Hindi News >>Home >>Odisha National-International

Train Cancelled List: ରେଲୱେ ବାତିଲ କଲା ପୁଣି ୯୫ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି ଟ୍ରେନ; ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ସଂପୂର୍ଣ୍ଣ ତାଲିକା

Train Cancelled List: ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ଧ୍ୟାନ ଦିଅନ୍ତୁ ଯେ ବିଭିନ୍ନ କାରଣରୁ ଭାରତୀୟ ରେଳ ଆଜି ଅନେକ ଟ୍ରେନ୍ ବାତିଲ କରିଦେଇଛି । ଏହି ଡାଇଭର୍ଟ, ରିଶିଡ୍ୟୁଲ ଏବଂ ବାତିଲ ଟ୍ରେନ୍ ଗୁଡିକରେ ଏକ୍ସପ୍ରେସ ଟ୍ରେନ୍, ମେଲ୍ ଟ୍ରେନ୍ ଏବଂ ସମସ୍ତ ତିନି ପ୍ରକାରର ପ୍ରିମିୟମ୍ ଟ୍ରେନ୍ ସାମିଲ ରହିଛି ।

Advertisement
Train Cancelled List: ରେଲୱେ ବାତିଲ କଲା ପୁଣି ୯୫ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି ଟ୍ରେନ; ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ସଂପୂର୍ଣ୍ଣ ତାଲିକା
Stop
Zee Odisha Desk|Updated: Oct 28, 2022, 09:09 AM IST

Train Cancelled List 28 October 2022: ଦୀପାବଳି ପରେ ମଧ୍ୟ ରେଳ ଯାତ୍ରୀଙ୍କ ସମସ୍ୟା କମ୍ ହେବାର ନାମ ନେଉନାହିଁ । ଭାରତୀୟ ରେଲୱେ ଆଜି (ଶୁକ୍ରବାର) ଅର୍ଥାତ ଅକ୍ଟୋବର ୨୮ ୯୫ ଟ୍ରେନକୁ ବାତିଲ କରି ଦେଇଛି । ଟ୍ରେନ୍ ବାତିଲ୍ ଯୋଗୁଁ ଦୀପାବଳି ପରେ ଘରୁ ନିଜ କର୍ମକ୍ଷେତ୍ରକୁ ଫେରୁଥିବା ଲୋକମାନେ ଅସୁବିଧାର ସାମ୍ନା କରିବେ । ଯଦି ଆପଣ ଆଜି ପାଇଁ ଟିକେଟ୍ ବୁକ୍ କରିସାରିଛନ୍ତି, ତେବେ ଆପଣଙ୍କ ଟ୍ରେନର ସ୍ଥିତି ଦେଖିବା ପରେ ହିଁ ଘରୁ ବାହାରକୁ ବାହାରନ୍ତୁ । ନଚେତ୍ ଆପଣ ଷ୍ଟେସନକୁ ଯିବେ ଓ ଆପଣଙ୍କର ଟ୍ରେନ୍ ଆସିବ ନାହିଁ । ଏଭଳି ପରିସ୍ଥିତିରେ ଯାତ୍ରାକୁ କରିବା ପୂର୍ବରୁ ଏହା ଜାଣିବା ଜରୁରୀ ଯେ ଆପଣଙ୍କର ଟ୍ରେନ୍ ବାତିଲ ହୋଇଛି କି ଡାଇଭର୍ଟ ହୋଇଛି ନା ରିଶିଡ୍ୟୁଲ କରାଯାଇଛି । ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ଧ୍ୟାନ ଦିଅନ୍ତୁ ଯେ ବିଭିନ୍ନ କାରଣରୁ ଭାରତୀୟ ରେଳ ଆଜି ଅନେକ ଟ୍ରେନ୍ ବାତିଲ କରିଦେଇଛି । 

ଆଜି ଅର୍ଥାତ ଅକ୍ଟୋବର ୨୮ରେ ରେଲୱେ ୯୫ ଟ୍ରେନ୍ ବାତିଲ (Cancel Train List of 28 October 2022) କରିଛି । ତେଣୁ ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ପ୍ରଥମେ ଆପଣଙ୍କର ଟ୍ରେନ୍ ବାତିଲ ହୋଇଛି କି ନାହିଁ ତାହା ଜାଣି ନିଅନ୍ତୁ । ଏହି ଡାଇଭର୍ଟ, ରିଶିଡ୍ୟୁଲ ଏବଂ ବାତିଲ ଟ୍ରେନ୍ ଗୁଡିକରେ ଏକ୍ସପ୍ରେସ ଟ୍ରେନ୍, ମେଲ୍ ଟ୍ରେନ୍ ଏବଂ ସମସ୍ତ ତିନି ପ୍ରକାରର ପ୍ରିମିୟମ୍ ଟ୍ରେନ୍ ସାମିଲ ରହିଛି । ଆଜି ଅର୍ଥାତ୍ ଅକ୍ଟୋବର ୨୮ରେ ରେଲୱେ ମୋଟ ୯୫ ଟ୍ରେନ୍ ସଂପୂର୍ଣ୍ଣ ବା ଆଂଶିକ ଭାବେ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଏହାସହ ୨୨ଟି ଟ୍ରେନର ସୋର୍ସ ଷ୍ଟେସନରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଗତକାଲି ଅର୍ଥାତ ଅକ୍ଟୋବର ୨୭ରେ ମଧ୍ୟ ୧୦୦ରୁ ଅଧିକ ଟ୍ରେନକୁ ବାତିଲ କରାଯାଇଥିଲା ।

ଆପଣଙ୍କୁ କହି ରଖୁଛୁ ଯେ ଟ୍ରେନ୍ ବାତିଲ୍ ପଛରେ ଅନେକ ଭିନ୍ନ କାରଣ ଅଛି । ଏହାର ମୁଖ୍ୟ କାରଣ ହେଉଛି ଖରାପ ପାଗ ।  ଏଭଳି ପରିସ୍ଥିତିରେ ଅନେକ ଟ୍ରେନକୁ ବାତିଲ କରିବାକୁ ପଡିଛି କିମ୍ବା ଏହାର ସମୟ ଓ ମାର୍ଗ ପରିବର୍ତ୍ତନ କରିବାକୁ ପଡ଼ିଛି । ଏହା ବ୍ୟତୀତ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଅନେକ ଥର ଟ୍ରେନକୁ ବାତିଲ କରିବାକୁ ପଡ଼ିଥାଏ । ବାତିଲ ହୋଇଥିବା ଟ୍ରେନଗୁଡ଼ିକ ମଧ୍ୟରୁ ଉତ୍ତର ପ୍ରଦେଶ, ଝାରଖଣ୍ଡ, ଛତିଶଗଡ଼, ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଏବଂ ବିହାର ଯାଉଥିବା ଟ୍ରେନ ସାମିଲ ରହିଛି । ରେଳ ଚଳାଚଳ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଥାଏ । ଏହା ସହିତ ଟ୍ରାଫିକ୍ ବ୍ଲକ୍ ଓ ରେଳ ଟ୍ରାକ୍ ମରାମତି ଯୋଗୁଁ ଟ୍ରେନ୍ ଗୁଡିକ ମଧ୍ୟ ବାତିଲ୍ କରିବାକୁ ପଡିଛି । ପ୍ରତିଦିନ ଶହ ଶହ ଟ୍ରେନ୍ ରେଳ ଟ୍ରାକ୍ ଦେଇ ଯାଇଥାଏ ।

ଅଧିକ ପଢ଼ନ୍ତୁ:-ଦିଲ୍ଲୀ ହାଇକୋର୍ଟରେ ମୋଦି ସରକାରଙ୍କ ବିରୋଧରେ ପିଟିସନ ଦାଖଲ କଲେ ବିଜେପି ନେତା, ଜାଣନ୍ତୁ କ'ଣ ରହିଛି ମାମଲା

ଅଧିକ ପଢ଼ନ୍ତୁ:-ରୋହିତ ଶର୍ମା ରଚିଲେ ଇତିହାସ, ଟି-20 କ୍ରିକେଟରେ ଏପରି ରେକର୍ଡ କରିଥିବା ପ୍ରଥମ ଭାରତୀୟ

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପରେ ପାକିସ୍ତାନ ପାଇଁ ସେମିଫାଇନାଲର ରାସ୍ତା ବନ୍ଦ! ଜାଣନ୍ତୁ କେଉଁ କେଉଁ ଦଳକୁ ମିଳିବ ସେମିଫାଇନାଲ ଟିକେଟ

 

ଯଦି ଆପଣ ମଧ୍ୟ ବାତିଲ୍, ରିଶିଡ୍ୟୁଲ ଏବଂ ଡାୟଭର୍ଟ ଟ୍ରେନ୍ ଗୁଡ଼ିକର ତାଲିକା ଚେକ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣ କିଛି ସହଜ ପଦକ୍ଷେପ ଅନୁସରଣ କରି ଏହାକୁ ଚେକ୍ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ପଦ୍ଧତି ବିଷୟରେ- 

ଏହିପରି ଦେଖନ୍ତୁ ଆପଣଙ୍କର ଟ୍ରେନ୍ ସ୍ଥିତି

ଭାରତୀୟ ରେଳବାଇ ଦ୍ୱାରା ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ, ଆପଣଙ୍କୁ ପ୍ରଥମେ enquiry.indianrail.gov.in/mntes/ କୁ ଯିବାକୁ ପଡିବ । ତା’ପରେ ସେଠାରେ ଆପଣ ସ୍କ୍ରିନର ଡାହାଣ ପାର୍ଶ୍ୱରେ ଥିବା ଉପର ପ୍ୟାନେଲରେ  Exceptional Trains ଲେଖା ଦେଖିବେ, ଏଥିରେ କ୍ଲିକ୍ କରନ୍ତୁ । ଆପଣ ଏହା ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କୁ ଅନେକ ବିକଳ୍ପ ଦେଖିବାକୁ ମିଳିବ, ସେଥିମଧ୍ୟରୁ ଗୋଟିଏ ବାତିଲ ହୋଇଥିବା ଟ୍ରେନ୍ ପାଇଁ ହେବ । ଯଦି ଆପଣ ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ ଚାହାଁନ୍ତି, ତେବେ ଏଥିରେ କ୍ଲିକ୍ କରନ୍ତୁ । ଏହା ପରେ ବାତିଲ, ପୁନଃନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା ଆପଣଙ୍କ ପରଦାରେ ଦେଖାଯିବ, ଯାହା ଦ୍ୱାରା ଆପଣ ଆପଣଙ୍କର ଆବଶ୍ୟକତା ଅନୁଯାୟୀ ସୂଚନା ପାଇପାରିବେ ।

Read More
{}{}