Hindi News >>Home >>Odisha National-International

Twitter ପରେ Facebookକୁ ଝଟକା! ଚାକିରି ଛାଡ଼ିବା ପରେ ଏହି ପଦକ୍ଷେପ ନେଲେ ଅଜିତ ମୋହନ

Facebook India Head Ajit Mohan Resigns: ପରାଗଙ୍କ ପରେ ପରେ ଅନେକ ବରିଷ୍ଠ ଅଧିକାରୀ ମଧ୍ୟ ଟ୍ୱିଟର ଛାଡିଛନ୍ତି। ସେହି ଟ୍ରେଣ୍ଡ ଏବେ ଫେସବୁକରେ ଆରମ୍ଭ ହୋଇଛି। ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା ଇଣ୍ଡିଆର ମୁଖ୍ୟ ଅଜିତ ମୋହନ ଇସ୍ତଫା ଦେଇଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ଅଜିତ ଫେସବୁକର ପ୍ରତିଦ୍ୱନ୍ଦୀ ସ୍ମାପଚାର୍ଟ ସହ ହାତ ମିଳାଇବେ। 

Advertisement
Twitter ପରେ Facebookକୁ ଝଟକା! ଚାକିରି ଛାଡ଼ିବା ପରେ ଏହି ପଦକ୍ଷେପ ନେଲେ ଅଜିତ ମୋହନ
Stop
Zee Odisha Desk|Updated: Nov 04, 2022, 12:58 PM IST

Facebook India Head Ajit Mohan Resigns, ନୂଆଦିଲ୍ଲୀ: ଟ୍ୱିଟର ପରେ ଫେସବୁକରୁ ଭାରତୀୟଙ୍କ ସଂଖ୍ୟା ହ୍ରାସ ପାଇବା ଆରମ୍ଭ ହୋଇଯାଇଛି। ଏଲୋନ ମସ୍କଙ୍କ ଟ୍ୱିଟରକୁ ଅଧିଗ୍ରହଣ ପରେ ସିଇଓ ପରାଗ ଅଗ୍ରୱାଲଙ୍କୁ ଚାକିରିରୁ ବିଦା କରାଯାଇଛି। ପରାଗଙ୍କ ପରେ ପରେ ଅନେକ ବରିଷ୍ଠ ଅଧିକାରୀ ମଧ୍ୟ ଟ୍ୱିଟର ଛାଡିଛନ୍ତି। ସେହି ଟ୍ରେଣ୍ଡ ଏବେ ଫେସବୁକରେ ଆରମ୍ଭ ହୋଇଛି। ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା ଇଣ୍ଡିଆର ମୁଖ୍ୟ ଅଜିତ ମୋହନ ଇସ୍ତଫା ଦେଇଛନ୍ତି। ଗୁରୁବାର ଅଜିତ ଇସ୍ତଫା ଦେଇଥିବା ବେଳେ ତାଙ୍କ ସ୍ଥାନରେ ମନିଷ ଚୋପ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି। 

ପରାଗ ଅଗ୍ରୱାଲ ଓ ଅଜିତ ମୋହନଙ୍କ ମଧ୍ୟରେ ଏକ ବଡ ପାର୍ଥକ୍ୟ ଅଛି। ପରାଗଙ୍କୁ ବିଦା କରାଯାଇଥିବାବେଳେ ଅଜିତ ନିଜ ଇଚ୍ଛାରେ ଚାକିରି ଛାଡିଛନ୍ତି। ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ (Facebook) କୁ ଛାଡିଲା ପରେ ଅଜିତ ଏକ ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତ ହୋଇପାରନ୍ତି। ମିଡିଆ ରିପୋର୍ଟ ଅନୁସାରେ ଅଜିତ ଫେସବୁକର ପ୍ରତିଦ୍ୱନ୍ଦୀ ସ୍ମାପଚାର୍ଟ ସହ ହାତ ମିଳାଇବେ। ଏଠାରେ ତାଙ୍କୁ ଏକ ବଡ ପଦବୀ ମିଳିବ। ଅଜିତ (Ajit Mohan) ଙ୍କୁ ସ୍ନାପଚାର୍ଟର ଏସିଆ ମହାଦେଶର ମୁଖ୍ୟ କରାଯାଇପାରେ। ଫେସବୁକ ଓ ଟ୍ୱିଟର ପରି ସ୍ନାରଚାର୍ଟ ମଧ୍ୟ ଏକ ଆମେରିକୀୟ କମ୍ପାନୀ।

Also Read: ଆପଣଙ୍କୁ ମିଳିଛି କି ଜିଓ 5G ୱେଲକମ୍ ଅଫର, ଏପରି ସହଜ ଉପାୟରେ କରନ୍ତୁ ରେଜିଷ୍ଟ୍ରେସନ

ଅଜିତ ମୋହନଙ୍କ କାର୍ଯ୍ୟରେ ମେଟା ଖୁବ ସନ୍ତୁଷ୍ଟ ଥିଲା। ମେଟାର ଗ୍ଲୋବାଲ ବିଜନେସ୍ ଗ୍ରୁପର ଉପାଧକ୍ଷ ନିକୋଲା ମେଣ୍ଡେଲସନ କହିଛନ୍ତି ଯେ, ଅଜିତ ତାଙ୍କ କାର୍ଯ୍ୟକାଳ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି। ଗତ ୪ ବର୍ଷରେ ଅଜିତ ମୋହନ ଭାରତରେ ଫେସବୁକର ପରିଚାଳନା କରିବା ସହ ଦେଶରେ କମ୍ପାନୀର ପରିବାର ବୃଦ୍ଧି କରିଛନ୍ତି। ସେ ପୁଣି କହିଛନ୍ତି ଯେ, ଭାରତ ପାଇଁ ଫେସବୁକ୍ ପ୍ରତିବଦ୍ଧ, କମ୍ପାନୀକୁ ଆଗକୁ ବଢାଇବା ପାଇଁ ମେଟା ପାଖରେ ମଜବୁତ ନେତୃତ୍ୱ ଓ ଉତ୍କୃଷ୍ଟ ଟିମ୍ ରହିଛନ୍ତି। ଅଜିତଙ୍କ ଇସ୍ତଫା ପରେ ଗୁରୁବାର ମେଟା ଇଣ୍ଡିଆର ନିର୍ଦ୍ଦେଶକ ମିନିଷ ଚୋପ୍ରାଙ୍କୁ ଭାରତର ଦାୟିତ୍ୱ ଦିଆଯାଇଛି।

ସୂଚନାଯୋଗ୍ୟ, ୨୦୧୯ ଜାନୁଆରୀରେ ଅଜିତ ମୋହନ, ମେଟାରେ ନିଯୁକ୍ତି ପାଇଥିଲେ। ସେତେବେଳେ ସେ ମ୍ୟାନେଜିଂ ନିର୍ଦ୍ଦେଶକ ପଦବୀରେ ଥିଲେ। ଅକ୍ଟୋବର ୨୦୧୭ରେ ଉମଙ୍ଗ ବେଦୀଙ୍କ ଇସ୍ତଫା ପରେ ଏହି ପଦ ଖାଲି ପଡିଥିଲା। ଅଜିତଙ୍କ କାର୍ଯ୍ୟକାଳରେ ଭାରତରେ ମେଟାର ହ୍ୱାଟସଅପ ଓ ଇନଷ୍ଟାଗ୍ରାମର ବ୍ୟବହାରକାରୀଙ୍କ ସଂଖ୍ୟା ୨୦୦ ମିଲିୟନ ଟପିଛିଲା। ଏହ ଅଜିତଙ୍କ ଏକ ବଡ ଉପଲବ୍ଧି। ମେଟାରେ ନିଯୁକ୍ତି ପାଇବା ପୂର୍ବରୁ ଅଜିତ ମୋହନ, ଷ୍ଟାର ଇଣ୍ଡିଆର ଷ୍ଟ୍ରିମିଂ ସର୍ଭିସ ହଟଷ୍ଟାରରେ ୪ ବର୍ଷ କାଳ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ।
 

Also Read: E-Office Innagurated: ଇ-କାର୍ଯ୍ୟାଳୟର ଶୁଭାରମ୍ଭ, ଏଣିକି ଆଉ ଅଟକିବନି ଫାଇଲ !

Also Read: ଏହି ଦେଶର ରାଜାଙ୍କୁ ଚ୍ୟାଲେଞ୍ଜ କଲେ ଭାରତୀୟ ବଂଶୋଦ୍ଭବ, ଦୁଇ ଦିନ ତଳେ ହୋଇଛି ରାଜ୍ୟାଭିଷେକ

 

 

 

 

Read More
{}{}