରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଶୋକ ପ୍ରକାଶ କରିଛନ୍ତି।ସେ ସୋସିଆଲ ମିଡିଆରେ ଲେଖିଥିଲେ ଦେଶର ଜଣାଶୁଣା କବି ମୁନାୱାର ରାଣା ଜୀଙ୍କର ଦେହାନ୍ତ ଅତ୍ୟନ୍ତ ହୃଦୟ ବିଦାରକ। ଦିବଂଗତ ଆତ୍ମାର ସଦଗତି ଓ ଶାନ୍ତି କାମନା କରୁଛି। ହୃଦୟରୁ ଶ୍ରଦ୍ଧାଞ୍ଜଳି।

ସେହିପରି କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଇମରାନ ପ୍ରତାପଗଡି କବିଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି। ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ମୁନାୱାର ରାଣାଙ୍କ ଏକ କବିତା ସହିତ ବିଦାୟ ମୁନାୱାର ସାହାବ। ଆପଣଙ୍କ ଏଭଳି ଦେହାନ୍ତ ସାହିତ୍ୟ ଜଗତର ଏକ ବଡ଼ କ୍ଷତି ବୋଲି ଉଲ୍ଲେଖ କରିଛନ୍ତି। ସେ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ଅଛନ୍ତି। ଆପଣଙ୍କ ଦେହାନ୍ତ ଖବର ଶୁଣି ଅତ୍ୟନ୍ତ ଦୁଃଖିତ ବୋଲି ଶ୍ରୀ ପ୍ରତାପଗଡ଼ି ଲେଖିଛନ୍ତି। 

କଂଗ୍ରେସ ମଧ୍ୟ ଶୋକ ବ୍ୟକ୍ତ କରିଛି। କଂଗ୍ରେସ ପକ୍ଷରୁ କୁହାଯାଇଛି କି ପ୍ରସିଦ୍ଧ କବି ମୁନାୱାରଙ୍କ ମୃତ୍ୟୁ ନିଶ୍ଚିତ ଭାବେ କଷ୍ଟଦାୟକ। ସାହିତ୍ୟ ତଥା କବିତା ଜଗତର ଏକ ଯୁଗର ଅନ୍ତ ଘଟିଛି। ଭଗବାନ ଦିବଂଗତ ନେତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ। ତାଙ୍କ ପରିବାରକୁ ଏଭଳି ଦୁଃଖ ସହିବାକୁ ଅସିମ ଧୈର୍ଯ୍ୟ ପ୍ରଦାନ କରନ୍ତୁ। ବିନମ୍ର ଶ୍ରଦ୍ଧାଞ୍ଜଳୀ ବୋଲି କଂଗ୍ରେସ ତାର ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛି। 

ସେହିପରି କବି କୁମାର ବିଶ୍ୱାସ ମଧ୍ୟ ମୁନାୱାର ରାଣାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କୁମାର ବିଶ୍ୱାସ ତାଙ୍କ ପୋଷ୍ଟରେ କହିଛନ୍ତି ଯେ 'ମୁନାୱର ରାଣା ଆଉ ନାହାଁନ୍ତି। ତାଙ୍କ ଜୀବନର ଶେଷ ଦଶନ୍ଧିରେ ତାଙ୍କ ସହିତ ଗୁରୁତର ମତଭେଦ ଥିଲା। କିନ୍ତୁ କବି-ସମ୍ମିଳନୀ ଯାତ୍ରାର ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କ ସହ ମଞ୍ଚରେ ଅନେକ ସମୟ ବିତାଇଛି। ସେହି ସମସ୍ତ ସ୍ମୃତି ସହିତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ତାଙ୍କ ପରିବାରକୁ ଶକ୍ତି ପ୍ରଦାନ କରିବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ଓମ୍ ଶାନ୍ତି ଓମ୍ ବୋଲି କୁମାର ବିଶ୍ୱାସ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି। 

Read More
{}{}