Hindi News >>Home >>Odisha National-International

Tunnel Rescue: ଉଦ୍ଧାର ହେଲା ୪୧ ଜୀବନ, କାମ ଦେଲା ଆର୍ନୋଲ୍ଡ ଡିକ୍ସଙ୍କ ଏହି ରଣନୀତି !

Tunnel Rescue: ଶ୍ରମିକ ମାନଙ୍କ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ଜଳୀୟଅଂଶ ମିଳୁଥିଲା। ପାଇପ୍ ଯୋଗେ ସେମାନଙ୍କ ନିକଟକୁ ଓଆରଏସ ପାଉଡର ମଧ୍ୟ ପଠାଯାଉଥିଲା। ଏଥି ସହ ଶ୍ରମିକଙ୍କ ନିକଟକୁ ଏନର୍ଜି ଡ୍ରିଙ୍କସ୍ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ପଠାଯାଉଥିଲା।   

Advertisement
Tunnel Rescue: ଉଦ୍ଧାର ହେଲା ୪୧ ଜୀବନ, କାମ ଦେଲା ଆର୍ନୋଲ୍ଡ ଡିକ୍ସଙ୍କ ଏହି ରଣନୀତି !
Stop
Rasmita Sahoo|Updated: Nov 29, 2023, 07:21 AM IST

Tunnel Rescue: ଉତ୍ତରାଖଣ୍ଡ ଉତ୍ତରକାଶୀର ଶିଲ୍କାରା ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି। ଅନେକ କଠିନ ପରିଶ୍ରମ ପରେ ଶେଷରେ ଅନ୍ଧାରୀ ଟନେଲ ମଧ୍ୟରୁ ଜୀବନ ଫେରିପାଇଛନ୍ତି ୪୧ ଶ୍ରମିକ। ଦୀର୍ଘ ୧୭ ଦିନର ଅନବରତ କସରତ ପରେ ଉତ୍ତରକାଶୀ ଟନେଲରୁ ପ୍ରଥମ ପର୍ଯ୍ୟାୟରେ ଉଦ୍ଧାର ହୋଇଥିଲେ ୫ ଶ୍ରମିକ। ପ୍ରଥମେ ଅସୁସ୍ଥ ଓ ବୟସ୍କ ଶ୍ରମିକଙ୍କୁ କରାଯାଇଥିଲା ଉଦ୍ଧାର। ୧୭ ଦିନ ପୂର୍ବେ ଅଚାନକ ଫସିଯାଇଥିବା ଏହି ୪୧ ଶ୍ରମିକଙ୍କୁ ପୁନର୍ଜୀବନ ଦେବାକୁ ଏକଜୁଟ୍ ହୋଇଥିଲେ ରାଜ୍ୟ ଓ କେନ୍ଦ୍ର ସରକାର। ସୁଡଙ୍ଗ ବାହାରେ ଡାକ୍ତରଙ୍କ ଏକ ସ୍ୱଚନ୍ତ୍ର ଟିମ୍ ରହି କାର୍ଯ୍ୟ କରି ଆସୁଥିଲେ। 

ଡାକ୍ତରୀ ଟିମ୍ ଶ୍ରମିକ ମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଅବଗତ ହେଉଥିଲେ। ଏଥି ସହିତ ସେମାନଙ୍କୁ ମାନସିକ ସ୍ତରରେ ଦୃଢ ରଖିବା ପାଇଁ କାର୍ଯ୍ୟ କରିଆସୁଥିଲେ । ୫ଜଣିଆ ଡାକ୍ତରୀ ଟିମ୍ ଦିନକୁ ଦୁଇଥର ଶ୍ରମିକଙ୍କ ସହ କଥା ହେବା ସହ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝୁଥିଲେ। ପ୍ରଥମେ ଶ୍ରମିକ ମାନଙ୍କୁ ତରଳ ଖାଦ୍ୟ ଦିଆଯାଉଥିଲା। ହେଲେ ଗତ କିଛିଦିନ ହେଲା ସେମାନଙ୍କୁ ସକାଳେ ଅଣ୍ଡା, ଚା ଏବଂ ଦଲିୟା ପଠାଯାଉଥିଲା। ଦ୍ୱିପ୍ରହର ଏବଂ ରାତିରେ ସେମାନଙ୍କୁ ଭାତ, ଡାଲି, ରୁଟି ଏବଂ ତରକାରୀ ଦିଆଯାଉଥିଲା। ଥରେ ବ୍ୟବହାର କରି ଫିଙ୍ଗାଯାଉଥିବା ପାତ୍ର ମାଧ୍ୟମରେ ସେମାନଙ୍କୁ ଖାଦ୍ୟ ପରଷା ଯାଉଥିଲା। ଶ୍ରମିକ ମାନଙ୍କ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ଜଳୀୟଅଂଶ ମିଳୁଥିଲା। ପାଇପ୍ ଯୋଗେ ସେମାନଙ୍କ ନିକଟକୁ ଓଆରଏସ ପାଉଡର ମଧ୍ୟ ପଠାଯାଉଥିଲା। ଏଥି ସହ ଶ୍ରମିକଙ୍କ ନିକଟକୁ ଏନର୍ଜି ଡ୍ରିଙ୍କସ୍ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ପଠାଯାଉଥିଲା। 

କାମ ଦେଇଥିଲା  ଆର୍ନୋଲ୍ଡ ଡିକ୍ସଙ୍କ ଏହି ରଣନୀତି !
ଉତ୍ତରକାଶୀ ଶିଲ୍କ୍ୟାରା ସୁଡଙ୍ଗରୁ (Uttarkashi Tunnel Rescue) ୪୧ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ଅଭିଯାନର ନେତୃତ୍ୱ ନେଇଥିଲେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସୁଡଙ୍ଗ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସ । ଜେନେଭା ସ୍ଥିତ ଅନ୍ତର୍ଜାତୀୟ ସୁଡଙ୍ଗ ଓ ଭୂତଳ ଅନୁସନ୍ଧାନ ପ୍ରତିଷ୍ଠାନର ମୁଖ୍ୟ ଡିକ୍ସ(Tunneling Expert Arnold Dix) ଶ୍ରମିକଙ୍କ ଉଦ୍ଧାର ପାଇଁ ଅହରହ କାମ କରୁଥିଲେ, ଏବଂ ଗୋଟିଏ ପରେ ଗୋଟିଏ ବିକଳ୍ପ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଉଦ୍ଧାର ପ୍ରକ୍ରିୟା ଚୂଡାନ୍ତ ହେବା ପରେ ଡିକ୍ସ କହିଥିଲେ ଯେ, ପାହାଜର ଭୂଗୋଳ ଆମ ପାଇଁ ଆମ ପାଇଁ ଅନେକ ପ୍ରତିବନ୍ଧକ ଆଣିଥିଲା, କିନ୍ତୁ ନିରନ୍ତର ପ୍ରୟାସ ଓ ଚେଷ୍ଟା ଶେଷରେ ସଫଳତା ଆଣିଦେଇଛି। 

ଅନ୍ୟପଟେ ୪୧ ଶ୍ରମିକ ସୁରକ୍ଷିତ ଉଦ୍ଧାର ପରେ ସୁଡ଼ଙ୍ଗ ଭୁଶୁଡିବା ଘଟଣାରେ ତାର ନିରାପତ୍ତା ଆକଳନ କରାଯିବ ବୋଲି କହିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ସୁଡ଼ଙ୍ଗ ଭିତରେ ୧୭ ଦିନ ଧରି ଫସି ରହିଥିବା ୪୧ ଜଣ ଶ୍ରମିକ ସୁରକ୍ଷିତ ଉଦ୍ଧାର ହେବା ପରେ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରି ଶ୍ରୀ ଗଡ଼କରୀ (Nitin Gadkari) ଏହା କହିଛନ୍ତି। ସେ କହିଛନ୍ତି, ଏହିଭଳି ଘଟଣା ଆମ ପାଇଁ ପ୍ରଥମ ଥର ଘଟିଛି ଓ ଏଥିରୁ ଅନେକ କିଛି ଜଣାପଡିଛି। ଆଗାମୀ ଦିନରେ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହୁଏ ଓ ଶ୍ରମିକମାନଙ୍କ ନିରାପତ୍ତାକୁ ନିଶ୍ଚିତ କରିବା ନେଇ ଏହାର ନିରାପତ୍ତା ଆକଳନ କରାଯିବ। ସୁଡଙ୍ଗ କାର୍ଯ୍ୟ ବା ପ୍ରୋଜେକ୍ଟ କାର୍ଯ୍ୟକାରୀ ହେବା ପୂର୍ବରୁ ନିରାପତ୍ତାକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଗଡକରୀ ।  

Also Read: Crime News: ନିଜ ଝିଅକୁ ପୁରୁଷ ବନ୍ଧୁ ଦ୍ୱାରା ଯୌନଶୋଷଣ ମାମଲା, ଅଭିଯୁକ୍ତା ମା'କୁ ୪୦ ବର୍ଷର ଜେଲଦଣ୍ଡ

Also Read: Uttarakhand Tunnel Rescue: ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Read More
{}{}