Hindi News >>Home >>Odisha National-International

ଜାଣନ୍ତୁ ଶିକ୍ଷକ ନିଯୁକ୍ତି ଦୁର୍ନୀତି କ'ଣ? ଯେଉଁଥିପାଇଁ ମମତା ବାନାର୍ଜୀଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କଲା ED

Teacher Recruitment Scam: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ (Partha Chatterjee Arrested) କରିଛି । ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଚଢ଼ାଉ ଓ ପଚରାଉଚରା ପରେ ଚାଟାର୍ଜୀଙ୍କୁ ଗିରଫ କରାଯାଇଛି । ଇଡି ତାଙ୍କ ଘନିଷ୍ଠମାନଙ୍କଠା

Advertisement
ଜାଣନ୍ତୁ ଶିକ୍ଷକ ନିଯୁକ୍ତି ଦୁର୍ନୀତି କ'ଣ? ଯେଉଁଥିପାଇଁ ମମତା ବାନାର୍ଜୀଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କଲା ED
Stop
Zee Odisha Desk|Updated: Jul 23, 2022, 11:01 AM IST

କୋଲକାତା: Teacher Recruitment Scam: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ (Partha Chatterjee Arrested) କରିଛି । ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଚଢ଼ାଉ ଓ ପଚରାଉଚରା ପରେ ଚାଟାର୍ଜୀଙ୍କୁ ଗିରଫ କରାଯାଇଛି । ଇଡି ତାଙ୍କ ଘନିଷ୍ଠମାନଙ୍କଠାରୁ ନଗଦ ଓ ସୁନା ମୂଲ୍ୟର କୋଟି କୋଟି ଟଙ୍କା ଉଦ୍ଧାର କରିଛି । ଜୁଲାଇ ୨୨ ଶୁକ୍ରବାର ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ମନ୍ତ୍ରୀଙ୍କ ଉପରେ ଇଡି ଚଢାଉ ଆରମ୍ଭ କରିଥିଲା । ଯାହା ପରେ ଏହି ଚଢାଉ ଜାରି ରହିଛି । ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ (Arpita Mukherjee) ଙ୍କ ଘରୁ ଇଡି ୨୦ କୋଟିରୁ ଅଧିକ ଟଙ୍କା ଜବତ କରିଛି । ଇଡି ମଧ୍ୟ ଅର୍ପିତାଙ୍କୁ ଗିରଫ କରିଛି ।

କୁହାଯାଉଛି ଯେ ମମତା ବାନାର୍ଜୀଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗତ କିଛି ଘଣ୍ଟା ଧରି ପଚରାଉଚରା କରାଯାଉଥିଲା, ଯେଉଁଥିରେ ଇଡି ତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ, ଯାହାର ଜବାବ ମନ୍ତ୍ରୀ ଦେଇପାରିନଥିଲେ । ଏହା ପରେ ତାଙ୍କୁ ବର୍ତ୍ତମାନ ଗିରଫ କରାଯାଇଛି । ଏହି ମାମଲାରେ ଆଉ କିଛି ଲୋକଙ୍କୁ ଗିରଫ କରାଯାଇପାରେ ।

ଏହା ବି ପଢ଼ନ୍ତୁ:-ଆମେରିକାର ଏହି ପଦକ୍ଷେରୁ ବଢ଼ିଲା ସାରା ଦୁନିଆର ଟେନସନ୍, ଆହୁରି ଭୀଷଣ ହେବ ଋଷ-ୟୁକ୍ରେନ ଯୁଦ୍ଧ!

ଏହା ବି ପଢ଼ନ୍ତୁ:-ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ହୋଇଗଲା ଖେଳ, ଭାଙ୍ଗିଲା ଇମ୍ରାନଙ୍କ ସ୍ୱପ୍ନ

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତିଙ୍କ ସେହି ସବୁ କ୍ଷମତା ଯାହା ପ୍ରଧାନମନ୍ତ୍ରୀଙ୍କ ପାଖରେ ନାହିଁ, ଆପଣ ମଧ୍ୟ ଜାଣି ନିଅନ୍ତୁ ଏହା ବିଷୟରେ...

ଶିକ୍ଷକ ନିଯୁକ୍ତି ଦୁର୍ନୀତି କ’ଣ?

ପଶ୍ଚିମବଙ୍ଗ ସରକାରଙ୍କ ମନ୍ତ୍ରୀଙ୍କ ବିରୋଧରେ ନିଆଯାଇଥିବା ଏହି ସମ୍ପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଶିକ୍ଷକ ନିଯୁକ୍ତି ଦୁର୍ନୀତି ସହିତ ଜଡିତ ରହିଛି । ଏହି ନିଯୁକ୍ତି ପ୍ରକ୍ରିୟା ୨୦୧୬ ମସିହାରେ ଆରମ୍ଭ ହୋଇଥିଲା । ଯେଉଁଥିରେ ଅଭିଯୋଗ କରାଯାଇଥିଲା ଯେ ଫର୍ଜି ଭାବରେ ଭର୍ତ୍ତି କରାଇବା ପାଇଁ OMR ସିଟରେ ହେରଫେର କରାଯାଇଥିଲା । ଏଥିରେ ଲକ୍ଷ ଲକ୍ଷ ଟଙ୍କାର ଲାଞ୍ଚ ନେଇ ଫେଲ ପ୍ରାର୍ଥୀଙ୍କୁ ପାସ୍ କରାଯାଇଥିଲା । ଅଭିଯୋଗ ହୋଇଛି ଯେ ଏହି ମାମଲାରେ ଶିକ୍ଷା ମନ୍ତ୍ରୀ ସିଧାସଳଖ ଜଡିତ ଥିଲେ । କୁହାଯାଉଛି ଯେ ଏଥିରେ ଅନେକ ଲୋକ ଜଡିତ ଅଛନ୍ତି, ଯେଉଁମାନଙ୍କର ଗିରଫ ଶୀଘ୍ର ହୋଇପାରେ ।

ଆପଣଙ୍କୁ କହି ରଖୁଛୁ ଯେ, ମମତା ବାନାର୍ଜୀଙ୍କ ଅନ୍ୟ ଜଣେ ମନ୍ତ୍ରୀ ପରେଶ ଅଧିକାରୀଙ୍କ ଘରେ ଇଡି ଚଢାଉ କରୁଛି । ଏହା ସହିତ ତାଙ୍କର ଘନିଷ୍ଠ ସହଯୋଗୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି । ଏମାନଙ୍କ ବ୍ୟତୀତ ନିଯୁକ୍ତି ସ୍କାମ ସହ ଜଡିତ ଅନ୍ୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଜାରି ରହିଛି । ପାର୍ଥ ଚାଟାର୍ଜୀ ଗିରଫ ହେବା ପରେ ବର୍ତ୍ତମାନ ଇଡି ପଚରାଉଚରା ପାଇଁ ତାଙ୍କୁ ରିମାଣ୍ଡରେ ନେଇପାରେ ।

{}{}