Hindi News >>Home >>Odisha National-International

ଭାରତର ଡିଜିଟାଲ୍ ଛାଟ ପରେ ବାଟକୁ ଆସିଲା ପାକିସ୍ତାନ; Twitterକୁ ଏମିତି ଗୁହାରି କଲା ବୈଦେଶିକ ମନ୍ତ୍ରାଳୟ

ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ପାକିସ୍ତାନର ଚାରୋଟି ଦୂତାବାସର ଟ୍ୱିଟର ହ୍ୟାଣ୍ଡେଲକୁ ଭାରତ ବ୍ୟାନ କରିଛି। ପାକିସ୍ତାନର ଜାତିସଂଘ, ତୁର୍କୀ, ଇରାନ ଏବଂ ଇଜିପ୍ଟ ଦୂତାବାସର ଆକାଉଣ୍ଟ ଉପରେ କଟକଣା ଲଗାଯାଇଛି। 

Advertisement
ଡିଜାଇନ୍ ଫଟୋ
Stop
Zee Odisha Desk|Updated: Jun 28, 2022, 08:45 AM IST

Twitter India bans Pak Embassies account: Twitter Indiaର ଛାଟ ପରେ ପାକିସ୍ତାନ ବାଟକୁ ଆସିଛି। ସୋମବାର ରାତିରେ ପାକ୍ ବୈଦେଶିକ ମନ୍ତ୍ରାଳୟ ଟ୍ୱଟ୍ କରି ୪ଟି ରାଷ୍ଟ୍ରଦୂତଙ୍କ ଟ୍ୱିଟର ଆକାଉଣ୍ଟ ଉପରୁ ପ୍ରତିବନ୍ଧକ ହଟାଇବାକୁ ଅପିଲ କରିଛି। ଜାତିସଂଘ, ତୁର୍କୀ, ଇରାନ ଏବଂ ଇଜିପ୍ଟରେ ପାକିସ୍ତାନ ଦୂତାବାସର ସରକାରୀ ଆକାଉଣ୍ଟକୁ ଭାରତରେ ଟ୍ୱିଟର ନିଷିଦ୍ଧ କରିଛି। ଏହାପୂର୍ବରୁ ପାକିସ୍ତାନର ଜାତୀୟ ସାର୍ବଜନୀନ ପ୍ରସାରଣକାରୀ - ରେଡିଓ ପାକିସ୍ତାନର ଆକାଉଣ୍ଟକୁ ମଧ୍ୟ ଟ୍ୱିଟର ବ୍ୟାନ କରିଥିଲା।

ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ପାକିସ୍ତାନର ଚାରୋଟି ଦୂତାବାସର ଟ୍ୱିଟର ହ୍ୟାଣ୍ଡେଲକୁ ଭାରତ ବ୍ୟାନ କରିଛି। ପାକିସ୍ତାନର ଜାତିସଂଘ, ତୁର୍କୀ, ଇରାନ ଏବଂ ଇଜିପ୍ଟ ଦୂତାବାସର ଆକାଉଣ୍ଟ ଉପରେ କଟକଣା ଲଗାଯାଇଛି। ଏହି ଆକାଉଣ୍ଟ ଗୁଡିକ ଉପରେ କ୍ଲିକ୍ କଲେ, 'ଆଇନ ଅନୁସାରେ ସମ୍ପୃକ୍ତ ଆକାଉଣ୍ଟକୁ ବନ୍ଦ କରାଯାଇଛି' ବୋଲି ମେସେଜ ଆସୁଛି। ପାକିସ୍ତାନର ଆହୁରି ଅନେକ ଆକାଉଣ୍ଟ ଉପରେ ଏହିପରି କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ସୂଚନା ମିଳିଛି।

Also Read: ମହାରାଷ୍ଟ୍ର ମହାସଙ୍କଟ ମଧ୍ୟରେ ରାଜସ୍ଥାନ ରାଜନୀତି ଚଳଚଞ୍ଚଳ, ମୁହଁ ଖୋଲିଲେ ସଚିନ ପାଇଲଟ

ଅନ୍ୟପଟେ, ସୋମବାର ଭାରତରେ ଟ୍ୱିଟର (Twitter) ଏହି ସରକାରୀ ଆକାଉଣ୍ଟକୁ ବ୍ୟାନ କରିବା ପରେ ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ (Pak MoFA) ତୁରନ୍ତ ଏହି ଆକାଉଣ୍ଟଗୁଡ଼ିକୁ ପୁନଃସ୍ଥାପନ କରିବାକୁ ଟ୍ୱିଟରକୁ ଅନୁରୋଧ କରିଛି। ପାକ୍ ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଭାରତୀୟଙ୍କ ପାଖରେ ଖବର ନ ପହଞ୍ଚିବା ପାଇଁ ଭାରତ ପାକିସ୍ତାନର ୪ଟି ଦୂତାବାସର ଟ୍ୱିଟର ଆକାଣ୍ଟକୁ ବନ୍ଦ କରିଛି। ସ୍ୱର ଦମନର ଏହା ଏକ ସଂକେତ। ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡିକ ଏକ ନିୟମରେ ଚାଲିବା ଉଚିତ। ଟ୍ୱିଟର ଯଥାଶୀଘ୍ର ପାକିସ୍ତାନର ଆକାଉଣ୍ଟ ଉପରୁ କଟକଣା ହଟାଇ ବାକ୍ ସ୍ୱାଧିନତାକୁ ସୁନିଶ୍ଚିତ କରୁ।'

ନିକଟରେ ପାକିସ୍ତାନ (Pakistan) ଭିତ୍ତିକ ୬ଟି ୟୁଟ୍ୟୁବ୍ ନ୍ୟୁଜ୍ ଚ୍ୟାନେଲ ସହିତ ମୋଟ ୧୬ଟି ଚ୍ୟାନେଲକୁ ଭାରତର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ବ୍ୟାନ କରିଛି। ଭାରତର ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ପବ୍ଲିକ ଅର୍ଡରକୁ ନେଇ ଏହି ଚ୍ୟାନେଲ ଗୁଡିକ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିୟୋଗ ହୋଇଛି। ୨୦୨୧ ଆଇଟି ନିୟମ ଅନୁଯାୟୀ, କୌଣସି ଡିଜିଟାଲ୍ ନ୍ୟୁଜ୍ ପ୍ରକାଶକ, ମନ୍ତ୍ରଣାଳୟକୁ ସୂଚନା ପ୍ରଦାନ କରୁନାହାଁନ୍ତି ବୋଲି ସରକାର କହିଛନ୍ତି। ବ୍ୟାନ ଚ୍ୟାନେଲ ଗୁଡିକର ବିଷୟବସ୍ତୁ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଜାତୀୟ ନିରାପତ୍ତା, ସାର୍ବଭୌମତ୍ୱ ଏବଂ ଭାରତର ଅଖଣ୍ଡତା ଏବଂ ବିଦେଶୀ ଦେଶମାନଙ୍କ ସହିତ ଭାରତର ବନ୍ଧୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣରୁ ସମ୍ବେଦନଶୀଳ ବୋଲି ପରିଲକ୍ଷିତ ହୋଇଥିଲା।

Also Read: ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ମାମଲା; ଓକିଲ ଖୋଜିପାରିବିନି କହିଲେ ଅଭିଯୁକ୍ତଙ୍କ ପିତା

କେବଳ ୟୁଟ୍ୟୁବ (Youtube) କି ଟ୍ୱିଟର ନୁହଁ, ଫେସବୁକ ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ମିଥ୍ୟା ଖବର ପ୍ରଚାର ପାଇଁ ଭାରତ ପୂର୍ବରୁ ପାକିସ୍ତାନକୁ ଆହ୍ୱାନ ଦେଇଛି। ମାନବିକ ଅଧିକାରର ଉଲ୍ଲଂଘନ ହେତୁ ପାକିସ୍ତାନ ବାରମ୍ବାର ବିଶ୍ୱ ସମୁଦାୟ ଦ୍ୱାରା ଅପମାନିତ ହୋଇଛି। ଡିଜିଟାଲ୍ ଫୋରେନସିକ୍ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଶ୍ୱ ସ୍ତରରେ ଭାରତକୁ ହୀନ ଦେଖାଇବା ପାଇଁ ପାକିସ୍ତାନ ନିଜର ମିଥ୍ୟା ପ୍ରଚାର ଜାରି ରଖିଛି। ବେସରକାରୀ ନୁହଁ ପାକିସ୍ତାନର ସରକାରୀ ସୋସିଆଲ ମିଡିଆ ଆକାଉଣ୍ଟରେ ଭାରତର ପ୍ରତିଷ୍ଠିତ ଅନୁଷ୍ଠାନକୁ ଟାର୍ଗେଟ୍ କରିବା ପାଇଁ ଏକ ଏଜେଣ୍ଡା ସହିତ ହ୍ୟାସଟ୍ୟାଗ୍ ଚଲାଉଛି।

 

 

 

 

Read More
{}{}