Hindi News >>Home >>Odisha National-International

New rules in school student: ସ୍କୁଲରେ ଲାଗୁ ହେଲା ନୂଆ ନିୟମ : ଶ୍ରେଣୀଗୃହ ଭିତରେ ଚପଲ-ଜୋତା ପିନ୍ଧିବା ମନା

sambhal school student will not say madam : ଶିକ୍ଷା ମଣିଷର ମେରୁଦଣ୍ଡ ତେଣୁ, ଶିକ୍ଷାକ୍ଷେତ୍ରକୁ ମନ୍ଦିର ସହିତ ତୁଳନା କରି  ଶ୍ରେଣୀଗୃହ ଭିତରେ ଚପଲ ଏବଂ ଜୋତା ନେବାକୁ ବାରଣ କରିଛନ୍ତି। ଉତ୍ତରପ୍ରଦେଶର ସମ୍ୱାଲର ଜିଲ୍ଲା ଅଧିକାରୀଙ୍କ ଆଦେଶ ଅନୁସାରେ ସମ୍ୱାଲର ମୌଳିକ ଶିକ୍ଷା ଅଧିକାରୀ ଅଲକା ଶର୍ମା ଏହି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

Advertisement
school student
Stop
Zee Odisha Desk|Updated: Jul 14, 2024, 03:01 PM IST

New rules in school student: ବର୍ତ୍ତମାନ୍ ପିଲାମାନେ ଭଲ ପାଠ ପଢୁଛନ୍ତି ସତ,କିନ୍ତୁ ଗୁରୁଜନଙ୍କୁ କିପରି ବ୍ୟବହାର କରିବା ଦରକାର, ତଥା ବୈଷୟିକ ଜ୍ଞାନ ସୁଚାରୁ ରୂପେ ଶିଖିବାର ଅସମର୍ଥ।ତେଣୁ ଏହାକୁ ଲକ୍ଷ କରି ଏବେ ଉତ୍ତରପ୍ରଦେଶର ସମ୍ୱାଲ ପରିଷଦ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଏଠାକୁ ଆସୁଥିବା ଲୋକ ଅବା ଅଭିଭାବକମାନେ ଶିକ୍ଷକମାନଙ୍କୁ ମ୍ୟାଡାମ୍ କିମ୍ବା ସାର୍ ପରିବର୍ତ୍ତେ ଗୁରୁଜୀ,ଗୁରୁମା ସମ୍ବିଧାନ କରିବେ। ଶିକ୍ଷୟିତ୍ରୀମାନଙ୍କୁ ଦିଦି କିମ୍ବା ବହନ ଜୀ ଓ ଶିକ୍ଷକମାନଙ୍କୁ ଗୁରୁଜୀ ବୋଲି ସମ୍ବୋଧନ କରାଯିବ। ଏହା ସହିତ ଅଭିବାଦନ ପାଇଁ କେବଳ ନମସ୍ତେ କିମ୍ବା ଜୟ ହିନ୍ଦ୍ ଶବ୍ଦ ବ୍ୟବହାର କରାଯିବ।

ଯେହେତୁ ଶିକ୍ଷା ମଣିଷର ମେରୁଦଣ୍ଡ ତେଣୁ, ଶିକ୍ଷାକ୍ଷେତ୍ରକୁ ମନ୍ଦିର ସହିତ ତୁଳନା କରି  ଶ୍ରେଣୀଗୃହ ଭିତରେ ଚପଲ ଏବଂ ଜୋତା ନେବାକୁ ବାରଣ କରିଛନ୍ତି।  ସମ୍ୱାଲର ଜିଲ୍ଲା ଅଧିକାରୀଙ୍କ ଆଦେଶ ଅନୁସାରେ ସମ୍ୱାଲର ମୌଳିକ ଶିକ୍ଷା ଅଧିକାରୀ ଅଲକା ଶର୍ମା ଏହି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

ଅଲକା ଶର୍ମା କହିଛନ୍ତି ଯେ ଏହା ଆମର ଭାରତୀୟ ସଂସ୍କୃତି ଏବଂ ପରମ୍ପରାକୁ ପ୍ରୋତ୍ସାହିତ କରିବ। ତେଣୁ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି ଏବଂ ଏହାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ ପରିଷଦ ବିଦ୍ୟାଳୟର ଶିକ୍ଷୟିତ୍ରୀମାନଙ୍କୁ ବର୍ତ୍ତମାନ ଦିଦି ଭାବରେ ସମ୍ବୋଧିତ କରାଯିବ।ଯେଉଁଠାରେ ଗୁରୁଜୀ ଶବ୍ଦ ଶିକ୍ଷକମାନଙ୍କ ପାଇଁ ବ୍ୟବହୃତ ହେବ। ପ୍ରାଚୀନ ସଂସ୍କୃତିକୁ ଫେରାଇ ଆଣିବା ପାଇଁ ଏହି ଏହା ଆରମ୍ଭ ହୋଇଛି, ଏହି ପଦକ୍ଷେପ ପିଲାମାନଙ୍କ ମଧ୍ୟରେ ଶିକ୍ଷକମାନଙ୍କ ପ୍ରତି ସମ୍ମାନ ବୃଦ୍ଧି କରିବବା ସହିତ ଏହା ତାଙ୍କର ବ୍ୟକ୍ତିଗତ ଜିବନରେ ସହାୟକ ହେବ।

କେବଳ ଏତିକି ନୁହେଁ, ବିଦ୍ୟାଳୟରେ ପ୍ଲାଷ୍ଟିକ ବୋତଲ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ ହେବ ଯଦି କେହି ଏହାକୁ ବ୍ୟବହାର କରନ୍ତି ତେବେ ତାଙ୍କ ଉପରେ ଜରିମାନା ଲାଗୁ କରାଯିବ। ଜିଲ୍ଲା ମୌଳିକ ଶିକ୍ଷା ଅଧିକାରୀ ଅଲକା ଶର୍ମା କହିଛନ୍ତି ଯେ ବିଦ୍ୟାଳୟରେ ପଢୁଥିବା ପିଲାମାନେ ସେମାନଙ୍କ ଶିକ୍ଷକମାନଙ୍କୁ ନମସ୍ତେ କିମ୍ବା ଜୟ ହିନ୍ଦ୍ କହିବେ।ସେ କହିଛନ୍ତି ଯେ ଜୟ ହିନ୍ଦ୍ କହିବା ଦ୍ୱାରା ପିଲାମାନଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ ହେବ। ଏହା ସହିତ ପିଲାମାନେ ଦେଶ ପାଇଁ କିଛି ଚିନ୍ତା କରିବାକୁ ସକ୍ଷମ ହେବେ, ଏହା ବ୍ୟତୀତ ସ୍କୁଲକୁ ଆସୁଥିବା ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଜିନ୍ସ, ଟି-ସାର୍ଟ ପିନ୍ଧି ଆସିବେ ନାହିଁ ବରଂ କେବଳ ଭାରତୀୟ ପୋଷାକ ପିନ୍ଧି ସ୍କୁଲକୁ ଆସିବେ।

 ବିଦ୍ୟାଳୟ ଏକ ମନ୍ଦିର ପରି, ତେଣୁ ଆମେ ମନ୍ଦିରରେ କରୁଥିବା ସମାନ ଆଚରଣ ବିଦ୍ୟାଳୟରେ କରିବା ଉଚିତ୍। କୌଣସି ଅଧିକାରୀ ବିଦ୍ୟାଳୟ ଯାଞ୍ଚ କରିବାକୁ ଆସିଲେ ସେ ପ୍ରିନ୍ସିପାଲଙ୍କ ଚେୟାରରେ ବସିବେ ନାହିଁ। ସେମାନେ ଶିକ୍ଷକମାନଙ୍କ ସହ ସୌଜନ୍ୟମୂଳକ ଆଲୋଚନା କରିବେ ବୋଲି ନିର୍ଦ୍ଦେଶ ଜାରି ହୋଇଛି।

Read More
{}{}