Hindi News >>Home >>Odisha National-International

ମହିଳାଙ୍କ ଅଜବ ନିଶା, ରୋଷେଇ ଘରେ ପାଳିଛନ୍ତି ୫୦ ମୂଷା

ଆମେରିକାର ଜଣେ ମହିଳାଙ୍କୁ ଅଜବ-ଗଜବ ନିଶା ଘାରିଛି। ନିଜ ରୋଷେଇଘରେ ପାଳୁଛନ୍ତି ୫୦ ମୂଷା। ଆଉ ଏହି ମୂଷାଙ୍କୁ ନିଜ ସନ୍ତାନ ପରି ଲାଳନ ପାଳନ କରୁଛନ୍ତି।

Advertisement
ମହିଳାଙ୍କ ଅଜବ ନିଶା, ରୋଷେଇ ଘରେ ପାଳିଛନ୍ତି ୫୦ ମୂଷା
Stop
Tapaswini Mohalik|Updated: Apr 15, 2022, 11:37 PM IST

ନୂଆଦିଲ୍ଲୀ: ମଣିଷଙ୍କ ଅଜବ ଗଜବ ନିଶା ବା ଶୌକ୍ କଥା ଆପଣ ଜାଣିଛନ୍ତି। କାହାକୁ କୁକୁର ପାଳିବା ପସନ୍ଦ ତୋ କାହାକୁ ବିଲେଇ ପାଳିବା ପସନ୍ଦ। କିନ୍ତୁ କଣ କେବେ ମୂଷା ପାଳିବା କଥା ଆପଣ ଶୁଣିଛନ୍ତି କି? ତାହା ପୁଣି ରୋଷେଇ ଘରେ! ଆଜ୍ଞା ହଁ ଆମେରିକାର ଜଣେ ମହିଳାଙ୍କୁ ଏମିତି କିଛି ନିଶା ଘାରିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ମହିଳା ଜଣଙ୍କ ନିଜ ରୋଷେଇ ଘରେ ୫୦ ମୂଷା ପାଳିଛନ୍ତି। ଏହି ମହିଳାଙ୍କ ନାମ ହେଉଛି ମିଶେଲ ରେବୋନ୍। ଏହି ମହିଳା ଜଣଙ୍କ ଏହି ମୂଷାଙ୍କୁ ବେବି କହି ଡାକନ୍ତି।

୫୦ ମୂଷାଙ୍କ ପରିବାର
ଏକ ରିପୋର୍ଟ ମୂତାବକ ମିଶେଲ ରେବୋନ୍ (Michele Raybon) ଆମେରିକାନ୍ ମହିଳା ଆର୍ମିରୁ ଅବସର ନେଇସାରିଛନ୍ତି। ୫୧ ବର୍ଷିୟ ମିଶେଲ କାର୍ଲିଫର୍ଣ୍ଣିଆରେ ରହନ୍ତି। ଏହି ମହିଳା ଜଣଙ୍କ ନିଜ ଘରେ ବିଭିନ୍ନ ପ୍ରକାର ଜୀବ ଜନ୍ତୁ ରଖିଛନ୍ତି। ହେଲେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ମିଶେଲ ନିଜ ରୋଷେଇ ଘରେ ୫୦ ମୂଷା ପାଳିଛନ୍ତି। ଏହା ସତରେ ସମସ୍ତଙ୍କୁ ଚକିତ କରିଛି। କାରଣ ମୂଷାକୁ ଘରେ ରହିଲେ ଲୋକେ ଟେନସନ୍ ହୋଇଯାଆନ୍ତି। ମୂଷାକୁ ତଡ଼ିବା ପାଇଁ ଯୋଜନା କରନ୍ତି କିନ୍ତୁ ମିଶେଲ ଏହି ମୂଷାଙ୍କୁ ରୋଷେଇ ଘରେ ରଖି ପେଟ ପୁରା ଖାଇବାକୁ ଦେଇଥାନ୍ତି।

ରିପୋର୍ଟ ମୁତାବକ ମିଶେଲ ଉଭୟ ମାଈ ଓ ଅଣ୍ଡିରା ମୂଷା ରଖିଛନ୍ତି। ସବୁଠୁ ମଜାଦାର କଥା ହେଉଛି କି ସେ ସେହି ମୂଷାଙ୍କୁ ନିଜ ସନ୍ତାନ ପରି ଲାଳନ ପାଳନ କରନ୍ତି। ସେ ୨୦୧୮ ରେ ନିଜ ଘରକୁ ଦୁଇଟି ମୂଷା ଆଣିଥିଲେ। ଜଣଙ୍କ ନାମ ଏଲୱିସ୍ ଓ ଅନ୍ୟଜଣଙ୍କ ନାମ ଚକ୍ ରଖିଥିଲେ। ଏହା ପରଠାରୁ କ୍ରମାଗତ ଭାବେ ଏମାନଙ୍କ ସଂଖ୍ୟା ବଢ଼ି ଚାଲିଛି। ଏବେ ତାଙ୍କ ଘରେ ୫୦ ମୂଷା ସଦସ୍ୟ ରହୁଛନ୍ତି। ମହିଳା ଜଣଙ୍କ ମୂଷାଙ୍କର ବିଭିନ୍ନ ପ୍ରକାର ଫଟୋ ତଥା ଭିଡିଓ ସେୟାର କରିଥାନ୍ତି। 

Read More
{}{}