Hindi News >>Home >>Odisha National-International

Tawang Clash: ଭାଇରାଲ ହେବାରେ ଲାଗିଛି ତୱାଙ୍ଗ ସଂଘର୍ଷ ଭିଡ଼ିଓ, ଜାଣନ୍ତୁ ଏହାର ସତ୍ୟତା

Tawang Clash News: ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଭିଡିଓ ଭାଇରାଲ ହେବା ପରେ ଅରୁଣାଚଳ ପ୍ରଦେଶସ୍ଥିତ ପ୍ରକୃତ ନିୟନ୍ତ୍ରଣ ସୀମା ରେଖା ଠାରେ ଭାରତ-ଚୀନ୍ ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହେଉଥିବାର ଦେଖିବାକୁ ମିଳିଛି। ଏହି ଭିଡିଓ ଗତ ୯ ଡିସେମ୍ବରରେ ଘଟିଥିବା ଘଟଣା ସହ ସମ୍ପୃକ୍ତ ନୁହେଁ ବୋଲି ଭାରତୀୟ ସେନା ସ୍ପଷ୍ଟ କରିଛି।

Advertisement
Tawang Clash: ଭାଇରାଲ ହେବାରେ ଲାଗିଛି ତୱାଙ୍ଗ ସଂଘର୍ଷ ଭିଡ଼ିଓ,  ଜାଣନ୍ତୁ ଏହାର ସତ୍ୟତା
Stop
Zee Odisha Desk|Updated: Dec 14, 2022, 11:52 PM IST

Tawang Clash Viral Video: ଗତ ୯ ତାରିଖରେ ଅରୁଣାଚଳ ପ୍ରଦେଶ ତୱାଙ୍ଗ ସେକ୍ଟର ଠାରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଚୀନ୍ ସୈନିକ। ସଦ୍ୟ ସୀମୀରେ ହୋଇଥିବା ସଂଘର୍ଷ ବେଳେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏନେଇ କୁହାଯାଉଛି ଏହି ଭିଡ଼ିଓ ତୱାଙ୍ଗ ସେକ୍ଟର ହୋଇଥିବା ସଂଘର୍ଷ ସହ ଜଡ଼ିତ। ହେଲେ ଏହା କେତେ ସତ୍ୟ ତାହା ଏବେ ଜଣା ପଡ଼ିଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଭିଡିଓ ଭାଇରାଲ ହେବା ପରେ ଅରୁଣାଚଳ ପ୍ରଦେଶସ୍ଥିତ ପ୍ରକୃତ ନିୟନ୍ତ୍ରଣ ସୀମା ରେଖା ଠାରେ ଭାରତ-ଚୀନ୍ ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହେଉଥିବାର ଦେଖିବାକୁ ମିଳିଛି। ଏହି ଭିଡିଓ ଗତ ୯ ଡିସେମ୍ବରରେ ଘଟିଥିବା ଘଟଣା ସହ ସମ୍ପୃକ୍ତ ନୁହେଁ ବୋଲି ଭାରତୀୟ ସେନା ସ୍ପଷ୍ଟ କରିଛି। ଗତ ୨୦୨୦ ଜୁନରେ ପୂର୍ବ ଲଦାଖସ୍ଥିତ ଗଲୱାନ ଉପତ୍ୟାକାରେ ହୋଇଥିବା ସଂଘର୍ଷ ପରେ ଘଟିଥିବା ଘଟଣା ସହ ଜଡିତ ବୋଲି କୁହାଯାଉଛି। 

ସଦ୍ୟ ତୱାଙ୍ଗ ସେକ୍ଟର ଠାରେ ହୋଇଥିବା ସଂଘର୍ଷ ସହ ଜଡ଼ିତ କୌଣସି ଅଫିସିଆଲ୍ ଫୁଟେଜ୍ ଏ ପର୍ଯ୍ୟନ୍ତ ଜାରି କରାଯାଇନାହିଁ। ହେଲେ ବର୍ତ୍ତମାନ ସୋସିଆଲ୍ ମିଡିଆ ଜରିଆରେ ଅନେକ ଫଟୋ ଆଉ ଭିଡିଓ ସେୟାର କରାଯାଇଛି। ଯାହାକୁ ଏହି ଘଟଣା ଯୋଡାଯାଉଛିଷ। ଏପରି ଏକ ଭିଡିଓ ଦର୍ଶାଉଛି ଯେ ତୁଷାରପାତ ହୋଇଥିବା ସ୍ଥାନରେ ଭାରତ-ଚୀନ୍ ସୈନିକଙ୍କ ମଧ୍ୟରେ ମୁହଁମୁହିଁ ହୋଇଛି। ଅନ୍ୟ ଏକ ଭିଡିଓ ଦର୍ଶାଉଛି ଏହି ଘଟଣାରେ କିଛି ଚୀନ ସୈନ୍ୟ ଆହତ ହୋଇଛନ୍ତି। 

ଗତ ୨୦୨୦, ୨୨ ଜୁନରେ ଏନଡ଼ିଟିଭି ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଏହି ଭିଡିଓ ସିକ୍କିମ ସହ ଜଡ଼ିତ ରହିଥିଲା। ସେହି ସମୟରେ ଲଦାଖ ଠାରେ ଏକ ମାରାତ୍ମକ ସଂଘର୍ଷ ହେବାର କିଛି ଦିନ ପରେ ଏହି ଭିଡ଼ିଓ ଆସିଥିଲା। ଯେଉଁଥିରେ ଉଭୟ ଭାରତ-ଚୀନ ସୈନିକ ପରସ୍ପରକୁ ଠେଲା ପେଲା କରୁଥିବାର ଦେଖିବାକୁ ମିଳିଛି। ମିଡିଆ ରିପୋର୍ଟ ଅନୁଯାୟୀ, ସେନାର ସୂତ୍ର ମଧ୍ୟ ଏହି ଭିଡିଓ ସିକ୍କିମର ସ୍ପଷ୍ଟ କରିଛି। 

ଏହାର ଅନ୍ୟ ଏକ ଭିଡ଼ିଓ ମଧ୍ୟ ଆସିଥିଲା। ଯେଉଁଥିରେ ଦେଖିବାକୁ ମିଳୁଛି  ଚୀନ ସେନା ଜଣେ ଗୁରୁତର ଆହତ ହୋଇଥିବା ସୈନିକଙ୍କ ଯତ୍ନ ନେଉଥିବାର ଅନୁମାନ କରାଯାଉଛି। ହେଲେ ଏହି ଭିଡିଓ ଗତ ୨୦୨୧  ଫେବୃଆରୀରୁ ଇଣ୍ଟରନେଟ ଦୁନିଆରେ ରହିଛି। ଚୀନ୍ ସରକାରୀ ଅନୁବନ୍ଧିତ ଚ୍ୟାନେଲ ଚାଇନା ଗ୍ଲୋବାଲ ଟେଲିଭିଜନ ନେଟୱାର୍କ  ମଧ୍ୟ ଏହି ଭିଡିଓ ଗାଲୱାନ ଉପତ୍ୟାକାର ବୋଲି ଦାବି କରି ଗତ ବର୍ଷ ଏହାର ପ୍ରସାରଣ କରିଥିଲା। ଯେଉଁଥିରୁ ଏହା ସ୍ପଷ୍ଟ ହୋଇଯାଇଛି ଏହି ଭିଡ଼ିଓ ପୁରୁଣା। ଏହି ଭିଡ଼ିଓ ତାୱାଙ୍ଗ ଠାରେ ହୋଇଥିବା ଭାରତ-ଚୀନ୍ ସଂଘର୍ଷ ସହ ଜଡିତ ନୁହେଁ।

Also Read: Tawang Clash: ସୀମାରେ ଚୀନ ସୈନିକଙ୍କୁ ଉତ୍ତମ ମଧ୍ୟମ ଦେଲେ ଭାରତୀୟ ସୈନ୍ୟ, ଭିଡ଼ିଓ ଭାଇରାଲ

ତୱାଙ୍ଗ ଆଗରୁ ପୂର୍ବ ଲଦାଖସ୍ଥିତ ଗଲୱାନ୍ ଉପତ୍ୟକାରେ ଭାରତ-ଚୀନ ମଧ୍ୟରେ ଏକ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଏହି ଘଟଣାରେ ୨୦ ଜଣ ଭାରତୀୟ ସୈନିକ ଶହୀଦ ହୋଇଥିବା ବେଳେ, ପ୍ରାୟ ୪୦-୫୦ ଜଣ ଚୀନ ସୈନିକ ନିହତ କିମ୍ବା ଆହତ ହୋଇଥିଲେ। ଏହି ସଂଘର୍ଷ ବିଗତ ୪୫ ବର୍ଷ ମଧ୍ୟରେ ସବୁଠାରୁ ଭୟାନକ ବୋଲି କୁହାଯାଉଛି।  

Read More
{}{}