Hindi News >>Home >>Odisha National-International

ସଲମାନଙ୍କୁ ହତ୍ୟା ପାଇଁ ନାବାଳକ ଆତଙ୍କୀକୁ ସୁପାରୀ

ମୋହାଲୀ ସ୍ଥିତ ପଞ୍ଜାବ ପୁଲିସ ହେଡକ୍ୱାର୍ଟର ଉପରେ ହୋଇଥିବା ଆକ୍ରମଣରେ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା ପୋଲିସ। ତେବେ ଏହି ଦୁଇଜଣଙ୍କ ମଧ୍ୟରେ ଜଣେ ନାବାଳକ ଆତଙ୍କୀ ରହିଥିବା ନେଇ ସୂଚନା ରହିଥିଲା। 

Advertisement
ସଲମାନଙ୍କୁ ହତ୍ୟା ପାଇଁ ନାବାଳକ ଆତଙ୍କୀକୁ ସୁପାରୀ
Stop
Updated: Oct 08, 2022, 02:11 PM IST

ନୂଆଦିଲ୍ଲୀ: ସୁପାରୀ କିଲର (Supari Killer) ଲରେନ୍ସ ବିଷ୍ଣୋଇଙ୍କ (Lawrence Bishnoi) ଟାର୍ଗେଟରେ ବଲିଉଡ଼ (Bollywood) ଭାଇଜାନ (Bhaijan) ସଲମାନ ଖାନ (Salman Khan)। ପୂର୍ବରୁ ମଧ୍ୟ ତାଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲା ଲରେନ୍ସ। ସଲମାନଙ୍କୁ (Salman Khan) ତାଙ୍କ ପାନଭେଲ (Panvel) ଫାର୍ମହାଉସ (Farmhouse) ନିକଟରେ ହତ୍ୟା କରିବା ପାଇଁ ଏକ ଷଡଯନ୍ତ୍ର ରଚା ଯାଇଥିଲା। ଯୋଜନାକୁ ସଫଳ ରୂପାୟନ ଦେବା ପୂର୍ବରୁ ସେଠାରେ ଏକ ପୂର୍ବ ପ୍ରସ୍ତୁତି ମଧ୍ୟ କରାଯାଇଥିଲା। ଏହା ପରେ ବାନ୍ଦ୍ରା (Bandra) ପୋଲିସ ଷ୍ଟେସନରେ (Police Station) ମାମଲା ରୁଜୁ କରି ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା​। ଅଭିନେତାଙ୍କ ସୁରକ୍ଷାକୁ କଡାକଡି କରାଯାଇଥିଲା। ତେବେ ସଲମାନଙ୍କୁ ପୁଣି ଥରେ ହତ୍ୟା ପାଇଁ ଧମକ ମିଳିବା ନେଇ ଦିଲ୍ଲୀ ପୋଲିସକୁ ବିଶ୍ୱସ୍ତ ସୂତ୍ରରୂ ସୂଚନା ଦେଇଛି। 

ଏଠାରେ କହି ରଖୁ କି ମୋହାଲୀ ସ୍ଥିତ ପଞ୍ଜାବ ପୁଲିସ ହେଡକ୍ୱାର୍ଟର ଉପରେ ହୋଇଥିବା ଆକ୍ରମଣରେ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା ପୋଲିସ। ତେବେ ଏହି ଦୁଇଜଣଙ୍କ ମଧ୍ୟରେ ଜଣେ ନାବାଳକ ଆତଙ୍କୀ ରହିଥିବା ନେଇ ସୂଚନା ରହିଥିଲା। ଏହି ନାବାଳକ ଜଣକ ସଲମାନଙ୍କୁ ମାରିବା ପାଇଁ ସୁପାରୀ ଆଉ ଦାୟିତ୍ୱ ଦିଆଯାଇଥିବା ପଞ୍ଜାବ ପୋଲିସ ସୂଚନା ଦେଇଛି। 

ତେବେ ସଲମାନଙ୍କୁ ହତ୍ୟା ପୂର୍ବରୁ ରାଣାଙ୍କୁ ହତ୍ୟା କରିଥିଲେ। ପୋଲିସ ସୂଚନା ଦେଇଛି ଯେ ଲରେନ୍ସ ବିଷ୍ଣୋଇ ଓ ଜଗ୍ଗୁ ଭଗବାନପୁରିଆ  ଅଭିନେତା ସଲମାନଙ୍କୁ ହତ୍ୟା କରିବା ପାଇଁ ଏହି ନାବାଳକ ସହିତ ଅନ୍ୟ ଦୁଇଜଣଙ୍କୁ ମଧ୍ୟ ଦାୟିତ୍ୱ ଦେଇଥିଲେ। ଗିରଫ ହୋଇଥିବା ଉକ୍ତ ନାବାଳକ ଆତଙ୍କୀ ଜଣକ ସୂଚନା ଦେଇଛି ଯେ ଲରେନ୍ସ ବିଷ୍ଣୋଇ ଦୀପକ ସୁରକପୁର ଓ ମୋନୁ ଡାଗରଙ୍କୁ ସଲମାନଙ୍କୁ ହତ୍ୟା କରିବା ପାଇଁ କାମ ଦେଇଥିଲେ। କିନ୍ତୁ ସଲମାନଙ୍କ ସ୍ଥାନରେ ଗ୍ୟାଙ୍ଗଷ୍ଟାର ରାଣା କାଣ୍ଡୋବାଲିଆଙ୍କୁ ମୁଖ୍ୟ ଟାର୍ଗେଟ କରାଯାଇଥିଲା। 

ପୁଲିସ ଆହୁରି ମଧ୍ୟ କହିଛି ଯେ ଏହି ନାବାଳିକ ଆତଙ୍କୀ ଜଣକ ଉତ୍ତରପ୍ରଦେଶ, ଫୈଜାବାଦର ରହି ଆସୁଥିଲେ। ଏହି ନାବାଳକ ବ୍ୟତୀତ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସ୍ପେଶାଲ ସ୍କ୍ୱାର୍ଡ ଆଉରି ଜଣଙ୍କୁ ଗିରଫ କରିଛି। ଉକ୍ତ ଅଭିଯୁକ୍ତ ଜଣଙ୍କ ଅର୍ସଦୀପ ସିଂ ବୋଲି ଜଣାପଡ଼ିଛି। ଅର୍ସଦୀପକୁ ହରିଆଣାରେ ବିସ୍ଫୋଟକ ଜବତ ସମୟରେ ପୁଲିସ ଗିରଫ କରିଥିଲା। ପୁଲିସ ଏହି ଅଭିଯୁକ୍ତଙ୍କୁ ଗୁଜୁରାଟର ଜାମନଗର ଅଞ୍ଚଳରୁ ଗିରଫ କରିଥିଲା। ତେବେ ଏମାନଙ୍କୁ ସହାୟତା କରୁଥିବା ଜଣେ ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ୟ ଚିହ୍ନଟ କରିଛି। 

ଅଧିକ ପଢନ୍ତୁ: Indian Air Force Day : Sukhna Lakeରେ ଲଢୁଆ ବିମାନର ଶକ୍ତି ପ୍ରଦର୍ଶନ, ପିଏମ ଜଣାଇଲେ ଶୁଭେଚ୍ଛା

ଅଧିକ ପଢନ୍ତୁ: 5G SIM Fraud: 5G କାରଣରୁ ଆକାଉଣ୍ଟ ହୋଇଗଲା ସଫା, ଏହି ଠକେଇରେ ଫସିଲେ ଅନେକ ଲୋକ; ଆପଣ ବି କରନ୍ତୁନି ଏହି ଭୁଲ

ଅଧିକ ପଢନ୍ତୁ: Lady Blackmailer: 'ଇଚ୍ଛାଧାରୀ ନାଗୁଣୀ' ଚୋଟରେ ବେହୋସ ହୋଇଥିଲେ କେଉଁ ହାଇପ୍ରୋଫାଇଲ୍ ନେତା-ମନ୍ତ୍ରୀ? ପୋଲିସ ହାତରେ ଲାଗିଲା ପ୍ରମାଣ

Read More
{}{}