Hindi News >>Home >>Odisha National-International

Twitter: ତରବରିଆ ନିଷ୍ପତ୍ତି ନେଇ ପସ୍ତାଉଛନ୍ତି ଏଲୋନ ମସ୍କ! ନଇଁ ଥିବା ବେଳେ ବିଧା ବସାଇଲେ ବିଦା କର୍ମଚାରୀ

Twitter owner Elon Musk mistake: ୪୪ ବିଲିୟନ ଡଲାରରେ ଟ୍ୱିଟରକୁ ଅଧିଗ୍ରହଣ ପରେ କମ୍ପାନୀରେ ଏଲୋନ୍ ମସ୍କଙ୍କ ଏକ ପ୍ରକାରର ଏକଚତ୍ରବାଦୀ ଶାସନ ଆରମ୍ଭ ହୋଇଯାଇଛି। ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଟ୍ୱିଟର ତାର ବିଦା କରିଥିବା କର୍ମଚାରୀମାନଙ୍କ ମଧ୍ୟରୁ କିଛିଙ୍କୁ ପୁଣି ଥରେ ନିଯୁକ୍ତ କରିବାକୁ ଅଫର ଦେଇଛି। 

Advertisement
 Twitter: ତରବରିଆ ନିଷ୍ପତ୍ତି ନେଇ ପସ୍ତାଉଛନ୍ତି ଏଲୋନ ମସ୍କ! ନଇଁ ଥିବା ବେଳେ ବିଧା ବସାଇଲେ ବିଦା କର୍ମଚାରୀ
Stop
Zee Odisha Desk|Updated: Nov 07, 2022, 08:22 AM IST

Twitter owner Elon Musk mistake, ନୂଆଦିଲ୍ଲୀ: ମସ୍ତ ବଡ଼ ମିଷ୍ଟେକ୍ କରିଦେଇଛନ୍ତି ଏଲୋନ ମସ୍କ। ଯେଉଁଥିପାଇଁ ଏବେ ତାଙ୍କୁ ପସ୍ତାଇବାକୁ ପଡୁଛି। ଆଉ ଠିକ୍ ଏହି ସମୟରେ କମ୍ପାନୀରୁ ବିଦା ହୋଇଥିବା କର୍ମଚାରୀ ମଧ୍ୟ ଉପଯୁକ୍ତ ଜବାବ ଦେଇଛନ୍ତି। ଠିକ୍ ନଇଁ ପଡିଥିବା ବେଳେ ଏଲୋନ ମସ୍କଙ୍କ ପିଠିକୁ ଏକ ଶକ୍ତ ବିଧା ଦେଇଛନ୍ତି। ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଟ୍ୱିଟର ତାର ବିଦା କରିଥିବା କର୍ମଚାରୀମାନଙ୍କ ମଧ୍ୟରୁ କିଛିଙ୍କୁ ପୁଣି ଥରେ ନିଯୁକ୍ତ କରିବାକୁ ଅଫର ଦେଇଛି। କିନ୍ତୁ କର୍ମଚାରୀମାନେ ମସ୍କଙ୍କ ଅଫରକୁ ପ୍ରତ୍ୟାହାର କରିଥିବା ସୂଚନା ମିଳିଛି।

୪୪ ବିଲିୟନ ଡଲାରରେ ଟ୍ୱିଟରକୁ ଅଧିଗ୍ରହଣ ପରେ କମ୍ପାନୀରେ ଏଲୋନ୍ ମସ୍କଙ୍କ ଏକ ପ୍ରକାରର ଏକଚତ୍ରବାଦୀ ଶାସନ ଆରମ୍ଭ ହୋଇଯାଇଛି। ଟ୍ୱିଟର ବ୍ଲୁଟିକ୍ ପାଇଁ ଦେୟ ଲଗାଇଥିବା ବେଳେ କମ୍ପାନୀର ପ୍ରାୟ ଅଧା କର୍ମଚାରୀଙ୍କୁ ବରଖାସ୍ତ କରାଯାଇଛି। ଆଉ କମ୍ପାନୀ ଯେଉଁ ଭଳି ଭାବେ କର୍ମଚାରୀଙ୍କୁ ଛଟେଇ କରିଥିଲା ତହାକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଚାଲିଛି। କିନ୍ତୁ ବର୍ତ୍ତମାନ କମ୍ପାନୀ ତାର ଭୁଲକୁ ବିଝୁଛି। ଚାକିରିରୁ ବାହାର କରାଯାଇ ଥିବା ପ୍ରାୟ ଦଶଜଣ କର୍ମଚାରୀଙ୍କ ନିକଟରେ ପୁନଃ ନିଯୁକ୍ତି ଅଫର ପହଞ୍ଚିଛି।

Also Read: Cement Price Hike: ସ୍ୱପ୍ନ ହୋଇ ରହିଯିବ ଗରିବ ଓ ମଧ୍ୟବିତ୍ତଙ୍କ ସ୍ୱପ୍ନର ଘର!

କୁହାଯାଉଛି ଯେ, ଭୁଲ ବଶତଃ କିଛି କର୍ମଚାରୀଙ୍କୁ ଟ୍ୱିଟର ଛଟେଇ କରିଥିଲା। ମ୍ୟାନେଜମେଣ୍ଟ ଚୂଡାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ସେମାନଙ୍କୁ ରିଲିଜ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏଲୋନ ମସ୍କଙ୍କୁ ସେମାନଙ୍କର କାର୍ଯ୍ୟ ଏବଂ ଅଭିଜ୍ଞତା ଆବଶ୍ୟକ ହୋଇପାରେ। ସେଥିପାଇଁ ପ୍ରାୟ ୧୦ ଜଣ କର୍ମଚାରୀଙ୍କୁ ପୁଣି ଆଣିବାକୁ କମ୍ପାନୀ ଚାହୁଁଛି, ଏଥିପାଇଁ ଚିହ୍ନଟ ପୂର୍ବ କର୍ମଚାରୀଙ୍କୁ ଅଫର ଲେଟର ମଧ୍ୟ ପଠାଯାଇଛି। କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ କର୍ମଚାରୀ ଟ୍ୱିଟରରେ ଏହି ଅଫର ନେବାକୁ ମନା କରିଦେଇଛନ୍ତି।

ଏଲୋନ ମସ୍କ, ଟ୍ୱିଟରକୁ କିଣିବା ପରେ ସିଇଓ ପରାଗ ଅଗ୍ରୱାଲଙ୍କ ସମେତ ତିନି ବରିଷ୍ଠ ଅଧିକାରୀଙ୍କୁ ବିଦା କରିଥିଲେ। ଏହା ପରେ ଗତ ସପ୍ତାହରେ ଟ୍ୱିଟର ଏହାର ୫୦% କର୍ମଚାରୀଙ୍କୁ ବରଖାସ୍ତ କରିଛି ବୋଲି କମ୍ପାନୀର safety and integrity ମୁଖ୍ୟ ୟୋଏଲ ରୋଥ ଏକ ଟୁଇଟରେ କହିଛନ୍ତି। ସୋସିଆଲ ମିଡିଆ କମ୍ପାନୀର କର୍ମଚାରୀଙ୍କ ଦ୍ୱାରା ଟୁଇଟ୍ କରି କୁହାଯାଇଛି ଯେ, ବିଦା ହୋଇଥିବା ଟିମରେ ଅନେକ ଦାୟିତ୍ୱବାନ ଓ ବିଜ୍ଞ କର୍ମଚାରୀ ଅଛନ୍ତି, ଆଉ ଆଗାମୀ ଦିନରେ ଟ୍ୱିଟରକୁ ବିକାଶ ପାଇଁ ସେମାନଙ୍କ ଅଭିଜ୍ଞତାର ଆବଶ୍ୟକତା ରହିଛି।

Read More
{}{}