Hindi News >>Home >>Odisha National-International

Ujjain: ପ୍ରସାଦ ବନାଇବାକୁ ନେଇ ସୃଷ୍ଟି ହେଲା ହଙ୍ଗାମା, ମନ୍ଦିର ପୂଜାରୀଙ୍କୁ ଧମକ ଦେଲେ ବିଜେପି କର୍ପୋରେଟର

Ujjain Hanuman Mandir News:  ହନୁମାନ ଅଷ୍ଟମୀ ପର୍ବ ଲାଗି ପ୍ରସାଦ ତିଆରି କରିବାକୁ ନେଇ ସୃଷ୍ଟି ହୋଇଛି ହଙ୍ଗାମା। ସ୍ଥାନୀୟ ବିଜେପି କର୍ପୋରେଟର ସୁରେନ୍ଦ୍ର ମେହେର ମୁସଲିମଙ୍କ ଦ୍ୱାରା ପ୍ରସାଦ ତିଆରି ବନ୍ଦ କରିବାକୁ କହିବା ସହ ଦକ୍ଷିଣ ମୁଖୀ ବଳବୀର ହନୁମାନ ମନ୍ଦିର ପୂଜକଙ୍କୁ ଧମକ ଦେଇଛନ୍ତି।

Advertisement
Ujjain: ପ୍ରସାଦ ବନାଇବାକୁ ନେଇ ସୃଷ୍ଟି ହେଲା ହଙ୍ଗାମା, ମନ୍ଦିର ପୂଜାରୀଙ୍କୁ ଧମକ ଦେଲେ ବିଜେପି କର୍ପୋରେଟର
Stop
Zee Odisha Desk|Updated: Dec 17, 2022, 09:46 PM IST

Lord Hanumans Prasad: ଗତ ଶୁକ୍ରବାର ସମଗ୍ର ଦେଶରେ ଆନନ୍ଦ ଉଲ୍ଲାସର ପାଳିତ ହୋଇଯାଇଛି ହନୁମାନ ଅଷ୍ଟମୀ। ହେଲେ ଏହି ଅବସରରେ ବାବା ମହାକାଳଙ୍କ ନଗରୀ ଉଜ୍ୱୈନ ସହରରେ ହନୁମାନ ଅଷ୍ଟମୀ ପର୍ବ ଲାଗି ପ୍ରସାଦ ତିଆରି କରିବାକୁ ନେଇ ସୃଷ୍ଟି ହୋଇଛି ହଙ୍ଗାମା। ସ୍ଥାନୀୟ ଦକ୍ଷିଣ ମୁଖୀ ବଳବୀର ହନୁମାନ ମନ୍ଦିର ଅଞ୍ଚଳର ବିଜେପି କର୍ପୋରେଟର ସୁରେନ୍ଦ୍ର ମେହେର ଜଣେ ମୁସଲିମଙ୍କ ଦ୍ୱାରା ପ୍ରସାଦ ତିଆରି ବନ୍ଦ କରିବାକୁ କହିବା ସହ ପୂଜକଙ୍କୁ ଧମକ ଦେଇଛନ୍ତି। ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଲୋକେ ତାତି ଉଠିଛନ୍ତି। ବର୍ତ୍ତମାନ ଏହି ମାମଲା ପୋଲିସ ପାଖରେ ପହଞ୍ଚିଛି। 

ଉଜ୍ୱୈନ ନଗର ନିଗମର ୩୭ ନମ୍ବର ୱାର୍ଡ କର୍ପୋରେଟର ହେଉଛନ୍ତି ସୁରେନ୍ଦ୍ର ମେହେର। ଅଭିଯୋଗ ହୋଇଛି ଯେ ବିଜେପି କର୍ପୋରେଟର ସୁରେନ୍ଦ୍ର ମେହେର ଜଣେ ମୁସଲିମଙ୍କ ଦ୍ୱାରା ପ୍ରସାଦ ତିଆରି ହେବାକୁ ରୋକିବା ସହ ଦକ୍ଷିଣ ମୁଖୀ ବଳବୀର ହନୁମାନ ମନ୍ଦିର ପୂଜକ ମନୀଷ ପେଡୱାଙ୍କୁ ମଧ୍ୟ ଧମକ ଦେଇଛନ୍ତି। ପୁରୋହିତ ଅଭିଯୋଗ କରିଛନ୍ତି କର୍ପୋରେଟର ମୁସଲିମଙ୍କ ଦ୍ୱାରା ପ୍ରସାଦ ତିଆରି ନକରିବାକୁ କହିଛନ୍ତି। ଏହା ଧମକ ଦେଇଛନ୍ତି ମୁସଲିମଙ୍କ ଦ୍ୱାରା ପ୍ରସାଦ ତିଆରି ବନ୍ଦ ନହୁଏ, ତାହେଲେ ମୁଁ ହିନ୍ଦୁ ସଙ୍ଗଠନକୁ ଆଣି ଜବାବ ଦେବି। 

Also Read: Ayodhya: ମହାପ୍ରସାଦ ପାଇଁ ମହାଭାରତ, ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ-ମୁଖ୍ୟ ପୁରୋହିତ ମୁହାଁମୁହିଁ

ମନ୍ଦିର ପୂଜକ ମନୀଷ ପେଡୱା କହିଛନ୍ତି ଯେ ଗତ ୮ ବର୍ଷ ଧରି ହନୁମାନ ଅଷ୍ଟମୀ ପାଇଁ ମୁସଲିମ କାରିଗରଙ୍କ ଦ୍ୱାରା ପ୍ରସାଦ ପ୍ରସ୍ତୁତ କରାଯାଉଛି। ପ୍ରସାଦ ପ୍ରସ୍ତୁତ କରିବା ପାଇଁ ସେମାନେ ମାତ୍ର ୧୫୦୦ ଟଙ୍କା ନେଉଛନ୍ତି। ହେଲେ ଜଣେ କାରିଗର ଦେଢ କ୍ୱିଣ୍ଟାଲ ପ୍ରସାଦ ପ୍ରସ୍ତୁତ କରିବା ପାଇଁ ୫୦୦୦ ଟଙ୍କା ନେଉଛନ୍ତି। ଏଭଳି ପରିସ୍ଥିତିରେ ପ୍ରସାଦ ପ୍ରସ୍ତୁତ ପାଇଁ ୧୫୦୦ ଟଙ୍କା ନେଉଥିବା ମୁସଲିମ କାରିଗରଙ୍କୁ ନେଇ ଆମର କୌଣସି ଅଭିଯୋଗ ନାହିଁ। ହେଲେ ବର୍ତ୍ତମାନ କିଛି ଲୋକ ହଙ୍ଗାମା ସୃଷ୍ଟି କରିବାକୁ ଆସିଛନ୍ତି। ଆମକୁ ପୋଲିସ ସୁରକ୍ଷା ପ୍ରଦାନ କରାଯାଉ। ଯାହା ଦ୍ୱାରା  ହନୁମାନ ଅଷ୍ଟମୀ ମହୋତ୍ସବ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଇପାରିବ। ବିଗତ ୮ ବର୍ଷ ଧରି ଉଜ୍ୱୈନ ସହରର ତୋପଖାନା ଅଞ୍ଚଳରେ ରହୁଥିବା ମୁସଲିମ କାରିଗର ଶାହୀଦ ଅହମ୍ମଦ ନାଗୋରୀ ବଳବୀର ହନୁମାନ ମନ୍ଦିରରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ଅବସରରେ ପ୍ରସାଦ ପ୍ରସ୍ତୁତି କରିଥାନ୍ତି।  ଏହି କାମ ପାଇଁ ସେ ବହୁ ବର୍ଷ ଧରି ୧୫୦୦ ଟଙ୍କା ନେଉଛନ୍ତି।

ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ବିଜେପି କର୍ପୋରେଟର ସୁରେନ୍ଦ୍ର ମେହେର କହିଛନ୍ତି, "ମୋର ଉଦ୍ଦେଶ୍ୟ କାହାକୁ ଆଘାତ ପହଞ୍ଚାଇବା ନୁହେଁ। ଏହି ଅଞ୍ଚଳର ଜଣେ ଦାୟିତ୍ୱବାନ ନାଗରିକ ହୋଇଥିବାରୁ ମୁଁ କେବଳ ମନ୍ଦିର ପୂଜକଙ୍କ ନିକଟକୁ ଯାଇ କହିଥିଲି ଯେ ହନୁମାନ ଅଷ୍ଟମୀ ଲାଗି  ମୁସଲିମ କାରିଗରଙ୍କ ଦ୍ୱାରା ପ୍ରସାଦ ତିଆରି କରିବାକୁ ଅଭିଯୋଗ ହେବା ପୂର୍ବରୁ, ହିନ୍ଦୁ କାରିଗରଙ୍କ ଦ୍ୱାରା ପ୍ରସାଦ ତିଆରି କରିବା ଆରମ୍ଭ କରିବା ଆବଶ୍ୟକ। ହେଲେ ପୂଜାରୀଙ୍କ କଂଗ୍ରେସ ମାନସିକତା ହେତୁ ସେ ମୋ ଉପରେ ରାଗିଯାଇ ଅଭିଯୋଗ କରିବା ଆରମ୍ଭ କରି ଦେଇଥିଲେ। ପ୍ରତ୍ୟେକ ଦିନ ଏହି ସମୁଦାୟ ବିଶେଷ ଲୋକଙ୍କ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେମାନେ ସାମଗ୍ରୀ ତିଆରି କରିବା ପାଇଁ ଖରାପ ପାଣି ବ୍ୟବହାର କରୁଛନ୍ତି। ବେଳେବେଳେ ସେମାନେ ପ୍ରସ୍ତୁତ କରିଥିବା ସାମଗ୍ରୀ ଉପରେ ଛେପ ଲଗାଇଛନ୍ତି କିମ୍ବା ପକାଇଛନ୍ତି। ନିଜେ କରିଥିବା କାର୍ଯ୍ୟରେ ମୁଁ ଅଟଳ ରହିଛି।"

Also Read: ପୂଜାରୀ-ମହନ୍ତ ବିବାଦରେ ବଳିପଡି଼ଲା ଲଡ଼ୁ

 

ଯେତେବେଳେ ଏହି ମାମଲା ସ୍ଥାନୀୟ ନୀଳଗଙ୍ଗା ଥାନାରେ ପହଞ୍ଚିଲା ସେତେବେଳେ ଏସଏସପି ନିଜେ ଏହି ଘଟଣାର ଅବଗତ ହୋଇଥିଲେ। ତୁରନ୍ତ ଏହାକୁ ଶାନ୍ତ କରିବାକୁ ସେ ଥାନା ପ୍ରଭାରୀକୁ ନିର୍ଦ୍ଦେଶ ଦେଇଥିଲେ। ନୀଳଗଙ୍ଗା ଥାନା ପ୍ରଭାରୀ ତରୁଣ କୁରିଲ କହିଛନ୍ତି ଯେ ପୋଲିସ ଉଭୟ ପକ୍ଷର ମତାମତ ଶୁଣିବା ପରେ ଏହି ମାମଲାକୁ ଶାନ୍ତ କରାଯାଇଥିବା କୁହାଯାଉଛି। 

Read More
{}{}