Hindi News >>Home >>Odisha National-International

Target Killing: କାଶ୍ମୀରରେ ଅସହାୟ ହିନ୍ଦୁ! ୪୮ ଘଣ୍ଟା ମଧ୍ୟରେ ଦ୍ୱିତୀୟ ହତ୍ୟା

Jammu and Kashmir: ଜମ୍ମୁ କାଶ୍ମୀରରେ ଟାର୍ଗେଟ କିଲିଂ ଥମିବାରେ ନାମ ନେଉନାହିଁ । ଆତଙ୍କବାଦୀମାନେ ବର୍ତ୍ତମାନ ବ୍ୟାଙ୍କରେ ପ୍ରବେଶ କରି ମ୍ୟାନେଜରଙ୍କୁ ଗୁଳି ମରିବାର ଦୁଃସାହସ କରିଛନ୍ତି । ଟାର୍ଗେଟ କିଲିଂର ଶିକାର ହୋଇଥିବା ବ୍ୟାଙ୍କ ମ୍ୟାନେଜର ବିଜୟ କୁମାର ରାଜସ୍ଥାନର ବାସିନ୍ଦା ଥିଲେ ।

Advertisement
ସାଙ୍କେତିକ ଫଟୋ
Stop
Jagdish Barik|Updated: Jun 02, 2022, 01:34 PM IST

Target Killing: ଜମ୍ମୁ କାଶ୍ମୀରରେ (Jammu and Kashmir) ଟାର୍ଗେଟ କିଲିଂ ଥମିବାରେ ନାମ ନେଉନାହିଁ । ଆତଙ୍କବାଦୀମାନେ (Terrorist ) ବର୍ତ୍ତମାନ ବ୍ୟାଙ୍କରେ ପ୍ରବେଶ କରି ମ୍ୟାନେଜରଙ୍କୁ ଗୁଳି ମରିବାର ଦୁଃସାହସ କରିଛନ୍ତି । ଆକ୍ରମଣ ପରେ ବିଜୟ କୁମାରଙ୍କୁ (Vijay Kumar) ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।  ମଙ୍ଗଳବାର ଦିନ ଆତଙ୍କବାଦୀମାନେ କୁଲଗାମରେ ଏକ ସରକାରୀ ସ୍କୁଲ ଶିକ୍ଷକ ରଜନୀ ବାଲାଙ୍କୁ ହତ୍ୟା କରିଥିଲେ । ଏହାପୂର୍ବରୁ କର୍ମଚାରୀ ରାହୁଲ ଭଟଙ୍କୁ ବୁଦ୍ଧଗାମର ତହସିଲ ପରିସରରେ ପ୍ରବେଶ କରି ହତ୍ୟା କରାଯାଇଥିଲା । ସେବେଠାରୁ କାଶ୍ମୀର ପଣ୍ଡିତଙ୍କ ଆନ୍ଦୋଳନ ଚାଲିଛି ଏବଂ ସେମାନେ ନିଜର ସୁରକ୍ଷା ନିଶ୍ଚିତ କରିବାକୁ ଦାବି କରୁଛନ୍ତି ।

ଏହିପରି ଭାବରେ ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା କରାଯିବା ପରେ କାଶ୍ମୀର ଉପତ୍ୟକାର ସ୍ଥାନୀୟ ହିନ୍ଦୁ ସଂଖ୍ୟାଲଘୁ ତଥା ପ୍ରବାସୀ ଲୋକଙ୍କ ମଧ୍ୟରେ ଭୟ ବଢ଼ିଛି । ଚଳିତ ବର୍ଷ ଆରମ୍ଭରୁ ଟାର୍ଗେଟ କିଲିଂ ମାମଲା କ୍ରମାଗତ ଭାବେ ସାମ୍ନାକୁ ଆସୁଛି । ଗତ ୫ ମାସ ମଧ୍ୟରେ ଏହା ହେଉଛି ୧୭ ତମ ମାମଲା, ଯେତେବେଳେ ଜଣେ ସାଧାରଣ ନାଗରିକ କିମ୍ବା କର୍ମଚାରୀଙ୍କୁ ଏହି ଉପାୟରେ ହତ୍ୟା କରାଯାଇଛି । ବୁଧବାର ଦିନ ଜମ୍ମୁ କାଶ୍ମୀର ପ୍ରଶାସନ ସୁରକ୍ଷିତ ସ୍ଥାନରେ ହିନ୍ଦୁ ଓ ଶିଖମାନଙ୍କୁ ପୋଷ୍ଟିଂ ଦେବା ବିଷୟରେ ଆଲୋଚନା କରିଥିଲା, କିନ୍ତୁ ବର୍ତ୍ତମାନ ଏହି ପ୍ରସଙ୍ଗ ଚିନ୍ତା ବଢ଼ାଇ ଦେଇଛି । ବାସ୍ତବରେ, ବ୍ୟାଙ୍କରେ ପ୍ରବେଶ କରି ଏହି ପ୍ରକାର ହତ୍ୟା ପରେ ପ୍ରଶ୍ନ ଉଠିଛି ଯେ ପ୍ରବାସୀ ତଥା ସଂଖ୍ୟାଲଘୁ ସମ୍ପ୍ରଦାୟ କାଶ୍ମୀରରେ କେତେ ସୁରକ୍ଷିତ?

ଏହି ହତ୍ୟାକାଣ୍ଡ ପରେ ଜମ୍ମୁ ବିଭାଗରେ ପ୍ରଦର୍ଶନ ଆରମ୍ଭ ହୋଇଛି ଏବଂ ଲୋକମାନେ କହିଛନ୍ତି ଯେ ସରକାରଙ୍କୁ କିଛି ପଦକ୍ଷେପ ନେବାକୁ ପଡିବ । କେବଳ ଏତିକି ନୁହେଁ ସେମାନେ କହିଛନ୍ତି ଯେ ସରକାର ସୁରକ୍ଷିତ ପୋଷ୍ଟିଂ ବିଷୟରେ କହୁଛନ୍ତି, କିନ୍ତୁ କାଶ୍ମୀରର କୌଣସି ସ୍ଥାନ ଆମ ପାଇଁ ସୁରକ୍ଷିତ ନୁହେଁ । ଜମ୍ମୁରେ ସରକାରୀ କର୍ମଚାରୀମାନେ ନିଜ ଜିଲ୍ଲାରେ ପୋଷ୍ଟିଂ କରିବାକୁ ଦାବି କରି ରାସ୍ତାକୁ ଓଲ୍ହାହିଛନ୍ତି । ଗଣମାଧ୍ୟମ ସହ କଥାବାର୍ତ୍ତା କରି କିଛି ବିରୋଧକାରୀ କହିଛନ୍ତି ଯେ କାଶ୍ମୀରର ଜିଲ୍ଲା ମୁଖ୍ୟାଳୟରେ ହିନ୍ଦୁମାନଙ୍କୁ ପୋଷ୍ଟିଂ ଦିଆଯିବ ବୋଲି ପ୍ରଶାସନ କହିଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାନ ସୁରକ୍ଷିତ ନୁହେଁ । ଆମର ଦାବି ହେଉଛି ଜମ୍ମୁ ଡିଭିଜନରୁ ଆମକୁ ବାହାରକୁ ନ ପଠାଯିବା ଉଚିତ ଓ ନିଜ ଘରୋଇ ଜିଲ୍ଲାରେ ପୋଷ୍ଟିଙ୍ଗ କରିବାକୁ ଚେଷ୍ଟା କରିବା ଉଚିତ୍ ।

ଏହା ବି ପଢ଼ନ୍ତୁ: ରାଜ୍ୟସଭାକୁ ଯିବେ କି ସୌରଭ ଗାଙ୍ଗୁଲି? ଆସିଲା ଏହି ବଡ଼ ଅପଡେଟ୍

 

Read More
{}{}