Hindi News >>Home >>Odisha National-International

Saket Gokhale Arrest: ବନ୍ଧା ହେଲେ Tmc ମୁଖପାତ୍ର ସାକେତ ଗୋଖଲେ, ଜାଣନ୍ତୁ କଣ ରହିଛି ପୁରା ଘଟଣାକ୍ରମ ?

Saket Gokhale Arrest: ତୃଣମୂଳ କଂଗ୍ରେସର ଜାତୀୟ ମୁଖପାତ୍ର ସାକେତ ଗୋଖଲେଙ୍କୁ ଗିରଫ କରାଯାଇଛି ।  ସୋମବାର ବିଳମ୍ବିତ ରାତିରେ ରାଜସ୍ଥାନର ଜୟପୁର ବିମାନବନ୍ଦରରୁ ଗୁଜରାଟ ପୋଲିସ ତାଙ୍କୁ ଗିରଫ କରିଛି । ମୋର୍ବି ପୋଲ ଭୁଶୁଡିବା ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗରେ ତାଙ୍କୁ  ଗିରଫ କରାଯାଇଥିବା ସୂଚନା ମିଳିଛି । 

Advertisement
ସୌଜନ୍ୟ : ସୋସିଆଲ ମିଡିଆ
Stop
Zee Odisha Desk|Updated: Dec 06, 2022, 11:49 AM IST

Saket Gokhale Arrest: ତୃଣମୂଳ କଂଗ୍ରେସର ଜାତୀୟ ମୁଖପାତ୍ର ସାକେତ ଗୋଖଲେଙ୍କୁ ଗିରଫ କରାଯାଇଛି ।  ସୋମବାର ବିଳମ୍ବିତ ରାତିରେ ରାଜସ୍ଥାନର ଜୟପୁର ବିମାନବନ୍ଦରରୁ ଗୁଜରାଟ ପୋଲିସ ତାଙ୍କୁ ଗିରଫ କରିଛି । ମୋର୍ବି ପୋଲ ଭୁଶୁଡିବା ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗରେ ତାଙ୍କୁ  ଗିରଫ କରାଯାଇଥିବା ସୂଚନା ମିଳିଛି । ଏନେଇ ଦଳର ସହକର୍ମୀ ତଥା ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରିନ୍ ସୂଚନା ଦେଇଛନ୍ତି। ଡେରେକ ଓ’ବ୍ରିନ୍  (Derek O'Brien) ଟ୍ୱିଟ୍ କରିଛନ୍ତି ଯେ, ଟିଏମସିର ଜାତୀୟ ମୁଖପାତ୍ର ସାକେତ ଗୋଖଲେଙ୍କୁ ଗୁଜୁରାଟ ପୋଲିସ ଜୟପୁର ବିମାନବନ୍ଦରରୁ ଗିରଫ କରିଛି। ସୋମବାର ଦିନ ସାକେତ ନୂଆଦିଲ୍ଲୀରୁ ଜୟପୁର ଅଭିମୁଖେ ରାତି ୯ ଟାରେ ବିମାନରେ ଯାତ୍ରା କରୁଥିଲେ। ହେଲେ ସେ ସେଠାରେ ଅବତରଣ କରିବା ପରେ ଗୁଜୁରାଟ ପୋଲିସ ତାଙ୍କୁ ଜୟପୁର ବିମାନବନ୍ଦରରେ ଗିରଫ କରିଥିଲା। ଡେରେକ ଓ’ବ୍ରିନ୍ ଙ୍କ ସୂଚନା ଅନୁଯାୟୀ, ଗିରଫ ହେବା ପରେ ଗୋଖଲେ ତାଙ୍କ ମାଆଙ୍କ ସହ କିଛି ସମୟ କଥା ହୋଇଥିଲେ । ସେ ତାଙ୍କ ମାଆଙ୍କୁ କହିଥିଲେ ଯେ, ଗୁଜୁରାଟ ପୋଲିସ ତାଙ୍କୁ ଅହମ୍ମଦାବାଦକୁ ନେଉଛନ୍ତି ଏବଂ ଆଜି ଅପରାହ୍ନରେ ସେ ଅହମ୍ମଦାବାଦରେ ପହଞ୍ଚିବେ ବୋଲି ଜଣାପଡିଛି । ପୋଲିସ ତାଙ୍କୁ ମାତ୍ର ତାଙ୍କୁ ଦୁଇ ମିନିଟ ପାଇଁ ଫୋନ୍ କଲ୍ କରିବାକୁ ଅନୁମତି ଦେଇଥିଲା ଏବଂ ତା’ପରେ ତାଙ୍କ ଫୋନ୍ ଏବଂ ସମସ୍ତ ଜିନିଷପତ୍ର ଜବତ କରିଥିଲା।

ମୋର୍ବି ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବଦନାମ କରିଥିବା ଅଭିଯୋଗ :
ଡିସେମ୍ବର ୧, ୨୦୨୨ ରେ ଟିଏମସି ମୁଖପାତ୍ର ସାକେତ ଗୋଖଲେ ଦାବି କରିଛନ୍ତି ଯେ ବ୍ରିଜ ଭୁଶୁଡ଼ିବା ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟ ଗସ୍ତ କରିଥିଲେ।  ମୋଦୀଙ୍କ ଏହି ଗସ୍ତ ପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ତଥାକଥିତ ରିପୋର୍ଟରେ ଗୋଖଲେ ଦାବି କରିଛନ୍ତି ଯେ, ୫.୫ କୋଟି ଟଙ୍କା କେବଳ ରିସେପ୍ସନ୍, ଇଭେଣ୍ଟ ମ୍ୟାନେଜମେଣ୍ଟ ଏବଂ ଫଟୋଗ୍ରାଫି ପାଇଁ ଖର୍ଚ୍ଚ କରାଯାଇଥିଲା। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ମୋଦୀଙ୍କ ଇଭେଣ୍ଟ ମ୍ୟାନେଜମେଣ୍ଟ ଏବଂ ପିଆରରେ ୧୩୫ ଜଣଙ୍କ ଜୀବନ ଅପେକ୍ଷା ଅଧିକ ଖର୍ଚ୍ଚ ହୋଇଛି। କାରଣ ଏହି ଦୁଃଖ ଦାୟକ ଘଟଣାରେ ଏଥିରେ ଜୀବନ ହାରିଥିବା ୧୩୫ ଜଣ ପରିବାର ସଦସ୍ୟଙ୍କୁ ମାତ୍ର ୪ ଲକ୍ଷ ଟଙ୍କା ସହୟତା ରାଶି ଦିଆଯାଇଥିଲା। 

 

ତେବେ ଗୁଜରାଟ ବିଜେପି ଗୋଖଲେଙ୍କ ଟ୍ୱିଟରେ ଦିଆଯାଇଥିବା ତଥ୍ୟକୁ ମିଥ୍ୟା ଖବର ବୋଲି କହିଛି। ଗୁଜୁରାଟ ବିଜେପି କହିଛି ଯେ, ଏଭଳି କିଛି ତଥ୍ୟ ଆରଟିଆଇରେ ମଗାଯାଇ ନାହିଁ । ବିଜେପି ଗୁଜୁରାଟ ଟ୍ୱିଟରରେ ପୋଷ୍ଟ କରିଛି ଯେ ନୂଆ କ୍ଲିପିଂ ତିଆରି ହୋଇଛି ଏବଂ ବାସ୍ତବରେ ସେପରି କୌଣସି ରିପୋର୍ଟ ପ୍ରକାଶ କରାଯାଇ ନାହିଁ। ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଅକ୍ଟୋବର ମାସରେ ମୋର୍ବି ବ୍ରିଜ୍ ଭୁଶୁଡିବା କାରଣରୁ ୧୩୫ ଜଣଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ୫୫ କେବଳ ଜଣ ଶିଶୁ ଥିଲା ବେଳେ ୧୦୦ ଜଣ କେବଳ ସେଠାକାର ସ୍ଥାନୀୟ ବାସିନ୍ଦା ଥିଲେ। 

 

Read More
{}{}