Hindi News >>Home >>Odisha National-International

ପ୍ରବଳ ବର୍ଷା ଓ ବନ୍ୟାର ପ୍ରଭାବ: ଆଜି ମଧ୍ୟ ରେଲୱେ ବାତିଲ କଲା ୧୧୧ ଟ୍ରେନ୍, ଦେଖନ୍ତୁ ପୂରା ତାଲିକା

Train Cancelled List: ଆପଣଙ୍କୁ କହି ରଖୁଛୁ ଯେ ଟ୍ରେନ୍ ବାତିଲ୍ ପଛରେ ଅନେକ ଭିନ୍ନ କାରଣ ଅଛି । ଏହାର ମୁଖ୍ୟ କାରଣ ହେଉଛି ଖରାପ ପାଗ । ଏହି ସମୟରେ ଦେଶରେ ମୌସୁମୀ ଜାରି ରହିଛି । 

Advertisement
ପ୍ରବଳ ବର୍ଷା ଓ ବନ୍ୟାର ପ୍ରଭାବ: ଆଜି ମଧ୍ୟ ରେଲୱେ ବାତିଲ କଲା ୧୧୧ ଟ୍ରେନ୍, ଦେଖନ୍ତୁ ପୂରା ତାଲିକା
Stop
Tamal Bakchi|Updated: Jul 29, 2022, 08:11 PM IST

ନୂଆଦିଲ୍ଲୀ: Train Cancelled List: ଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ପ୍ରଭାବ ଯାତାୟାତ ଉପରେ ପଡ଼ିଛି | ଯେଉଁ କାରଣରୁ ଟ୍ରେନ (Trains) ସେବା ମଧ୍ୟ ପ୍ରଭାବିତ ହୋଇଛି । ସେଥିପାଇଁ ଭାରତୀୟ ରେଳ (Indian railways) ଆଜି ମଧ୍ୟ ଅନେକ ଟ୍ରେନକୁ ବାତିଲ (Train Cancel) କରିଦେଇଛି । ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି । ଏଭଳି ପରିସ୍ଥିତିରେ ଯାତ୍ରା ପାଇଁ ଘରୁ ବାହାରିବା ପୂର୍ବରୁ ଜାଣିବା ଜରୁରୀ ଯେ ଆପଣଙ୍କ ଟ୍ରେନ୍ ବାତିଲ ହୋଇଛି କି ଡାଇଭର୍ଟ ହୋଇଛି ନା ରିଶେଡ୍ୟୁଲ କରାଯାଇଛି।

ଆଜି ଅର୍ଥାତ ଜୁଲାଇ ୨୯ରେ ରେଲୱେ ୧୧୧ଟି ଟ୍ରେନ୍ ବାତିଲ (Cancel Train List of 29 July 2022) କରିଛି । ଏହା ସହ ରେଲୱେ ୩୭ଟି ଟ୍ରେନର ରୁଟରେ ପରିବର୍ତ୍ତନ ଅର୍ଥାତ ଡାଇଭର୍ଟ (Diverted Train on 29 July 2022) କରିବାକୁ ନିଷ୍ପତ୍ତି ନେଇଛି ।  ଏହା ବ୍ୟତୀତ ୫ଟି ଟ୍ରେନକୁ ରିଶେଡ୍ୟୁଲ କରାଯାଇଛି । ତେଣୁ ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ପ୍ରଥମେ ଆପଣଙ୍କର ଟ୍ରେନ୍ ବାତିଲ ହୋଇଛି କି ନାହିଁ ତାହା ଜାଣି ନିଅନ୍ତୁ । ଏହି ବାତିଲ, ଡାଇଭର୍ଟ ଏବଂ ରିଶିଡ୍ୟୁଲ ଟ୍ରେନ୍ ଗୁଡିକରେ ଏକ୍ସପ୍ରେସ ଟ୍ରେନ୍, ମେଲ୍ ଟ୍ରେନ୍ ଏବଂ ସମସ୍ତ ତିନି ପ୍ରକାରର ପ୍ରିମିୟମ୍ ଟ୍ରେନ୍ ସାମିଲ ରହିଛି । 

ଆପଣଙ୍କୁ କହି ରଖୁଛୁ ଯେ ଟ୍ରେନ୍ ବାତିଲ୍ ପଛରେ ଅନେକ ଭିନ୍ନ କାରଣ ଅଛି । ଏହାର ମୁଖ୍ୟ କାରଣ ହେଉଛି ଖରାପ ପାଗ । ଏହି ସମୟରେ ଦେଶରେ ମୌସୁମୀ ଜାରି ରହିଛି । ଏଭଳି ପରିସ୍ଥିତିରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଏଭଳି ପରିସ୍ଥିତିରେ ଅନେକ ଟ୍ରେନକୁ ବାତିଲ କରିବାକୁ ପଡିଛି କିମ୍ବା ଏହାର ସମୟ ଏବଂ ମାର୍ଗ ପରିବର୍ତ୍ତନ କରିବାକୁ ପଡ଼ିଛି । ଏହା ବ୍ୟତୀତ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଅନେକ ଥର ଟ୍ରେନକୁ ବାତିଲ କରିବାକୁ ପଡ଼ିଥାଏ । ଯଦି ଆପଣ ମଧ୍ୟ ବାତିଲ୍, ରିଶିଡ୍ୟୁଲ ଏବଂ ଡାୟଭର୍ଟ ଟ୍ରେନ୍ ଗୁଡ଼ିକର ତାଲିକା ଚେକ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣ କିଛି ସହଜ ପଦକ୍ଷେପ ଅନୁସରଣ କରି ଏହାକୁ ଚେକ୍ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ପଦ୍ଧତି ବିଷୟରେ- 

ଏହା ବି ପଢ଼ନ୍ତୁ:-ପିଏମ ମୋଦି ଖୁବ୍ ଶୀଘ୍ର ପୂରଣ କରିବେ ଆଉ ଏକ ପ୍ରତିଶ୍ରୁତି! ଏହାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା

ଏହା ବି ପଢ଼ନ୍ତୁ:-ୱେଷ୍ଟଇଣ୍ଡିଜ ବିପକ୍ଷରେ ଟିମ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଫାଇନାଲ୍! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍?

ଏହା ବି ପଢ଼ନ୍ତୁ:-ପାର୍ଥ ଚାଟାର୍ଜୀଙ୍କ ପାଇଁ ଏବେ ବି ଖୋଲା ଅଛି ଟିଏମସିର ଦ୍ୱାର, ଅଭିଷେକ ବାନାର୍ଜୀ କହିଲେ ଫେରିବାର ସର୍ତ୍ତ

 

ଏହିପରି ଦେଖନ୍ତୁ ଆପଣଙ୍କର ଟ୍ରେନ୍ ସ୍ଥିତି

ଭାରତୀୟ ରେଳବାଇ ଦ୍ୱାରା ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ, ଆପଣଙ୍କୁ ପ୍ରଥମେ enquiry.indianrail.gov.in/mntes/ କୁ ଯିବାକୁ ପଡିବ । ତା’ପରେ ସେଠାରେ ଆପଣ ସ୍କ୍ରିନର ଡାହାଣ ପାର୍ଶ୍ୱରେ ଥିବା ଉପର ପ୍ୟାନେଲରେ  Exceptional Trains ଲେଖା ଦେଖିବେ, ଏଥିରେ କ୍ଲିକ୍ କରନ୍ତୁ । ଆପଣ ଏହା ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କୁ ଅନେକ ବିକଳ୍ପ ଦେଖିବାକୁ ମିଳିବ, ସେଥିମଧ୍ୟରୁ ଗୋଟିଏ ବାତିଲ ହୋଇଥିବା ଟ୍ରେନ୍ ପାଇଁ ହେବ । ଯଦି ଆପଣ ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ ଚାହାଁନ୍ତି, ତେବେ ଏଥିରେ କ୍ଲିକ୍ କରନ୍ତୁ । ଏହା ପରେ ବାତିଲ, ପୁନଃନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା ଆପଣଙ୍କ ପରଦାରେ ଦେଖାଯିବ, ଯାହା ଦ୍ୱାରା ଆପଣ ଆପଣଙ୍କର ଆବଶ୍ୟକତା ଅନୁଯାୟୀ ସୂଚନା ପାଇପାରିବେ ।

Read More
{}{}