Hindi News >>Home >>Odisha National-International

Russia Ukraine War: ଋଷୀୟ ସୈନିକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲା ୟୁକ୍ରେନ, ପଢନ୍ତୁ ପୁରା ରିପୋର୍ଟ

Ukraine Allegations Against Russian Army: ଯୁଦ୍ଧ ଜାରି ରହିଥିବା ବେଳେ  ଋଷୀୟ ସୈନିକଙ୍କ ଯୌନ ହିଂସାର ଅଭିଯୋଗ ଆଣିଛି ୟୁକ୍ରେନ। ଅନ୍ୟପଟେ ୟୁକ୍ରେନ ପକ୍ଷରୁ ଅଣାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛି ଋଷିଆ।  

Advertisement
Russia Ukraine War: ଋଷୀୟ ସୈନିକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲା ୟୁକ୍ରେନ, ପଢନ୍ତୁ ପୁରା ରିପୋର୍ଟ
Stop
Zee Odisha Desk|Updated: Mar 14, 2023, 09:45 PM IST

Ukraine Accuses Russian Soldiers Of Abusing Child and Gang Raping Mother: ପ୍ରାୟ ବର୍ଷେ କାଳରୁ ଉର୍ଦ୍ଧ୍ୱ ସମୟ ଧରି ଜାରି ରହିଛି ଋଷିଆ-ୟୁକ୍ରେନ ଯୁଦ୍ଧ। ଯୁଦ୍ଧ ଜାରି ରହିଥିବା ସମୟରେ ଋଷୀୟ ସୈନିକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛି ୟୁକ୍ରେନ। ଅଭିଯୋଗ ଆଣି ୟୁକ୍ରେନ ପକ୍ଷରୁ କୁହାଯାଇଛି ୨ ଜଣ ଋଷୀୟ ସୈନିକଙ୍କୁ ଜଣେ ୪ ବର୍ଷର ନାବାଳିକାକୁ ଯୌନ ନିର୍ଯାତନା ଦେବା ଏବଂ ତାହାର ବାପାଙ୍କ ସାମ୍ନାରେ ବନ୍ଧୁକ ମୁନରେ ତାହାର ମାଆକୁ ବଳାତ୍କାର କରିଛନ୍ତି। 

ଗୋଟିଏ ପଟେ ଯୁଦ୍ଧ ଜାରି ରହିଥିବା ବେଳେ ଅନ୍ୟପଟେ ଋଷୀୟ ସୈନିକଙ୍କ ପକ୍ଷରୁ ଯୌନ ଅପରାଧ କରାଯାଉଥିବାର ୟୁକ୍ରେନ ପକ୍ଷରୁ ଅଭିଯୋଗ କରାଯାଇଛି। ୟୁକ୍ରେନ କହିବା ଅନୁଯାୟୀ, ଗତ ବର୍ଷ ମାର୍ଚ୍ଚରେ ରାଜଧାନୀ କୀଭ ନିକଟସ୍ଥ ବ୍ରୋଭାରୀ ଜିଲ୍ଲାର ଚାରୋଟି ଘରେ ୧୫ତମ ସେପାରେଟ ମୋଟରାଇଜଡ୍ ରାଇଫଲ୍ ବ୍ରିଗେଡ୍ର ଋଷୀୟ ସୈନିକ ଯୌନ ଅପରାଧ ଭଳି କାଣ୍ଡ ଭିଆଇଥିଲେ। ୟୁକ୍ରେନ ପକ୍ଷରୁ କରାଯାଇଥିବା ଅଭିଯୋଗ ଉପରେ ଋଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ। 

ୟୁକ୍ରେନ ପକ୍ଷରୁ କୁହାଯାଇଛି ୨୪ ଫେବୃଆରୀ ଆକ୍ରମଣ ପରେ ରାଜଧାନୀ କୀଭ ସହରକୁ ଦଖଲ କରିବାରେ ଋଷିଆ ବିଫଳ ହେବା ପରେ ଋଷୀୟ ସୈନିକ କିଛି ଦିନ ପରେ ବ୍ରୋଭାରୀ ଜିଲ୍ଲାରେ ପ୍ରବେଶ କରିଥିଲେ। ବ୍ରୋଭାରୀ ଠାରେ ପ୍ରବେଶ କରିବା ପରେ ଋଷୀୟ ସୈନିକ ଲୁଣ୍ଠନ କରିବା ସହ ବିଭିନ୍ନ ଯୌନ ଅପରାଧ ଘଟାଇଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସ୍ଥାନୀୟ ଲୋକଙ୍କୁ ଆତଙ୍କିତ କରିବା ପାଇଁ ଏକ ସୁଚିନ୍ତିତ କୌଶଳ ଭାବରେ ଋଷିଆ ସେନା ଏଭଳି କାମ କରିଥିଲା। ଏହି କାମ ପାଇଁ ସେମାନେ ପୂର୍ବରୁ ମହିଳାଙ୍କୁ ଏକାଠି କରୁଥିଲେ। ସେମାନଙ୍କର କାର୍ଯ୍ୟକଳାପ ଉପରେ ନଜର ରଖିଥିଲେ। 

ଏହି ତଥ୍ୟ ସେହି ମହିଳାଙ୍କ ପକ୍ଷରୁ ପ୍ରଦାନ କରାଯାଇଛି। ଯେଉଁମାନେ ଋଷିଆ ସେନା ଦ୍ୱାରା କଥିତ ରୂପେ କରାଯାଇଥିବା ଯୌନ ଅପରାଧ ଘଟଣାର ସାମ୍ନା କରିଥିଲେ କିମ୍ବା ଏହାର ପ୍ରତ୍ୟେକ୍ଷଦର୍ଶୀ ହୋଇଥିଲେ।  ଏନେଇ ହୋଇଥିବା ଅଭିଯୋଗରେ କୁହାଯାଇଛି ଏଭଳି ଘଟଣା ୧୩ ମାର୍ଚ୍ଚରେ ଘଟିଥିଲା। ଯେତେବେଳେ ଋଷୀୟ ସୈନିକ ମଦ୍ୟପାନ କରି ଏକ ପରିବାର ରହୁଥିବା ଘର ଭିତରେ ପଶିଥିଲେ। ସେତେବେଳେ ସେମାନେ ସେହି ନାବାଳିକର ପିତାଙ୍କୁ ମାଡ଼ ମାରିଥିଲେ। ଏହା ପରେ ସେମାନେ ନାବାଳିକାର ମାଆକୁ ତାହାର ପିତା ଆଗରେ ଦୁଷ୍କର୍ମ କରିଥିଲେ। ଏତିକରେ ଅଟକି ଯାଇନଥିଲେ ଋଷୀୟ ସୈନିକ। ସୈନିକ ସେହି ନାବାଳିକ ସହ ଦୁର୍ବ୍ୟବହାର କରିଥିଲେ।   

ଋଷୀୟ ରାଷ୍ଟ୍ରପତି ଭ୍ଲାଦମିର ପୁତିନଙ୍କ ସରକାର ଯିଏ, ୟୁକ୍ରେନ ଠାରେ ପାଶ୍ଚାତ୍ୟ ଦେଶ ସମର୍ଥିତ "ନବ-ନାଜି" ବିରୋଧରେ ଲଢେଇ କରୁଥିବାର କହୁଛି, ସେହି ସରକାର ବାରମ୍ବାର ଏହି ଅତ୍ୟାଚାର ଅଭିଯୋଗକୁ ଅସ୍ୱୀକାର କରିଆସୁଛି। ଏହା ମଧ୍ୟ ଅସ୍ୱୀକାର କରିଛି ଯେ ଏହାର ସାମରିକ କମାଣ୍ଡୋ ସୈନିକଙ୍କ ଦ୍ୱାରା କରାଯାଇଥିବା ଯୌନ ହିଂସା ବିଷୟରେ ଅବଗତ ଅଛନ୍ତି। ଯୌନ ଅପରାଧରେ ସାମିଲ ରହିଥିବା ଦୁଇ ଜଣ ସୈନିକଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିସାରିଛି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ୟେଭେଗେନି ଚେର୍ନୋକନିଜ୍ନି। ଋଷୀୟ ସୈନିକ ୟେଭେଗେନି ଚେର୍ନୋକନିଜ୍ନି ଋଷିଆ ଫେରି ଯାଇଥିବା ବେଳେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇସାରିଛି। 

 

Read More
{}{}