Hindi News >>Home >>Odisha National-International

Hyderabad: ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ କେସିଆର

Dr Bhimrao Ambedkar: ଭାରତୀୟ ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଏହି ପ୍ରତିମୂର୍ତ୍ତୀ ତେଲେଙ୍ଗାନା ସଚ୍ଚିବାଳୟ ପରିସରରେ ସ୍ଥାପନ କରାଯାଇଛି। ଏହି ପ୍ରତିମୂର୍ତ୍ତୀ ଦେଶର ଅନ୍ୟତମ ଉଚ୍ଚ ପ୍ରତିମା ମଧ୍ୟରେ ସ୍ଥାନୀତ ହୋଇଛି। 

Advertisement
Hyderabad: ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ କେସିଆର
Stop
Zee Odisha Desk|Updated: Apr 14, 2023, 08:50 PM IST

Telangana CM KCR: ପ୍ରତିବର୍ଷ ଅପ୍ରେଲ ୧୪ ତାରିଖରେ ପାଳିତ ହୋଇଥାଏ ଭାରତୀୟ ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ। ୧୮୯୧ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଭାରତୀୟ ସମ୍ବିଧାନ ନିର୍ମାତା। ଏହି ଅବସରରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ତାଙ୍କ ଜନ୍ମ ବାର୍ଷିକୀ ଅବସରରେ ରାଜଧାନୀ ହାଇଦ୍ରାବାଦ ଠାରେ ଡକ୍ଟର ବିଆର ଆମ୍ବେଦକରଙ୍କ ୧୨୫ ଫୁଟ ଉଚ୍ଚର ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଡକ୍ଟର ବିଆର ଆମ୍ବେଦକରଙ୍କ ନାତି ତଥା ବଞ୍ଚିତ ବହୁଜନ ଅଘାଡି ସଭାପତି ପ୍ରକାଶ ଆମ୍ବେଦକର ମଧ୍ୟ ଉପସ୍ଥିତ ରହିଥିଲେ। ଡକ୍ଟର ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସମୟରେ ହେଲିକପ୍ଟର ସହାୟତାରେ ଆକାଶ ମାର୍ଗରୁ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା।

ଭାରତୀୟ ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଏହି ପ୍ରତିମୂର୍ତ୍ତୀ ତେଲେଙ୍ଗାନା ସଚ୍ଚିବାଳୟ ପରିସରରେ ସ୍ଥାପନ କରାଯାଇଛି। ଏହି ପ୍ରତିମୂର୍ତ୍ତୀ ଦେଶର ଅନ୍ୟତମ ଉଚ୍ଚ ପ୍ରତିମା ମଧ୍ୟରେ ସ୍ଥାନୀତ ହୋଇଛି। ଯାହା ପ୍ରତିଦିନ ଲୋକ ତଥା ସମଗ୍ର ରାଜ୍ୟ ପ୍ରଶାସନକୁ ପ୍ରେରଣା ଯୋଗାଇବ। ତେଲେଙ୍ଗାନୀ ମୁଖ୍ୟମନ୍ତ୍ରୀ କେସିଆର କହିଛନ୍ତି ଯେ, ହାଇଦ୍ରାବାଦ ଠାରେ ସ୍ଥାପିତ ହୋଇଥିବା ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଦେଶରେ ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି। ଯାହା ରାଜ୍ୟ ସଚ୍ଚିବାଳୟ ଠାରେ ରହିଥିବା ବୁଦ୍ଧ ପ୍ରତିମୂର୍ତ୍ତୀ ଏବଂ ତେଲେଙ୍ଗାନା ଶହୀଦ ସ୍ମାରକୀ ନିକଟରେ ଅବସ୍ଥିତ। ଡକ୍ଟର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପ୍ରତ୍ୟେକ ଦିନ ଲୋକଙ୍କୁ ତଥା ସମଗ୍ର ରାଜ୍ୟ ପ୍ରଶାସନକୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ। 

ରାଜ୍ୟ ସରକାରଙ୍କ ମନ୍ତ୍ରୀ ଏବଂ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ କେସିଆର ସ୍ପଷ୍ଟ କରି ଦେଇଛନ୍ତି ଯେ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଭବ୍ୟ ହେବା ଆବଶ୍ୟକ। ତେଲେଙ୍ଗାନା ସହିତ ସମଗ୍ର ଦେଶରେ ଡକ୍ଟର ଆମ୍ବେଦକରଙ୍କ ଜୟନ୍ତୀକୁ ଏକ ଉତ୍ସବ ଭଳି ପାଳନ କରିଥାନ୍ତି। ମୁଖ୍ୟମନ୍ତ୍ରୀ କେସିଆର ଯେତେବେଳେ ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ନିଷ୍ପତ୍ତି ନେବା ଦିନ ଠାରୁ, ବୈଷୟିକ ଏବଂ ବିନିର୍ମାଣ ଉପାୟକୁ ଅନ୍ତିମ ରୂପ ଦେବାକୁ ଅତିକମରେ ୨ ବର୍ଷ ସମୟ ଲାଗି ଯାଇଥିଲା​। ଏହି ପ୍ରତିମୂର୍ତ୍ତ ସ୍ଥାପନ ପାଇଁ ଏତେ ବଡ ଉଦ୍ୟମ କରିଥିବାରୁ ୯୮ ବର୍ଷୀୟ ଶିଳ୍ପୀ ରାମ ଭାନଜୀ ସୂତାରଙ୍କୁ ପ୍ରଶଂସା କରିଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ମୁଖ୍ୟ । ସରକାର ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ଶିଳ୍ପୀ ରାମ ଭାନଜୀ ସୂତାରଙ୍କୁ ନିମନ୍ତ୍ରଣ କରି ସମ୍ମାନିତ କରିବେ।

 

Read More
{}{}