Hindi News >>Home >>Odisha National-International

Train Cancelled List 29 November 2022: ରେଲୱେ ବାତିଲ କଲା ପୁଣି ୨୦୦ ଟ୍ରେନ୍, ଓଡ଼ିଶାର ବି ଅଛି ଅନେକ ଟ୍ରେନ; ଘରୁ ବାହାରିବା ପୂର୍ବରୁ ଚେକ୍ କରିନିଅନ୍ତୁ ଲିଷ୍ଟ୍

Train Cancelled List 29 November 2022: ସୂଚନାଯୋଗ୍ୟ, ଏହି ତାଲିକା ରେଳବାଇ ଦ୍ୱାରା କ୍ରମାଗତ ଭାବରେ ଅପଡେଟ୍ ହେଉଛି । ଏଭଳି ପରିସ୍ଥିତିରେ ଟ୍ରେନ୍ ବାତିଲ୍, ଡାଇଭର୍ଟ ଏବଂ ରିଶିଡ୍ୟୁଲ ସଂଖ୍ୟା ବୃଦ୍ଧି ହେବାର ସମ୍ଭବ ଅଛି । ତେଣୁ ଏହା ଜରୁରୀ ଯେ ଆପଣ ଏହି ବିଷୟରେ ସର୍ବଶେଷ ସୂଚନା ପାଇବା ପାଇଁ ୱେବସାଇଟ୍ ବ୍ୟବହାର କରନ୍ତୁ ।

Advertisement
Train Cancelled List 29 November 2022: ରେଲୱେ ବାତିଲ କଲା ପୁଣି ୨୦୦ ଟ୍ରେନ୍, ଓଡ଼ିଶାର ବି ଅଛି ଅନେକ ଟ୍ରେନ; ଘରୁ ବାହାରିବା ପୂର୍ବରୁ ଚେକ୍ କରିନିଅନ୍ତୁ ଲିଷ୍ଟ୍
Stop
Zee Odisha Desk|Updated: Nov 29, 2022, 11:03 AM IST

Train Cancelled List 29 November 2022: ଭାରତୀୟ ରେଳ (Indian Railways) ସାଧାରଣ ଲୋକଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ପ୍ରତିଦିନ ବହୁ ସଂଖ୍ୟକ ଲୋକ ଟ୍ରେନରେ ଯାତ୍ରା କରନ୍ତି । ଏହା ଦୁନିଆର ସବୁଠୁ ବଡ଼ ରେଳ ନେଟୱାର୍କ ମଧ୍ୟରୁ ଗୋଟିଏ । ଏପରି ପରିସ୍ଥିତିରେ ଲୋକମାନଙ୍କୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ପ୍ରତିଦିନ ହଜାର ହଜାର ଟ୍ରେନ୍ (Trains) ଚଳାଯାଉଛି । ଏହି କାରଣରୁ ଏହାକୁ ଭାରତର ଲାଇଫ୍ ଲାଇନ୍ କୁହାଯାଏ । ବେଳେବେଳେ ବିଭିନ୍ନ କାରଣରୁ କେତେକ ଟ୍ରେନ୍ ଡାଇଭର୍ଟ, ରିଶିଡ୍ୟୁଲ  ଏବଂ ବାତିଲ୍ କରିବାକୁ ପଡେ । ଏହି କାରଣରୁ ଲୋକଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହି ଡାଇଭର୍ଟ, ରିଶିଡ୍ୟୁଲ ଏବଂ ବାତିଲ ଟ୍ରେନ୍ ଗୁଡିକରେ ଏକ୍ସପ୍ରେସ ଟ୍ରେନ୍, ମେଲ୍ ଟ୍ରେନ୍ ଏବଂ ସମସ୍ତ ତିନି ପ୍ରକାରର ପ୍ରିମିୟମ୍ ଟ୍ରେନ୍ ସାମିଲ ରହିଛି । ଆଜି ଅର୍ଥାତ ନଭେମ୍ୱର ୨୯ରେ ରେଲୱେ ୨୦୦ ଟ୍ରେନ୍ ବାତିଲ (Cancel Train List of 29 November 2022) କରିଛି । ତେଣୁ ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ପ୍ରଥମେ ଆପଣଙ୍କର ଟ୍ରେନ୍ ବାତିଲ ହୋଇଛି କି ନାହିଁ ତାହା ଜାଣି ନିଅନ୍ତୁ । 

ଆଜି ଅର୍ଥାତ୍ ନଭେମ୍ୱର ୨୯ରେ ରେଲୱେ ମୋଟ ୨୦୦ ଟ୍ରେନ୍ ସଂପୂର୍ଣ୍ଣ ବା ଆଂଶିକ ଭାବେ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଏଥିରୁ ୧୬୪ଟି ଟ୍ରେନକୁ ସଂପୂର୍ଣ୍ଣ ଭାବେ ବାତିଲ କରାଯାଇଥିବାବେଳେ ୩୬ଟି ଟ୍ରେନକୁ ଆଂଶିକ ଭାବେ ବାତିଲ କରାଯାଇଛି । ଏହାସହ ୫୮ଟି ଟ୍ରେନର ରୁଟ୍ ଡାଇଭର୍ଟ କରାଯାଇଛି । ଏହାସହ ୧୭ଟି ଟ୍ରେନକୁ ରିଶିଡ୍ୟୁଲ କରାଯାଇଛି । ସୂଚନାଯୋଗ୍ୟ, ଏହି ତାଲିକା ରେଳବାଇ ଦ୍ୱାରା କ୍ରମାଗତ ଭାବରେ ଅପଡେଟ୍ ହେଉଛି । ଏଭଳି ପରିସ୍ଥିତିରେ ଟ୍ରେନ୍ ବାତିଲ୍, ଡାଇଭର୍ଟ ଏବଂ ରିଶିଡ୍ୟୁଲ ସଂଖ୍ୟା ବୃଦ୍ଧି ହେବାର ସମ୍ଭବ ଅଛି । ତେଣୁ ଏହା ଜରୁରୀ ଯେ ଆପଣ ଏହି ବିଷୟରେ ସର୍ବଶେଷ ସୂଚନା ପାଇବା ପାଇଁ ୱେବସାଇଟ୍ ବ୍ୟବହାର କରନ୍ତୁ ।

ଆପଣଙ୍କୁ କହି ରଖୁଛୁ ଯେ ଟ୍ରେନ୍ ବାତିଲ୍ ପଛରେ ଅନେକ ଭିନ୍ନ କାରଣ ଅଛି । ଏହାର ମୁଖ୍ୟ କାରଣ ହେଉଛି ଖରାପ ପାଗ । ଏଭଳି ପରିସ୍ଥିତିରେ ଅନେକ ଟ୍ରେନକୁ ବାତିଲ କରିବାକୁ ପଡିଛି କିମ୍ବା ଏହାର ସମୟ ଓ ମାର୍ଗ ପରିବର୍ତ୍ତନ କରିବାକୁ ପଡ଼ିଛି । ଏହା ବ୍ୟତୀତ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଅନେକ ଥର ଟ୍ରେନକୁ ବାତିଲ କରିବାକୁ ପଡ଼ିଥାଏ । ବାତିଲ ହୋଇଥିବା ଟ୍ରେନଗୁଡ଼ିକ ମଧ୍ୟରୁ ଉତ୍ତର ପ୍ରଦେଶ, ଝାରଖଣ୍ଡ, ଛତିଶଗଡ଼, ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଏବଂ ବିହାର ଯାଉଥିବା ଟ୍ରେନ ସାମିଲ ରହିଛି । ରେଳ ଚଳାଚଳ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଥାଏ । ଏହା ସହିତ ଟ୍ରାଫିକ୍ ବ୍ଲକ୍ ଓ ରେଳ ଟ୍ରାକ୍ ମରାମତି ଯୋଗୁଁ ଟ୍ରେନ୍ ଗୁଡିକ ମଧ୍ୟ ବାତିଲ୍ କରିବାକୁ ପଡିଛି । ପ୍ରତିଦିନ ଶହ ଶହ ଟ୍ରେନ୍ ରେଳ ଟ୍ରାକ୍ ଦେଇ ଯାଇଥାଏ ।

ଅଧିକ ପଢ଼ନ୍ତୁ:-ବାଂଲାଦେଶ ଗସ୍ତ ପାଇଁ ବିସିସିଆଇ ନେଲା ବଡ଼ ନିଷ୍ପତ୍ତି, ଏହି ୩ ଦିଗ୍ଗଜଙ୍କୁ ମିଳିଲା ଟିମ୍ ଇଣ୍ଡିଆର କୋଚ୍ ଦାୟିତ୍ୱ

ଅଧିକ ପଢ଼ନ୍ତୁ:-ସିରିଜ ବଞ୍ଚାଇବା ପାଇଁ ଶିଖର ଧାୱନଙ୍କୁ କରିବାକୁ ହେବ ଏହି କାମ, ତେବେ ଯାଇ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବିଜୟ ହେବ ସୁନିଶ୍ଚିତ!

ଅଧିକ ପଢ଼ନ୍ତୁ:-ଶାରୀରିକ ସମ୍ପର୍କ ଗଢ଼ିବା ପରେ ପରିସ୍ରା କରିବା କାହିଁକି ହୋଇଥାଏ ଜରୁରୀ? ଏସବୁ ଦିଗ ପ୍ରତି ରଖନ୍ତୁ ବିଶେଷ ଧ୍ୟାନ

 

ଯଦି ଆପଣ ମଧ୍ୟ ବାତିଲ୍, ରିଶିଡ୍ୟୁଲ ଏବଂ ଡାୟଭର୍ଟ ଟ୍ରେନ୍ ଗୁଡ଼ିକର ତାଲିକା ଚେକ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣ କିଛି ସହଜ ପଦକ୍ଷେପ ଅନୁସରଣ କରି ଏହାକୁ ଚେକ୍ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ପଦ୍ଧତି ବିଷୟରେ- 

ଏହିପରି ଦେଖନ୍ତୁ ଆପଣଙ୍କର ଟ୍ରେନ୍ ସ୍ଥିତି

ଭାରତୀୟ ରେଳବାଇ ଦ୍ୱାରା ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ, ଆପଣଙ୍କୁ ପ୍ରଥମେ enquiry.indianrail.gov.in/mntes/ କୁ ଯିବାକୁ ପଡିବ । ତା’ପରେ ସେଠାରେ ଆପଣ ସ୍କ୍ରିନର ଡାହାଣ ପାର୍ଶ୍ୱରେ ଥିବା ଉପର ପ୍ୟାନେଲରେ  Exceptional Trains ଲେଖା ଦେଖିବେ, ଏଥିରେ କ୍ଲିକ୍ କରନ୍ତୁ । ଆପଣ ଏହା ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କୁ ଅନେକ ବିକଳ୍ପ ଦେଖିବାକୁ ମିଳିବ, ସେଥିମଧ୍ୟରୁ ଗୋଟିଏ ବାତିଲ ହୋଇଥିବା ଟ୍ରେନ୍ ପାଇଁ ହେବ । ଯଦି ଆପଣ ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ ଚାହାଁନ୍ତି, ତେବେ ଏଥିରେ କ୍ଲିକ୍ କରନ୍ତୁ । ଏହା ପରେ ବାତିଲ, ପୁନଃନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା ଆପଣଙ୍କ ପରଦାରେ ଦେଖାଯିବ, ଯାହା ଦ୍ୱାରା ଆପଣ ଆପଣଙ୍କର ଆବଶ୍ୟକତା ଅନୁଯାୟୀ ସୂଚନା ପାଇପାରିବେ ।

Read More
{}{}