Hindi News >>Home >>Odisha National-International

Farmers Protest 2024: ସରକାରଙ୍କ ପ୍ରସ୍ତାବକୁ କୃଷକଙ୍କ ପ୍ରତ୍ୟାଖ୍ୟାନ, ଆସନ୍ତାକାଲି ‘ଦିଲ୍ଲୀ ଚଲୋ’

Farmers Protest 2024 (ଭୁବନେଶ୍ୱର) : ଏମ୍‍ଏସ୍‍ପି ପ୍ରସଙ୍ଗରେ ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଚାଷୀ ସଂଗଠନ। ଏହାସହ ଆସନ୍ତା କାଲି ‘ଦିଲ୍ଲୀ ଚଲୋ’ ଡାକରା ଦେଇଛନ୍ତି। ଏହି କ୍ରମରେ ଦିଲ୍ଲୀ ସୀମାରେ ଉତ୍ତେଜନା ଓ ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କା କରିଛି ପ୍ରଶାସନ। କୃଷକ ନେତା ଜଗଜିତ ସିଂ ଦଲେଓ୍ୱାଲ କହିଛନ୍ତି, ମାତ୍ର ତିନୋଟି ଶସ୍ୟ ଉପରେ ଏମ୍‍ଏସ୍‍ପିକୁ ନିରନ୍ତର ରଖିବାର ପ୍ରତିଶୃତି ଦେବା ଅନ୍ୟ ଶସ୍ୟ ଅମଳ ଉପରେ ପ୍ରଭାବ ପକାଇବ। 

Advertisement
Farmers Protest 2024: ସରକାରଙ୍କ ପ୍ରସ୍ତାବକୁ କୃଷକଙ୍କ ପ୍ରତ୍ୟାଖ୍ୟାନ, ଆସନ୍ତାକାଲି ‘ଦିଲ୍ଲୀ ଚଲୋ’
Stop
Zee Odisha Desk|Updated: Feb 20, 2024, 10:38 AM IST

Farmers Protest 2024 (ଭୁବନେଶ୍ୱର) : ଏମ୍‍ଏସ୍‍ପି ପ୍ରସଙ୍ଗରେ ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଚାଷୀ ସଂଗଠନ। ଏହାସହ ଆସନ୍ତା କାଲି ‘ଦିଲ୍ଲୀ ଚଲୋ’ ଡାକରା ଦେଇଛନ୍ତି। ଏହି କ୍ରମରେ ଦିଲ୍ଲୀ ସୀମାରେ ଉତ୍ତେଜନା ଓ ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କା କରିଛି ପ୍ରଶାସନ। କୃଷକ ନେତା ଜଗଜିତ ସିଂ ଦଲେଓ୍ୱାଲ କହିଛନ୍ତି, ମାତ୍ର ତିନୋଟି ଶସ୍ୟ ଉପରେ ଏମ୍‍ଏସ୍‍ପିକୁ ନିରନ୍ତର ରଖିବାର ପ୍ରତିଶୃତି ଦେବା ଅନ୍ୟ ଶସ୍ୟ ଅମଳ ଉପରେ ପ୍ରଭାବ ପକାଇବ। ଏହା ସମ୍ପୃକ୍ତ ଚାଷୀଙ୍କୁ ଅବହେଳା ହେବ। ଏଣୁ ସମସ୍ତ ୨୩ ଶସ୍ୟ ଉପରେ ଏମ୍‍ଏସ୍‍ପି ଗ୍ୟାରେଣ୍ଟି ଦାବି କରି ଆସନ୍ତାକାଲି ଠାରୁ ଶାନ୍ତପୂର୍ଣ୍ଣ ଭାବେ ଆନ୍ଦୋଳନ ଡାକରା ଦିଆଯାଇଥିବା ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। 

ପଞ୍ଜାବ ଓ ହରିୟାଣା ସୀମା ନିକଟସ୍ଥ ସମ୍ଭୁ ବର୍ଡରରେ ଗଣମାଧ୍ୟମକୁ ସୂଚନା ଦେଇ କୃଷକ ନେତା ସରଓ୍ୱନ୍‍ ସିଂ ପାନ୍ଧେର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବୁଧବାର ଠାରୁ ଶାନ୍ତିପୂର୍ଣ୍ଣ ଭାବେ ଚାଷୀମାନେ ଦିଲ୍ଲୀ ଭିତରେ ପ୍ରବେଶ କରିବେ। କେନ୍ଦ୍ର ସରକାରଙ୍କ ସହ ଆଲୋଚନା ସମୟରେ ୩ଟି ଶସ୍ୟ କପା ଏବଂ ମକା ଭଳି ଉତ୍ପାଦ ଉପରେ ୫ ବର୍ଷ ଲାଗି ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବାକୁ ସରକାର ପ୍ରତିଶୃତି ଦେଇଥିଲେ। ହେଲେ ଚାଷୀମାନେ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସରକାର ଯେଉଁ ପାଣ୍ଠିକୁ ତୈଳ ଆମଦାନୀ ଲାଗି ଖର୍ଚ୍ଚ କରୁଛନ୍ତି ତାହାକୁ କୃଷକଙ୍କ ହିତରେ ଲଗାଇବାକୁ ଦାବି କରିଛନ୍ତି ଚାଷୀ ସଂଗଠନ।  ଏହା ସହ ସ୍ୱାମୀ ନାଥନ କମିଶନ ଦେଇଥିବା ଅନୁମୋଦନକୁ ଲାଗୁ କରିବା, କୃଷକ ଓ ଶ୍ରମିକଙ୍କୁ ପେନ୍‍ସନ୍‍ ପ୍ରଦାନ, ଚାଷୀଙ୍କ ଉପରେ ଲାଗିଥିବା ମାମଲା ପ୍ରତ୍ୟାହାର, ଲକ୍ଷ୍ମୀପୁର ଖେରି ଘଟଣାରେ ପୀଡ଼ିତଙ୍କୁ ନ୍ୟାୟ ପ୍ରଦାନ ଆଦି ଦାବି କୃଷକମାନେ ସରକାରଙ୍କ ଆଗରେ ରଖିଛନ୍ତି।

Read More
{}{}