Hindi News >>Home >>Odisha National-International

Terrorist Masood Azhar: କେଉଁଠି ଅଛି ୨୬/୧୧ ମୋଷ୍ଟୱାଣ୍ଟେଡ୍ ଆତଙ୍କୀ? ପାକିସ୍ତାନର ନାଟକ ଦେଖି ତାତି ଗଲା ତାଲିବାନ


Terrorist Masood Azhar: ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ, ମାସୁଦ ଅଜହର, ଆଫଗାନିସ୍ତାନରେ ନୁହେଁ ବରଂ ପାକିସ୍ତାନରେ ଅଛି। ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଉପରେ ତିଲିବାନର ପ୍ରତିକ୍ରିୟା ଆସିବା ପରେ ପାକ୍ ବୈଦେଶିକ ମନ୍ତ୍ରାଳୟ ମୌନବ୍ରତ ପାଳନ କରିଛି।

Advertisement
 Terrorist Masood Azhar: କେଉଁଠି ଅଛି ୨୬/୧୧ ମୋଷ୍ଟୱାଣ୍ଟେଡ୍ ଆତଙ୍କୀ? ପାକିସ୍ତାନର ନାଟକ ଦେଖି ତାତି ଗଲା ତାଲିବାନ
Stop
Zee Odisha Desk|Updated: Sep 15, 2022, 07:11 AM IST

Terrorist Masood Azhar, ନୂଆଦିଲ୍ଲୀ: କେଉଁଠି ଅଛି ଭାରତର ମୋଷ୍ଟୱାଣ୍ଟେଡ୍ ଆତଙ୍କୀ ମସୁଦ ଅଜହର? ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ପାକିସ୍ତାନ ଓ ତାଲିବାନ ମଧ୍ୟରେ ଲଢ଼େଇ ଚାଲିଛି। ଉଭୟ ପଡୋଶୀ ଦେଶ ଏଥିପାଇଁ ପରସ୍ପ ଉପରେ ଆରୋପ ପ୍ରତ୍ୟାରୋପ ଲଗାଇଛନ୍ତି। ବୁଧବାର ତାଲିବାନ ସରକାର ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟକୁ ଖଣ୍ଡନ କରିଛି। ଆଫଗାନିସ୍ତାନର ତାଲିବାନ ସରକାର କହିଛି ଯେ, ଜୈଶ-ଏ-ମହମ୍ମଦ (ଜେଏମ) ନେତା ତଥା ମୁମ୍ବାଇ ୨୬/୧୧ ମାଷ୍ଟରମାଇଣ୍ଡ ମାସୁଦ ଅଜହର ଆଫଗାନିସ୍ତାନରେ ଆଶ୍ରୟ ନେଇଛି। ତେବେ ଆଫଗାନର ଏଭଳି ବୟାନ ପାକିସ୍ତାନ ସହ ତାଙ୍କର ଦ୍ୱିପାକ୍ଷିକ ସମ୍ପର୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି କୁହାଯାଉଛି।

ମୁମ୍ବାଇ ୨୬/୧୧ ମାଷ୍ଟରମାଇଣ୍ଡ ମାସୁଦ ଅଜହରକୁ ନେଇ ପାକିସ୍ତାନ ଏବେ ନୂଆ ନାଟକ ଆରମ୍ଭ କରିଛି। ଆତଙ୍କୀ ଅଜହର, ଆଫଗାନିସ୍ତାନରେ ଶରଣ ନେଇଥିବା ପାକିସ୍ତାନ ଦାବି କରିଛି। ବୁଧବାର ପାକିସ୍ତାନୀ ଖବରକାଗଜ ଦି ନ୍ୟୁଜ୍ ଏକ ରିପୋର୍ଟରେ କହିଛି ଯେ, ଆତଙ୍କବାଦୀ ମାସୁଦ ଅଜହର କେଉଁଠାରେ ଅଛି ବୋଲି ଆଫଗାନିସ୍ତାନକୁ ପାକିସ୍ତାନ ଚିଠି ଲେଖିଛି। ଅଜହର ଆଫଗାନିସ୍ତାନର ନଙ୍ଗରହର ଏବଂ କୁନାରରେ ରହିପାରେ ବୋଲି ସନ୍ଦେହ କରାଯାଉଛି। ରିପୋର୍ଟ ଅନୁସାରେ, ନାମ ଗୋପନ ରଖି ଜଣେ ପାକିସ୍ତାନୀ ଅଧିକାରୀ କହିଛନ୍ତି, "ଆମେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରଣାଳୟକୁ ଏକ ପୃଷ୍ଠାର ଚିଠି ଲେଖି ମାସୁଦ ଅଜହରଙ୍କୁ ଖୋଜିବା, ରିପୋର୍ଟ କରିବା ଏବଂ ଗିରଫ କରିବା ପାଇଁ କହିଛୁ, କାରଣ ଆମେ ବିଶ୍ୱାସ କରୁ ଯେ ସେ ଆଫଗାନିସ୍ତାନର କୌଣସି ସ୍ଥାନରେ ଅଜହାର ଲୁଚି ରହିଛି।"

Also Read: SCO summit: ପିଏମ ମୋଦି-ପୁଟିନ କରିବାକୁ ଯାଉଛନ୍ତି ବୈଠକ; ଏହା ରହିଛି ଏଜେଣ୍ଡା

ତେବେ ପାକିସ୍ତାନର ଦାବିକୁ ତାଲିବାନ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ  ପ୍ରତ୍ୟାଖ୍ୟାନ କରିଛି। ତାଲିବାନ ମୁଖପାତ୍ର ଅବଦୁଲ କହର ବାଲକି ଟ୍ୱିଟ୍ କରି କହିଛନ୍ତି ଯେ, ଜୈଶ-ଇ-ମହମ୍ମଦ ଦଳର ନେତା ମାସୁଦ ଅଜହର ଆଫଗାନିସ୍ତାନରେ ନାହିଁ। ସେ ଆଫଗାନରେ ଆଶ୍ରୟ ନେଇଥିବା ଗଣମାଧ୍ୟମର ରିପୋର୍ଟକୁ କାବୁଲ ଖଣ୍ଡନ କରୁଛି। ତାଲିବାନ ସରକାରଙ୍କ ଆତଙ୍କବାଦ ବିରୋଧୀ ପ୍ରତିବଦ୍ଧତାକୁ ଅବଦୁଲ କହର ଦୋହରାଇଛନ୍ତି। ସେ କହିଛନ୍ତି ଯେ, ଆଫଗାନିସ୍ତାନ ମାଟିରୁ ଅନ୍ୟ ଦେଶକୁ ଟାର୍ଗେଟ କରୁଥିବା ସନ୍ତ୍ରାସବାଦୀ ଗୋଷ୍ଠୀକୁ ପ୍ରୋତ୍ସାହନ ଦିଆଯିବ ନାହିଁ। ଗଣମାଧ୍ୟମର ଅଭିଯୋଗର କୌଣସି ପ୍ରମାଣ ଏବଂ ଦଲିଲ ନାହିଁ। ଏଭଳି ରିପୋର୍ଟ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଖରାପ ପ୍ରଭାବ ପକାଇପାରେ ବୋଲି ତିଲବାନ ନିଜ ପ୍ରତିକ୍ରିୟାରେ କହିଛି। 

ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ, ମାସୁଦ ଅଜହର, ଆଫଗାନିସ୍ତାନରେ ନୁହେଁ ବରଂ ପାକିସ୍ତାନରେ ଅଛି। ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଉପରେ ତିଲିବାନର ପ୍ରତିକ୍ରିୟା ଆସିବା ପରେ ପାକ୍ ବୈଦେଶିକ ମନ୍ତ୍ରାଳୟ ମୌନବ୍ରତ ପାଳନ କରିଛି। କୁହାଯାଉଛି ଯେ, ବିଶ୍ୱର ଆତଙ୍କବାଦ ଆର୍ଥିକ ୱାଚଡଗ୍, ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ (FATF) ର 'ଗ୍ରେ ଲିଷ୍ଟରୁ' ବାହାରିବାକୁ ଇସଲାମାବାଦ ଲଗାତର ପ୍ରୟାସ କରୁଛି। ଆଉ ମସୁଦ ଅଜହରକୁ ଆଫଗାନିସ୍ତାନରେ ରହିଥିବା ଦେଖାଇ ନିଜକୁ କ୍ଲିନ୍ ଚିଟ୍ ଦେବାକୁ ଚେଷ୍ଟା କରୁଛି। କିନ୍ତୁ ଇସଲାମାବାଦର ଷଡଯନ୍ତ୍ରକୁ ତାଲିବାନ ଭଣ୍ଡୁର କରିଦେଇଛି। 

Also Read: Air India Express Fire: ବିମାନରେ ଭୟାନକ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୧୪୦ ଯାତ୍ରୀ

ଆସନ୍ତା ମାସରେ ପାକିସ୍ତାନ FATFର ଗ୍ରେ ଲିଷ୍ଟରୁ ବାହାରି ପାରେ। କାରଣ ଗତ ସପ୍ତାହରେ, ଅର୍ଥ ହେରଫେର ମାମଲାରେ FATF ଏବଂ ଏହାର ଆଞ୍ଚଳିକ ସହଯୋଗୀ ଏସିଆ ପାସିଫିକ୍ ଗ୍ରୁପ୍ (APG) ର ମିଳିତ ପ୍ରତିନିଧୀ ଦଳ ପାକିସ୍ତାନ ଗସ୍ତ କରିଥିଲେ। ସେମାନେ ୩୪ ପଏଣ୍ଟର ଏକ ଆକ୍ସନ ପ୍ଲାନ ଉପରେ ଯାଞ୍ଚ କରିଛନ୍ତି। ସେପ୍ଟେମ୍ବର ୨ରେ ସିଡନୀସ୍ଥିତ ଏପିଜି ଏହାର ଆଞ୍ଚଳିକ ସଦସ୍ୟଙ୍କ ମୂଲ୍ୟାୟନ ରିପୋର୍ଟ ଜାରି କରିଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ମନି ଲଣ୍ଡରିଂ ତଥା ଆତଙ୍କବାଦୀଙ୍କ ଆର୍ଥିକ ମୁକାବିଲା ଉପରେ ୧୧ଟି ଆନ୍ତର୍ଜାତୀୟ ଲକ୍ଷ୍ୟ ମଧ୍ୟରୁ ୧୦ଟିରେ ପାକିସ୍ତାନର ‘ନିମ୍ନ’ ପ୍ରଭାବଶାଳୀତା ରହିଛି। ଯାହା ଆସନ୍ତା ମାସରେ FATF ଗ୍ରେ ଲିଷ୍ଟରୁ ପାକିସ୍ତାନ ବାହାରିବାରେ ଏହା ପ୍ରଭାବିତ କରିବ ନାହିଁ ବୋଲି ଅଧିକାରୀମାନେ ସ୍ୱୀକାର କରିଛନ୍ତି।

 

 

Read More
{}{}