Hindi News >>Home >>Odisha National-International

Bageshwar Dham: ବାଗେଶ୍ବର ବାବାଙ୍କୁ ହତ୍ୟା ଧମକ, ଥାନାରେ ଏତଲା

Bageshwar Dham: ବାଗେଶ୍ବର ବାବାଙ୍କୁ (Bageshwar Dham Baba) ହତ୍ୟା ଧମକ। ଉତ୍ତରପ୍ରଦେଶର ବରେଲିରେ ଥିବା ବାଗେଶ୍ୱର ଧାମର ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ହତ୍ୟା ଧମକ ମିଳିଥିବା ଜଣାପଡ଼ିଛି। ଫେସବୁକ୍ ମାଧ୍ୟମରେ ଏହି ଧମକ ଦିଆଯାଇଛି। ଏହି ବିଷୟରେ ଜାଣିବା ପରେ ହିନ୍ଦୁ ସଂଗଠନର କର୍ମୀ ମାନେ ରାଗି ଯିବା ସହ ବରେଲିର କୋତୱାଲୀ ପୋଲିସ ଷ୍ଟେସନରେ ଏତଲା ଦେଇଛନ୍ତି।

Advertisement
Bageshwar Dham: ବାଗେଶ୍ବର ବାବାଙ୍କୁ ହତ୍ୟା ଧମକ, ଥାନାରେ ଏତଲା
Stop
Zee Odisha Desk|Updated: Apr 10, 2024, 03:45 PM IST

Bageshwar Dham Baba: ବାଗେଶ୍ବର ବାବାଙ୍କୁ (Bageshwar Dham Baba) ହତ୍ୟା ଧମକ। ଉତ୍ତରପ୍ରଦେଶର ବରେଲିରେ ଥିବା ବାଗେଶ୍ୱର ଧାମର ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ହତ୍ୟା ଧମକ ମିଳିଥିବା ଜଣାପଡ଼ିଛି। ଫେସବୁକ୍ ମାଧ୍ୟମରେ ଏହି ଧମକ ଦିଆଯାଇଛି। ଏହି ବିଷୟରେ ଜାଣିବା ପରେ ହିନ୍ଦୁ ସଂଗଠନର କର୍ମୀ ମାନେ ରାଗି ଯିବା ସହ ବରେଲିର କୋତୱାଲୀ ପୋଲିସ ଷ୍ଟେସନରେ ଏତଲା ଦେଇଛନ୍ତି।

‘ଅଲଗା କରିଦେବୁ ମୁଣ୍ଡ ଗଣ୍ଡି’ ଉତ୍ତରପ୍ରଦେଶ ବରେଲିରେ ଥିବା ବାଗେଶ୍ୱର ଧାମର ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ମିଳିଛି ଏଭଳି ହତ୍ୟା ଧମକ । ଫେସବୁକ୍ ମାଧ୍ୟମରେ ଜଣେ ଦୁର୍ବୃତ୍ତ ତାଙ୍କୁ ଏହି ଧମକ ଦେଇଛି। ଏହି ଖବର ସାମ୍ନାକୁ ଆସିବା ପରେ ହିନ୍ଦୁ ସଂଗଠନର କର୍ମୀମାନେ ରାଗି ଯାଇଛନ୍ତି। ଏହାକୁ ବିରୋଧ କରି ସେମାନେ ବରେଲିର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ କୁହାଯାଇଛି ଯେ, ସନାତନ ଧର୍ମ ଗୁରୁ ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଫଟୋକୁ ଅଶ୍ଳୀଳ କରାଯାଇ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି। ତାଙ୍କ ମୁଣ୍ଡକୁ ଶରୀରରୁ ଅଲଗା କରାଯିବ ବୋଲି ଏକ ଅଡିଓ ମଧ୍ୟ ସେଥିରେ ରହିଛି। ଏହି ଭିଡିଓ ହିନ୍ଦୁମାନଙ୍କୁ ଆଘାତ ଦେଇଛି। ଏହାକୁ ନେଇ ଲୋକଙ୍କ ମନରେ ଆକ୍ରୋଶ ସୃଷ୍ଟି ହୋଇଛି। ତେଣୁ ତୁରନ୍ତ ଏଭଳି କାର୍ଯ୍ୟ କରିଥିବା ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

Also Read- Arvind Kejriwal: ପୁଣି ଅଡୁଆରେ କେଜ୍ରିଓ୍ୱାଲ, ଆଉ ଏକ ଆବେଦନ ଖାରଜ କଲେ କୋର୍ଟ

ଏତଲା ପରେ କୋତୱାଲି ପୋଲିସ ଫୈଜ ରାଜା ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଧାରା ୫୦୫(୨) ଅନୁଯାୟୀ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ କରାଯାଉଥିବା ବେଳେ ଅଭିଯୁକ୍ତ ଗିରଫ ହେଲେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।

 

Read More
{}{}