Hindi News >>Home >>Odisha National-International

Sushant Singh Rajput Death Case: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପଛରେ ନାହିଁ ତ ରାଜନୈତିକ ଲିଙ୍କ, ମୃତ୍ୟୁ ଦିନ ରିୟାଙ୍କୁ ଫୋନ କରିଥିଲେ ଏହି ବଡ଼ ନେତା

Sushant Singh Rajput Death Case: ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ତଦନ୍ତରେ ଆଦିତ୍ୟ ଠାକରେଙ୍କ ନାଁ ସାମ୍ନାକୁ ଆସିଥିଲା। ତଦନ୍ତ ସମୟରେ ବିହାର ପୋଲିସ କହିଥିଲା କି ରିୟାଙ୍କ ମୋବାଇଲକୁ AU ନାମକ ବ୍ୟକ୍ତିଙ୍କ ଠାରୁ ପ୍ରାୟ ୪୪ ଥର ଫୋନ ଆସିଥିଲା। ଏହାର ନାଁ ଆଦିତ୍ୟ ଉଦ୍ଧବ ଠାକରେ ବୋଲି ପୋଲିସ କହିଥିଲା। ସେହି ସମୟରେ ଏହି ନାଁକୁ ନେଇ ଆଦିତ୍ୟଙ୍କ ନିରବତା ଉପରେ ମଧ୍ୟ ପୋଲିସ ପ୍ରଶ୍ନ ଉଠାଇଥିଲା। 

Advertisement
Sushant Singh Rajput Death Case: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପଛରେ ନାହିଁ ତ ରାଜନୈତିକ ଲିଙ୍କ, ମୃତ୍ୟୁ ଦିନ ରିୟାଙ୍କୁ ଫୋନ କରିଥିଲେ ଏହି ବଡ଼ ନେତା
Stop
Zee Odisha Desk|Updated: Dec 23, 2022, 06:01 PM IST

Sushant Singh Rajput Death Case: ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ (Sushant Singh Rajput Death) ମୃତ୍ୟୁକୁ ପାଖାପାଖି ଦୁଇ ବର୍ଷରୁ ଅଧିକ ସମୟ ବିତିସାରିଲାଣି। ୨୦୨୦ ମସିହାରେ ତାଙ୍କ ବାସଭବନରୁ ସୁଶାନ୍ତଙ୍କ (Sushant Singh Rajput Death) ମୃତଦେହ ଉଦ୍ଧାର କରାଯାଇଥିଲା। କିନ୍ତୁ ମୃତ୍ୟୁର ସଠିକ କାରଣ ବର୍ତ୍ତମାନ ସୁଦ୍ଧା ମଧ୍ୟ ସାମ୍ନାକୁ ଆସିପାରିନାହିଁ। ତଦନ୍ତ ସମୟରେ ଏକାଧିକ ତଥ୍ୟ ସାମ୍ନାକୁ ଆସିଥିଲା। ତେବେ ଏହାରି ମଧ୍ୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଶୁଣିବାକୁ ମିଳୁଛି ଯେ ସୁଶାନ୍ତଙ୍କ (Sushant Singh Rajput Rajpur) ମୃତ୍ୟୁ ଦିନ ତାଙ୍କର ପ୍ରେମିକା ରିୟା ଚକ୍ରବର୍ତ୍ତିଙ୍କୁ (Rhea Chakraborty) ତତ୍କାଳୀନ ମନ୍ତ୍ରୀ ଆଦିତ୍ୟ ଠାକରେ (Aaditya Thackeray) ୪୪ ଥର ଫୋନ କରିଥିଲେ। ତେବେ ସିଏ କାହିଁକି ଏତେଥର ଫୋନ କରିଥିଲେ ବୋଲି ଏକନାଥ ସିନ୍ଦେ (Eknath Shinde) ଗୋଷ୍ଠୀର ସାଂସଦ (Member Parliament) ରାହୁଲ ଶେଓ୍ୱାଲେ (Rahul Shewale) ଅଭିଯୋଗ ଆଣିଛନ୍ତି। ରାହୁଲ ଅଭିଯୋଗ କରିଛନ୍ତି ସୁଶାନ୍ତଙ୍କ ମୃତ୍ୟୁ ଦିନ ତାଙ୍କ ବାନ୍ଧବୀଙ୍କୁ ଆଦିତ୍ୟ କାହିଁକି ଏତେ ଥର ଫୋନ କରିଥିଲେ। ଯାଞ୍ଚରେ ବାଧା ସୃଷ୍ଟି କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। 

ସାଂସଦ ରାହୁଲ ଆହୁରି ମଧ୍ୟ କହିଛନ୍ତି କି ରିୟାଙ୍କ ଫୋନକୁ AU ନାମରେ ୪୪ ଥର ଫୋନ କଲ ଆସିଥିଲା ବୋଲି ବିହାର ପୋଲିସ ସୂଚନା ପ୍ରଦାନ କରିଥିଲା। AUର ଅର୍ଥ ହେଉଛି ଆଦିତ୍ୟ ଉଦ୍ଧବ ଠାକରେ ବୋଲି ବିହାର ପୋଲିସ ସୂଚନା ପ୍ରଦାନ କରିଛି ବୋଲି ସାଂସଦ ରାହୁଲ ସୂଚନା ପ୍ରଦାନ କରିଥିଲେ। ତେବେ ଏଭଳି ଅଭିଯୋଗ ଆସିବା ପରେ ଆଦିତ୍ୟ ଠାକରେ ମୁଁହ ଖୋଲିଛନ୍ତି। ଆଦିତ୍ୟ ଠାକରେ କହିଛନ୍ତି କି ଏହା ମିଛ କଥା। ଆମକୁ ବଦନାମ କରିବାକୁ ଏକ ଷଡ଼ଯନ୍ତ୍ର ରଚାଯାଉଛି। ଏକ ଗଣମାଧ୍ୟମ ରିପୋର୍ଟ ମୁତାବକ ଆଦିତ୍ୟ ଠାକରେ କହିଛନ୍ତି କି ଆପଣଙ୍କୁ ମୁଁ ବହୁତ ଭଲ ପାଏ ବୋଲି ଯଦି କହିବି ତାହା କଣ ସତ ହୋଇଯିବ କି। ଯିଏ ନିଜ ଘର ଓ ଦଳ ପାଇଁ ବିଶ୍ୱାସ ଘାତକ ସାଜିଲେ ତାଙ୍କ ଭଳି କଥାକୁ କଣ ବିଶ୍ୱାସ କରିବେ ଆପଣ। ଏଭଳି ଅଭିଯୋଗ ଲଗାଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜମି ଘୋଟାଲାରେ ଅଭିଯୁକ୍ତମାନଙ୍କ ଉପରୁ ଧ୍ୟାନ ହଟାଇବାକୁ ପ୍ରୟାସ କରୁଛନ୍ତି। 

ସୂଚନାଯୋଗ୍ୟ ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ତଦନ୍ତରେ ଆଦିତ୍ୟ ଠାକରେଙ୍କ ନାଁ ସାମ୍ନାକୁ ଆସିଥିଲା। ତଦନ୍ତ ସମୟରେ ବିହାର ପୋଲିସ କହିଥିଲା କି ରିୟାଙ୍କ ମୋବାଇଲକୁ AU ନାମକ ବ୍ୟକ୍ତିଙ୍କ ଠାରୁ ପ୍ରାୟ ୪୪ ଥର ଫୋନ ଆସିଥିଲା। ଏହାର ନାଁ ଆଦିତ୍ୟ ଉଦ୍ଧବ ଠାକରେ ବୋଲି ପୋଲିସ କହିଥିଲା। ସେହି ସମୟରେ ଏହି ନାଁକୁ ନେଇ ଆଦିତ୍ୟଙ୍କ ନିରବତା ଉପରେ ମଧ୍ୟ ପୋଲିସ ପ୍ରଶ୍ନ ଉଠାଇଥିଲା। 

ଏଠାରେ କହି ରଖୁ କି ସୁଶାନ୍ତ ସିଂହ ରାଜପୁତ ୨୦୨୦ ମସିହାରେ ବାନ୍ଦ୍ରା ସ୍ଥିତ ନିଜ ବାସଭବନରେ ମୃତ ଅବସ୍ଥାରେ ମିଳିଥିଲେ। ତେବେ ପ୍ରାଥମିକ ଅବସ୍ଥାରେ ସେ ଆତ୍ମହତ୍ୟା କରିଥିବା ନେଇ ଜଣାପଡ଼ୁଥିଲା। କିନ୍ତୁ ପୋଲିସ ତଦନ୍ତ ପରେ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ତେବେ ସିବିଆଇ ତଦନ୍ତ ସମୟରେ ଡ୍ରଗସ ମାମଲା ମଧ୍ୟ ସାମ୍ନାକୁ ଆସିଥିଲା। ଏହା ପରେ ଏନସିବି ମଧ୍ୟ ତଦନ୍ତ କରିଥିଲା। ଡ୍ରଗ୍ସ ମାମଲା ତଦନ୍ତ ସମୟରେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିଲା। ଏହା ସହିତ ତାଙ୍କ ଭାଇଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଉଭୟଙ୍କୁ ମାସାଧିକ କାଳ ଜେଲ ମଧ୍ୟ ସମୟ ବିତାଇବାକୁ ପଡ଼ିଥିଲା। 

Also Read: Urfi Javed: ବ୍ଲେଡ୍ କି ଘଣ୍ଟା ନୁହେଁ, ଏଥର କୋଲ୍ଡ ଡ୍ରିଙ୍ଗସ୍ ବୋତଲ ଠିପିରୁ ତିଆରି Outfitରେ ନଜର ଆସିଲେ ଉର୍ଫି

Read More
{}{}