Hindi News >>Home >>Odisha National-International

Vadodara Boat Accident: ନୌକା ଦୁର୍ଘଟଣାରେ ଦୁଇ ଗିରଫ, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗୁଜୁରାଟର ଭଦୋଦରାଠାରେ ଘଟିଥିବା ଛାତିଥରା ନୌକା ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ଖବର ସମଗ୍ର ଦେଶରେ ଶୋକର ଛାୟା ଖେଳାଇ ଦେଇଛି। ମୃତକଙ୍କ ମଧ୍ୟରେ ୧୨ ଜଣ ଶିଶୁଙ୍କ ସମେତ ଦୁଇ ଜଣ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ନୌକା ଦୁର୍ଘଟଣାରେ ଦୁଇ ଜଣଙ୍କ ଗିରଫ କରିଛି ସ୍ଥାନୀୟ ପୋଲିସ। ସେପଟେ ଏହି ମର୍ମନ୍ତୁଦ ଦୁର୍ଘଟଣାର ଉଚ୍ଚସ

Advertisement
Vadodara Boat Accident: ନୌକା ଦୁର୍ଘଟଣାରେ ଦୁଇ ଗିରଫ, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ
Stop
Zee Odisha Desk|Updated: Jan 19, 2024, 07:43 AM IST

Vadodara Boat Accident: ନୂଆଦିଲ୍ଲୀ: ଗୁଜୁରାଟର ଭଦୋଦରାଠାରେ ଘଟିଥିବା ଛାତିଥରା ନୌକା ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ଖବର ସମଗ୍ର ଦେଶରେ ଶୋକର ଛାୟା ଖେଳାଇ ଦେଇଛି। ମୃତକଙ୍କ ମଧ୍ୟରେ ୧୨ ଜଣ ଶିଶୁଙ୍କ ସମେତ ଦୁଇ ଜଣ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ନୌକା ଦୁର୍ଘଟଣାରେ ଦୁଇ ଜଣଙ୍କ ଗିରଫ କରିଛି ସ୍ଥାନୀୟ ପୋଲିସ। ସେପଟେ ଏହି ମର୍ମନ୍ତୁଦ ଦୁର୍ଘଟଣାର ଉଚ୍ଚସ୍ତରୀୟ ନିର୍ଦ୍ଦେଶ ଦେଇଛନ୍ତି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ । ୧୦ଦିନ ମଧ୍ୟରେ ଜିଲ୍ଲାପାଳଙ୍କ ନିକଟରୁ ତଦନ୍ତ ରିପୋର୍ଟ ମାଗିଛନ୍ତି। ସିଏମ ପଟେଲ ଗୁଜରାଟର ଗୃହମନ୍ତ୍ରୀ ହର୍ଷ ସାଙ୍ଗଭିଙ୍କ ସହ ଭଦୋଦରାସ୍ଥିତ ଏସଏସଜି ହସ୍ପିଟାଲରେ ପହଞ୍ଚି ଆହତମାନଙ୍କୁ ଭେଟିଥିବା ନେଇ ସୂଚନା ରହିଛି। 

ମିଳିଥିବା ସୂଚନା ଅନୁଯାୟୀ ଭଦୋଦରାରେ ଥିବା ଏକ ଘରୋଇ ନ୍ୟୁ ସନରାଇଜ୍ ସ୍କୁଲର ପିଲାମାନେ ପିକନିକ କରିବାକୁ ଯାଇଥିଲେ। ଡଙ୍ଗାରେ ମୋଟ ୩୪ ଯାତ୍ରୀ ରହିଥିଲେ। ଏଥିରେ ସ୍ଥାନୀୟ ନ୍ୟୁ ସନରାଇଜ୍ ସ୍କୁଲର ପିଲା ଓ ଶିକ୍ଷକ ସାମିଲ ଥିଲେ। ଡଙ୍ଗାରେ ୧୬ ଜଣ ପିଲା ବସିବାର କ୍ଷମତା ଥିଲେ ମଧ୍ୟ ୩୪ ଜଣ ପିଲା ବସିଥିଲେ ମଧ୍ୟ ଏଥିରେ ଅବହେଳାର ଆକଳନ କରାଯାଇପାରିବ। ପିଲାମାନେ ପିକନିକ୍ ପାଇଁ ହରନି ହ୍ରଦକୁ ଯାଇଥିଲେ। ସେପଟେ ଗୁଜୁରାଟର ଜଣେ ମନ୍ତ୍ରୀ ହର୍ଷ ସାଂଘୱି କହିଛନ୍ତି କି ମାତ୍ର ୧୦ ଜଣ ଛାତ୍ର ହିଁ ଲାଇଫ ଜ୍ୟାକେଟ ପିନ୍ଧିଥିଲେ। ଏଥିରୁ ଜଣା ପଡ଼ୁଛି ନୌଚାଳକଙ୍କର କେତେ ମାତ୍ରାରେ ଅବହେଳା ରହିଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୪ ଓ ୩୦୮ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ଦୁଇ ଜଣହ୍କୁ ଗିରଫ କରାଯାଇଛି। ଅନ୍ୟ ଦୋଷୀମାନଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି।

Read More
{}{}