Hindi News >>Home >>Odisha National-International

Maulana Madani: 'ବିଜେପି-ଆରଏସଏସ' ସହ କୌଣସି ଶତ୍ରୁତା ନାହିଁ, ହିନ୍ଦୁତ୍ୱ-ପାକିସ୍ଥାନ-ଇସଲାମ ଉପରେ ରଖିଲେ ପ୍ରତିକ୍ରିୟା

 Jamiat Ulama i Hind President: ଜମିୟତ୍ ଉଲେମା-ଇ-ହିନ୍ଦ ଅଧ୍ୟକ୍ଷ ମୌଲାନା ମହମୁଦ ମଦାନୀ ଆହୁରି ମଧ୍ୟ କହିଛନ୍ତି ଯଦି ଆମେ ପାକିସ୍ତାନ ଚାଲି ଯାଇଥାନ୍ତୁ କିମ୍ବା ଆମକୁ ପଠାଇ ଦିଆଯାଇଥାନ୍ତା ଏପରି ଭାବିବା ଭୁଲ। ଆମର ସଂଯୋଗ ଦେଶର ଭୂମି ସହିତ ରହିଛି। ଆପଣଙ୍କୁ ଡକା ଯାଇନାହଁ କିମ୍ବା ଆପଣଙ୍କୁ ବାହାର କରି ଦିଆଯିବ ନାହିଁ।

Advertisement
Maulana Madani: 'ବିଜେପି-ଆରଏସଏସ' ସହ କୌଣସି ଶତ୍ରୁତା ନାହିଁ, ହିନ୍ଦୁତ୍ୱ-ପାକିସ୍ଥାନ-ଇସଲାମ ଉପରେ ରଖିଲେ ପ୍ରତିକ୍ରିୟା
Stop
Zee Odisha Desk|Updated: Feb 11, 2023, 04:09 PM IST

Maulana Arshad Madan Statement: ଜମିୟତ୍ ଉଲେମା-ଇ-ହିନ୍ଦ ଅଧ୍ୟକ୍ଷ ମୌଲାନା ମହମୁଦ ମଦାନୀ ପ୍ରାୟତ ଇସଲାମ ସମ୍ବନ୍ଧରେ ବୟାନବାଜି କରିଥାନ୍ତି। ସଦ୍ୟ ପୁଣି ଥରେ ସମାନ ବିବୃତ୍ତି ଦେଇଛନ୍ତି। ଏନେଇ ସେ କହିଛନ୍ତି ଯେ ଯଦିଓ ଆମେ ଦେଶରେ ରହୁଥିବା ଲୋକଙ୍କ ଏକ ବିଭାଗ ଠାରୁ ଭିନ୍ନ, ତଥାପି ଆମେ ସେମାନଙ୍କ ବିରୋଧରେ ନୁହେଁ। ଅଲଗା ହେବା କୌଣସି ଜିନିଷକୁ ସୁନ୍ଦର କରିଥାଏ। ହେଲେ କାହା ବିପକ୍ଷରେ ରହିବା କୌଣସି ଜିନିଷକୁ କଷ୍ଟକର କରିଥାଏ। ଆମର ଦେଶ ଅଲଗା ହେବା ସତ୍ତ୍ୱେ ଏକାଠି ହୋଇରହିଛି। ଯେଉଁଥିରେ ମୁସଲମାନଙ୍କ ଏକ ବଡ଼ ଭୂମିକା ରହିଛି।

ଜମିୟତ୍ ଉଲେମା-ଇ-ହିନ୍ଦ ଅଧ୍ୟକ୍ଷ ମୌଲାନା ମହମୁଦ ମଦାନୀ ଆହୁରି ମଧ୍ୟ କହିଛନ୍ତି ଯଦି ଆମେ ପାକିସ୍ତାନ ଚାଲି ଯାଇଥାନ୍ତୁ କିମ୍ବା ଆମକୁ ପଠାଇ ଦିଆଯାଇଥାନ୍ତା ଏପରି ଭାବିବା ଭୁଲ। ଆମର ସଂଯୋଗ ଦେଶର ଭୂମି ସହିତ ରହିଛି। ଆପଣଙ୍କୁ ଡକା ଯାଇନାହଁ କିମ୍ବା ଆପଣଙ୍କୁ ବାହାର କରି ଦିଆଯିବ ନାହିଁ। ଆମର ପୂର୍ବ ପୁରୁଷ ସେହି ସାମ୍ରାଜ୍ୟ ବିରୋଧରେ ବିଦ୍ରୋହ କରିଥିଲେ ଯାହାର ସୂର୍ଯ୍ୟ କେବେ ଅସ୍ତ ହେଉନଥିଲା। ଏଭଳି ପରିସ୍ଥିତିରେ ଆମେ ବର୍ତ୍ତମାନ ଆମେ କିପରି ହାରିଯିବୁ? ଦେଶରେ ବସବାସ କରୁଥିବା ବହୁସଂଖ୍ୟକ ସମ୍ପ୍ରଦାୟ ସହିତ ଆମର କୌଣସି ଝଗଡା ନାହିଁ କିମ୍ବା ଆମେ କାହା ବିରୋଧରେ ନାହୁଁ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏବଂଲ ଏହାର ସରସଂଘଚାଳକଙ୍କୁ ନିମନ୍ତ୍ରଣ କରୁଛି। ଆସନ୍ତୁ ପାରସ୍ପରିକ ଭେଦଭାବ ଏବଂ ଶତ୍ରୁତାକୁ ଭୁଲିଯିବା ଏବଂ ପରସ୍ପରକୁ ଆଲିଙ୍ଗନ କରିବା ଏବଂ ଦେଶକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶରେ ପରିଣତ କରିବା। ସନାତନ ଧର୍ମ ସହିତ ଆମର କୌଣସି ଅଭିଯୋଗ ନାହିଁ। ଆପଣଙ୍କର ମଧ୍ୟ ଇସଲାମ ପ୍ରତି କୌଣସି ଅଭିଯୋଗ ରହିବା ଠିକ ନୁହେଁ ବୋଲି କହିଛନ୍ତି।  ବିଗତ କିଛି ବର୍ଷ ମଧ୍ୟରେ ମୁସଲମାନ  ସମ୍ପ୍ରଦାୟ ବିରୋଧରେ ଘଟୁଥିବା ଘଟଣା ବୃଦ୍ଧି ପାଇବାରେ ଲାଗିଛି। ସେହି ଘଟଣାରେ ସରକାର କିମ୍ବା ପ୍ରଶାସନ ଯେଉଁଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ଏବଂ ଯାହା ସେମାନଙ୍କର ଦାୟିତ୍ୱ ଥିଲା, ସେମାନେ ସେହି ଦାୟିତ୍ୱକୁ ଠିକ ଭାବରେ ପାଳନ କରୁନାହାଁନ୍ତି। ଦେଶରେ ହିନ୍ଦୁତ୍ୱର ଭୁଲ ସଂଜ୍ଞା ଦିଆଯାଉଥିବା କହିଛନ୍ତି ଜମିୟତ୍ ଉଲେମା-ଇ-ହିନ୍ଦ ଅଧ୍ୟକ୍ଷ ମୌଲାନା ମହମୁଦ ମଦାନୀ।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ ରାମଲୀଳା ମୈଦାନ ଠାରେ ଜମିୟତ୍ ଉଲେମା-ଇ-ହିନ୍ଦ ପକ୍ଷରୁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇ ମୌଲାନା ମଦାନୀ କହିଛନ୍ତି, "ଭାରତ ଆମର ଦେଶ। ଏହି ଦେଶ ମହମ୍ମଦ ମଦାନୀଙ୍କର ଯେତିକି ନରେନ୍ଦ୍ର ମୋଦୀ ଏବଂ ମୋହନ ଭାଗବତଙ୍କର ସେତିକି। ସେମାନେ ଆମ ଠାରୁ ଏକ ଇଞ୍ଚ ଆଗରେ ନାହାଁନ୍ତି କିମ୍ବା ଆମେ ସେମାନଙ୍କ ଠାରୁ ଏକ ଇଞ୍ଚ ଆଗରେ ନାହୁଁ। "

ଇସଲାମ ହେଉଛି ଦେଶର ଅନ୍ୟତମ ସର୍ବ ପୁରାତନ ଧର୍ମ। ଦେଶ ମୁସଲମାନଙ୍କର ପ୍ରଥମ ମାତୃଭୂମି। ଇସଲାମ ଏକ ଧର୍ମ ଯାହା ବାହାରୁ ଆସିଛି ତାହା କହିବା ସମ୍ପୂର୍ଣ୍ଣ ଭୁଲ ଏବଂ ଭିତ୍ତିହୀନ। ବିଭିନ୍ନ ଧର୍ମ ମଧ୍ୟରେ ଇସଲାମ ହେଉଛି ଅନ୍ୟତମ ପୁରାତନ ଧର୍ମ। ହିନ୍ଦୀ ମୁସଲମାନମାନଙ୍କ ପାଇଁ ଭାରତ ସର୍ବୋତ୍ତମ ଦେଶ। ଆମେ ବେଆଇନ ଧର୍ମାନ୍ତରଣକୁ ବିରୋଧ କରୁଛୁ। ହେଲେ ଯେଉଁମାନେ ସ୍ୱେଚ୍ଛାକୃତ ଭାବରେ ଧର୍ମ ପରିବର୍ତ୍ତନ କରୁଛନ୍ତି ସେମାନଙ୍କୁ ମିଥ୍ୟା ଅଭିଯୋଗରେ ଜେଲ ପଠାଯାଉଛି। ଆମେ ଜବରଦସ୍ତ ଧର୍ମ ପରିବର୍ତ୍ତନକୁ ବିରୋଧ କରୁଛୁ। ଧାର୍ମିକ ସ୍ୱାଧୀନତା ଏକ ମୌଳିକ ଅଧିକାର। ଆମେ ମଧ୍ୟ ବଳ, ଠକେଇ ଏବଂ ଲୋଭ ଦ୍ୱାରା କରାଯାଉଥିବା ଧର୍ମ ପରିବର୍ତ୍ତନକୁ ବିରୋଧ କରୁଛୁ। ପୋଲିସ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। 

ଜମିୟତ୍ ଉଲେମା-ଇ-ହିନ୍ଦ ଏକ ଶତାବ୍ଦୀ ପୁରୁଣା ସଙ୍ଗଠନ ଏବଂ ମୁସଲମାନଙ୍କ ନାଗରିକ, ଧାର୍ମିକ, ସାଂସ୍କୃତିକ ତଥା ଶିକ୍ଷାଗତ ଅଧିକାରର ସୁରକ୍ଷା ପାଇଁ କାର୍ଯ୍ୟ କରିଥାଏ। ଜମିୟଟ୍ ମୁସଲମାନ ସମ୍ପ୍ରଦାୟର ସର୍ବବୃହତ ସଙ୍ଗଠନ ବୋଲି ଦାବି କରିଥାଏ। ମୁସଲମାନଙ୍କ ସାମାଜିକ-ରାଜନୈତିକ ଏବଂ ଧାର୍ମିକ ପ୍ରସଙ୍ଗ ଏହାର ଏଜେଣ୍ଡା ସହ ଜଡ଼ିତ। ଜମିୟତ ଇସଲାମର ଦେଓବନ୍ଦୀ ଆଦର୍ଶରେ ବିଶ୍ୱାସ କରିଥାଏ। 

Read More
{}{}