Hindi News >>Home >>Odisha National-International

ୟୁଜର୍ସ କହିଲେ 'ଲାଗୁଛି କାଢ଼ି ଦିଆଯାଇଛି'; ଟ୍ବିଟର ସିଇଓ ପରାଗ କହିଲେ ଆମେ...

ବର୍ତ୍ତମାନ ସମୟରେ ପରାଗ କମ୍ପାନୀର ଭବିଷ୍ୟତକୁ ନେଇ ଆଶ୍ବସ୍ତ ଥିବା ଜଣାପଡ଼ିଛି। 

Advertisement
ୟୁଜର୍ସ କହିଲେ 'ଲାଗୁଛି କାଢ଼ି ଦିଆଯାଇଛି'; ଟ୍ବିଟର ସିଇଓ ପରାଗ କହିଲେ ଆମେ...
Stop
Ashis Kumar Rath|Updated: Apr 29, 2022, 04:11 PM IST

ନୂଆଦିଲ୍ଲୀ: ନିକଟରେ ଟେସ୍‌ଲା (Tesla) ଓ ସ୍ପେସ୍‌ଏକ୍ସ (Space X) ମାଲିକ ଏଲନ୍‌ ମସ୍କ ୪୪ ଆରବ ଡଲାରରେ ଟ୍ବିଟରକୁ କିଣିଥିଲେ। ଟ୍ବିଟରକୁ ମସ୍କ ଅଧିଗ୍ରହଣ କରିବା ପରେ ସୋସିଆଲ ମିଡିଆରେ ମସ୍କ ଓ ଟ୍ବିଟରକୁ ନେଇ ବହୁ ଚର୍ଚ୍ଚା ହେଉଛି। ଏସବୁ ମଧ୍ୟରେ ଟ୍ବିଟରର ସିଇଓ ପରାଗ ଅଗ୍ରଓ୍ବାଲଙ୍କୁ ନେଇ ମଧ୍ୟ ଖବୁ ଚର୍ଚ୍ଚା ହେଉଛି। କାରଣ ଟ୍ବିଟର ଅଧିଗ୍ରହଣ ପରେ ପରାଗ ଏଭଳି କିଛି ବୟାନ ଦେଇଥିଲେ ଯାହା ପାଇଁ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ।  ହେଲେ ବର୍ତ୍ତମାନ ସମୟରେ ପରାଗ କମ୍ପାନୀର ଭବିଷ୍ୟତକୁ ନେଇ ଆଶ୍ବସ୍ତ ଥିବା ଜଣାପଡ଼ିଛି। କାରଣ ପରାଗ ଏଭଳି କିଛି ଟ୍ବିଟ୍‌ କରିଛନ୍ତି ଯାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ହେଉଛି। 

ଜଣେ ସୋସିଆଲ ମିଡିଆର ୟୁଜରଙ୍କ ଟ୍ବିଟ୍‌ରେ ଜବାବ ଦେଇଛନ୍ତି ପରାଗ। ସେ କହିଛନ୍ତି ଯେ, ଚିନ୍ତା କରିବାର କୌଣସି କାରଣ ନାହିଁ। ଆଉ ଯାହା ଗୁରୁତ୍ବପୂର୍ଣ୍ଣ ସେବା କାର୍ଯ୍ୟ ରହିଛି ସେଥିପାଇଁ କାର୍ଯ୍ୟ ହେଉଛି। ଜଣେ ୟୁଜର ସୁହେଲ ଟ୍ବିଟ୍‌ କରି ଲେଖିଥିଲେ ଯେ, ମୁଁ ଟ୍ବିଟରର ବର୍ତ୍ତମାନ ସିଇଓ ପରାଗ ଅଗ୍ରଓ୍ବାଲଙ୍କ କଥା ଭାବୁଛି। ତାଙ୍କର ବହୁତ ଯୋଜନା ଥିଲା ଓ ବର୍ତ୍ତମାନ ସେ ନିଜ ଟିମ୍‌ ସହ ଅନିଶ୍ଚିତତାରେ। 

ସୁହେଲଙ୍କ ଟ୍ବିଟ୍‌ର ଉତ୍ତର ରଖିଛନ୍ତି ଟ୍ବିଟର ସିଇଓ ପରାଗ ଅଗ୍ରଓ୍ବାଲ। ସେ ଧନ୍ୟବାଦ ଦେବା ସହ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି, "ଧନ୍ୟବାଦ, ମୋ ପାଇଁ ଚିନ୍ତାକର ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସେବା ଓ ଯାହାକୁ ଦ୍ରୁତଗତିରେ ଉନ୍ନତ କରୁଛନ୍ତି ସହଯୋଗୀ ମାନେ।  

ପରାଗ କମ୍ପାନୀ ପ୍ରତି ତାଙ୍କର କ'ଣ ଦୃଷ୍ଟିକୋଣ ରହିଛି କହିବା ସହ ନିଜର ସହଯୋଗୀ କର୍ମୀଙ୍କୁ ନେଇ ଗର୍ବିତ ବୋଲି କହିଛନ୍ତି। ବହୁବାଧା ବିଘ୍ନ ସତ୍ତ୍ବେ ସମସ୍ତ ସହଯୋଗୀ ଧ୍ୟାନର ସହ ଦ୍ରୁତଗତିରେ କାମକୁ ଆଗକୁ ନେଉଛନ୍ତି ବୋଲି ପରାଗ କହିଛନ୍ତି।  

ସେହିପରି ଆଉ ଏକ ଟ୍ବିଟର ଆକାଉଣ୍ଟ ରୁ ଏକ ଟ୍ବିଟ୍‌ ହୋଇଛି। ଯେଉଁଥିରେ ଲେଖା ଯାଇଛି "ମୋତେ ଲାଗୁଛି ଆମକୁ କାଢ଼ି ଦିଆଯାଇଛି"। ଟ୍ବିଟର ସିଇଓ ପରାଗ ଟ୍ବିଟର ଜବାବ ଦେଇ କହିଛନ୍ତି ଯେ, ନା! ଆମେ ଏପର୍ଯ୍ୟନ୍ତ ବି ଅଛୁ"। ନିକଟରେ ପରାଗ ଟ୍ବିଟରକୁ ନେଇ ଅନିଶ୍ଚିତତା ଥିବା ସହ କମ୍ପାନୀର ଭବିଷ୍ୟତ ଅନ୍ଧାର ବୋଲି କହିଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋରଧରିଥିଲା। ହେଲେ ପରାଗଙ୍କ ଏଭଳି ଟ୍ବିଟକୁ ଦେଖିଲେ ସେ ନରମି ଯାଇଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। 

 

Read More
{}{}